Adipurush : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ (Adipurush) ଖୁବ ଶିଘ୍ର ପରଦାକୁ ଆସିବ । ଫିଲ୍ମର ଟିଜର ରିଲିଜ ହେବା ପରଠାରୁ ଆରମ୍ଭ ହୋଇଛି ବିବାଦ । ବର୍ତ୍ତମାନ ଫିଲ୍ମର ଡବିଂ ଆରମ୍ଭ ହୋଇଛି । ଅଭିନେତ୍ରୀ କିର୍ତ୍ତି ସନନ୍ (Kriti Sanon ) ଫିଲ୍ମ ପାଇଁ ଡବିଂ ଆରମ୍ଭ କରିଛନ୍ତି । ଫିଲ୍ମର ଟିଜର ରିଲିଜ୍ ହେବା ପରେ ଟିଜରକୁ ୟୁଡର୍ସ ଟ୍ରୋଲ କରିଥିବା ବେଳେ ଭିଏଫଏକ୍ସ କାମକୁ ମଧ୍ୟ ସମାଲୋଚନା କରିଥିଲେ।  ପରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଓମ ରାଉତଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ଗତ କିଛିଦିନ ତଳେସର୍ବ ବ୍ରାହ୍ମଣ ମହାସଭା ଓମ୍‌ଙ୍କୁ ନୋଟିସ୍‌ ଦେଇଥିଲା। ତାଙ୍କୁ କୁହାଯାଇଛି ଯେ, ଚଳଚ୍ଚିତ୍ରରେ ଥିବା ସମସ୍ତ ଆପତ୍ତିଜନକ ସିନ୍‌କୁ ହଟାଇ ଦିଅନ୍ତୁ ନହେଲେ ତାଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସର୍ବ ବ୍ରାହ୍ମଣ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେଶ ମିଶ୍ରଙ୍କ ପକ୍ଷରୁ ଓକିଲ କମଳେଶ ଶର୍ମା ଏହି ନୋଟିସ୍‌ ପଠାଇଥିଲେ । ନୋଟିସ୍‌ରେ କୁହାଯାଇଛି ଯେ,ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ରାମାୟଣକୁ ଇସ୍ଲାମିକରଣ କରିଛନ୍ତି। ଫଳରେ ଲୋକମାନଙ୍କ ଧର୍ମ ଭାବନା ଆହତ ହୋଇଛି।  ଗତ କିଛିଦିନ ପୂର୍ବରୁ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଅନେକ ଲୋକ ନାପସନ୍ଦ କରିଥିଲେ। ଏଥିରେ ରାମ ଭୂମିକାରେ ସାଉଥ୍‌ ହିରୋ ପ୍ରଭାସ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ସୈଫ୍‌ ଅଲ୍ଲି ଖାନ୍‌, ଏବଂ ସୀତା ଭାବେ କୃତି ସାନନ ଅଭିନୟ କରିଛନ୍ତି। ସେହିପରି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ୍‌ ଅଲ୍ଲି ଖାନ୍‌ ମଧ୍ୟ ତୈମୁର ବା ଖିଲ୍‌ଜି ଭଳି ଦେଖାଯାଉଛନ୍ତି ବୋଲି ଲୋକେ ସମାଲୋଚନା କରିଥିଲେ।  


COMMERCIAL BREAK
SCROLL TO CONTINUE READING

ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ (  Ramayan) ଉପରେ ଆଧାରିତ। ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି। ଆଦିପୁରୁଷ (Adipurush) ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ବାହୁବଳୀ ୧  ଓ ପାର୍ଟ ଟୁ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲେ ସୁଧା ସାହୁ(Saaho) , ରାଧେଶ୍ୟାମ(radhesyam)  ଓ ରେବେଲ ଫ୍ଲପ୍ ହୋଇଛି । ଯାହା ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି। ତେବେ ଫିଲ୍ମ ଆଦିପୁରୁଷ ବକ୍ସ ଅଫିସରେ କେତେ ହିଟ୍ ହେବ ତାହା ଦର୍ଶକଙ୍କ ରେସପନ୍ସ ହିଁ କହିବ ।