Adipurush Teaser Controversy : ଫିଲ୍ମ ଆଦିପୁରୁଷ(Adipurush)କୁ ନେଇ ଜୋର ଧରିଛି ବିବାଦ । ଟିଜରକୁ ନେଇ ଟ୍ରୋଲ କରାଯାଇଥିବା ବେଳେ ଏବେ  ଫିଲ୍ମରୁ କିଛି ଆପତ୍ତିଜନକ ଫଟୋ ହଟାଇବାକୁ ଦାବି ଘନେଇଛି । ଗୋଟିଏ ପଟେ ହିନ୍ଦୁ ସେନା ଫିଲ୍ମକୁ ନିଷେଧ କରିବାକୁ ଦାବି କରିଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର(Madhya Pradesh Home Minister Narottam Mishra) ଫିଲ୍ମରୁ ଆପତ୍ତିଜନକ ଫଟୋ ହଟାଇବାକୁ ଦାବି କରିଛନ୍ତି। ହିନ୍ଦୁ ସେନା ଫିଲ୍ମ ଆଦିପୁରୁଷ ଉପରେ ନିଷେଧ ଲଗାଇବାକୁ ସୂଚନା ପ୍ରସାରଣ ସଚିବଙ୍କୁ ଚିଠି  ଲେଖିଛନ୍ତି। ହିନ୍ଦୁ ସେନାର ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି, ବିଦେଶୀ ଫଣ୍ଡିଂରେ ଭଗବାନ ଶ୍ରୀରାମଜୀଙ୍କ ଛବି ମଳିନ କରିବାକୁ ପ୍ରୟାସ କରାଯାଉଛି। ଅର୍ଥ ରୋଜଗାର ଲାଗି ଆମର ଧର୍ମ ଗ୍ରନ୍ଥ ରାମାୟାଣକୁ ବିକୃତ କରି ଦେଖାଇବାର ଅପ ପ୍ରୟାସ କରାଯାଉଛି। ଆଧୁନିକତା ନାମରେ ରାମାୟଣକୁ ଗେମ୍ ରୂପେ ପ୍ରସାରଣ କରାଯିବା ଭୁଲ୍ ଅଟେ। ଏଥିରେ ହିନ୍ଦୁ ଭାବାବେଗକୁ ଆଘାତ ଲାଗିବ। ଏଥିପାଇଁ ଏହି ଫିଲ୍ମ ଉପରେ ରୋକ୍ ଲଗାଯାଉ।


COMMERCIAL BREAK
SCROLL TO CONTINUE READING

ନରୋତ୍ତମ ମିଶ୍ର ଫିଲ୍ମ ଆଦିପୁରୁଷର ନିର୍ଦ୍ଦେଶକ ଓମ ରାଉତଙ୍କୁ ଚିଠି ଲେଖି କହିଛନ୍ତି, ଆପଣଙ୍କ ଆଗାମୀ ଫିଲ୍ମର ଟିଜର ରିଲିଜ୍ ହୋଇଛି। ଏଥିରେ ଭାରତୀୟ ଧାର୍ମିକ ଆସ୍ଥାର ପ୍ରତୀକକୁ ଯେଉଁଭଳି ଚିତ୍ରଣ କରାଯାଇଛି, ସେଥିରେ ଜନସାଧାରଣ ଆପତ୍ତି କରିବା ସ୍ଵାଭାବିକ କଥା। ସେ ଲେଖିଛନ୍ତି, କୌଣସି ବି ଫିଲ୍ମର ନିର୍ମାତାଙ୍କୁ  ଆମର ଆରାଧ୍ୟ ଭଗବାନଙ୍କୁ ଏହି ପରି ଚିତ୍ରଣ କରିବା ଆଶା କରାଯାଉ ନାହିଁ। ଟିଜରକୁ ଦେଖିଲେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିବା ସ୍ଵାଭାବିକ। ମୋର ଅନୁରୋଧ ବହୁସଂଖ୍ୟକ ସମାଜର ଭାବନାକୁ ଦୃଷ୍ଟିରେ ରଖି ଫିଲ୍ମରେ ବିବାଦୀୟ ଚିତ୍ରଣକୁ ହଟାଇ ଦିଅନ୍ତୁ।


 ଏହାବି ପଢନ୍ତୁ : Adipurush Teaser Released : VFX ପାଇଁ ଟ୍ରୋଲ କଲେ ଫ୍ୟାନ୍ସ ,କହିଲେ କିଛି ଏମିତି


ଅକ୍ଟୋବର ୨ରେ ପ୍ରଭାସଙ୍କ ଆଗାମୀ ଫିଲ୍ମର ଆଦିପୁରୁଷର ଟିଜର ରିଲିଜ(Adipurush Teaser ) ହୋଇଥିଲା । ପରେ ଫିଲ୍ମରେ ଖରାପ ଭିଏଫଏକ୍ସ (VFX)କୁ ନେଇ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ୟୁଜର୍ସମାନେ VFX ଦେଖିବା ମାତ୍ରେ ଟିଜରକୁ ଟ୍ରୋଲ କରିବା ସହ କମେଣ୍ଟ ମଧ୍ୟ କରିଥିଲେ ।  ଏହା ବ୍ୟତୀତ ସେ କହିଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ ଶୀଘ୍ର ଏହି ଭୁଲକୁ ଠିକ୍ କରିବା ଉଚିତ୍। ଅନେକ ୟୁଜର୍ସ ଏହି ଟିଜରର VFX କୁ ପରିହାସ କରିଛନ୍ତି ।  କେହି କେହି ଥଟ୍ଟା କରି କହିଛନ୍ତି କାର୍ଟୁନ୍ ନେଟୱାର୍କ ଏବଂ ପୋଗୋ କାର୍ଟୁନ୍ ଚ୍ୟାନେଲ ଗୁଡିକ ଏହି କାର୍ଟୁନ୍‌ ପରି ଲାଗୁଛି।  


ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ (  Ramayan) ଉପରେ ଆଧାରିତ।  ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ ।