KGF 3 News In Odia: 'କେଜିଏଫ ୨' (KGF-2) ରିଲିଜକୁ ବର୍ଷେ ପୁରିଛି । ଅର୍ଥାତ୍ ଠିକ୍ ୨୦୨୨ ମସିହା ଅପ୍ରିଲ ୧୩ ରେ ରିଲିଜ୍ ହୋଇଥିଲା 'କେଜିଏଫ ୨'  (KGF Chapter 2)। ଏ-ହି ଫିଲ୍ମକୁ ଦର୍ଶକଙ୍କ ଢେର ସାରା ଭଲପାଇବା ମିଳିଛି । 'କେଜିଏଫ ୩ ' କେବେ ଆସିବ, ତାହାକୁ ଚାତକ ପରି ଚାହିଁ ରହିଛନ୍ତି ଫ୍ୟାନ୍ସ । ତେବେ, 'କେଜିଏଫ ୨' (KGF Chapter 2) ଏ-କ ବର୍ଷ ପୂର୍ତ୍ତି ଅବସରରେ ଫ୍ୟାନସଙ୍କୁ ସରପ୍ରାଇଜ୍ ଦେଇଛନ୍ତି ମେକର୍ସ । ପାର୍ଟ ୩ର ରିଲିଜ୍ ନେଇ ଫ୍ୟାନ୍ସଙ୍କୁ ଏଭଳି ଭାବେ ସରପ୍ରାଇଜ୍ ଦେଇଛନ୍ତି ମେକର୍ସ । 


COMMERCIAL BREAK
SCROLL TO CONTINUE READING

ରାଜା କୃଷ୍ଣପ୍ପା ବେରିଆ ... ଓରଫ ରକି। ଅପରାଧ ଜଗତର ସେହି ଗ୍ୟାଙ୍ଗଷ୍ଟର, ନାଁ ଶୁଣିଲେ ବଡ ବଡ କ୍ରିମିନାଲ ରକି ଭାଇ ଆଗକୁ ଆସିବାକୁ ଭୟ କରନ୍ତି। ରକି ତାର ମୃତ ମାଆକୁ ଦେଇଥିବା ପ୍ରତିଶ୍ରୃତିରେ ରକ୍ଷା କରିବା ପାଇଁ ସବୁ କିଛି କରିବାକୁ ପ୍ରତିଶ୍ରୃତିବଦ୍ଧ।  ରକି ତାଙ୍କ ମୃତ ମାଆଙ୍କୁ ପ୍ରତିଶୃତି ଦେଇଥିଲେ, 'ଦିନେ ମୁଁ ତୁମ ପାଇଁ ବିଶ୍ବର ସବୁ ସୁନା ଆଣିବି।' ସେହି ପ୍ରତିଶ୍ରୃତି ଏ-ପର୍ଯ୍ୟନ୍ତ ପୂରଣ ହୋଇନାହିଁ । କେଜିଏଫ୍ ର କ୍ଲାଇମାକ୍ସରେ: ଚାପ୍ଟର ୨, ଆପଣମାନେ ଦେଖଥିଲେ ଯେ, ରକି ସୁନାରେ ଭର୍ତ୍ତି ଏକ ଜାହାଜ ସହିତ ସମୁଦ୍ରରେ ବୁଡ଼ିଯାଇଛନ୍ତି।  ପରେ କଣ ହେଉଛି....



 


Also Read : Salman Khan Love Story: ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଭାଇଜାନ୍, ଚଳିତ ବର୍ଷ ବାଜିବ ସାହାନାଇ !


Also Read : Weird News: ୩୦ ବର୍ଷ ଯୁବତୀଙ୍କର ନାହିଁ ଗୋଟିଏ ବି ଦାନ୍ତ, ଜାଣନ୍ତୁ କାରଣ


କେଜିଏଫର ନିର୍ମାତ (Hombale Films )'କେଜିଏଫ: ଚାପ୍ଟର ୩' କୁ ନେଇ ଏକ ୨ ମିନିଟ୍ ୫ ସେକେଣ୍ତର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ,  ପୁରା କାହାଣୀକୁ ଓଲଟପାଲଟ କରିଦେଇଛନ୍ତି ମେକର୍ସ । ନିର୍ମାତାମାନଙ୍କ ଦ୍ୱାରା ସେୟାରେ ହୋଇଥିବା ଭିଡିଓରେ କିଛି ଜିନିଷ ଧ୍ୟାନ ଦେବା ଉଚିତ୍ । ଯଦି ଆପଣ 'କେଜିଏଫ: ଚାପ୍ଟର ୨' ଠିକ୍ ଭାବରେ ଦେଖିଛନ୍ତି । ତେବେ ଆପଣ ସେହି ମୁହୂର୍ତ୍ତକୁ ମନେ ରଖିବେ ଯେତେବେଳେ ,ହଠାତ୍ ୧୯୭୮-୧୮୮୧ ବର୍ଷ ମଧ୍ୟରେ ରକି କୁଆଡେ ଗାଏବ ହୋଇ ଯାଉଛନ୍ତି । ତା’ପରେ ଆମେ ଦେଖିବାକୁ ମିଳିଛି ଯେ,ରକି ଏକ ବଡ ବୋତଲରୁ ମଦ ପିଉଛି, ପ୍ରଶ୍ନ ହେଉଛି, ଏହି ଚାରି ବର୍ଷରେ ରକି କ’ଣ କଲା? ନିର୍ମାତାମାନେ ସୂଚାଇ ଦେଇଛନ୍ତି ଯେ,'କେଜିଏଫ: ଚାପ୍ଟର ୩' ଏହି ଚାରି ବର୍ଷ ମଧ୍ୟରେ କଣ ଘଟିଲେ ସେସବୁ ଜାଣିବାକୁ ମିଳିବ । ସେହିପରି ବଲିଉଡର ଅଭିନେତ୍ରୀ ରବିନା ଟଣ୍ତନଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ, ଫିଲ୍ମର ସୁଟିଂ ୨୦୨୫ରେ ସୁଟିଂ ହେବ ବୋଲି କୁହାଯାଇଛି ।  ଏ-ହା ୟଶଙ୍କ ୧୯ ତମ ଚଳଚ୍ଚିତ୍ର ହେବ ।  'କେଜିଏଫ: ଚାପ୍ଟର ୨' ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା। ଯାହା ବିଶ୍ବବ୍ୟାପି  ୧୨୫୦ କୋଟି ଟଙ୍କା ସଂଗ୍ରହ କରିଥିଲା ​​। 


ରକିଂ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ-୨’ ଏପ୍ରିଲ ୧୪ରେ ରିଲିଜ୍‌ ହୋଇଛି। ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ତେବେ ପ୍ରଥମ ଦିନରେ ଫିଲ୍ମଟି ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା ।  ‘ସିନେମାରେ ଫିଲ୍ମ ଷ୍ଟାର୍‌ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି। ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ରିଲିଜ ହୋଇଛି। ଏହା ହେଉଛି ପ୍ରଥମ କନ୍ନଡ ସିନେମା ଯାହା ଆଇମାକ୍ସରେ ମୁକ୍ତିଲାଭ କରିଛି। ୨୦୧୮ରେ ‘କେଜିଏଫ-୧’ ମୁକ୍ତିଲାଭ କରିଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।