Malaika Arora Wedding: ବଲିଉଡ ଅଭିନେତ୍ରୀ ତଥା ସୁପର ମଡେଲ୍ ମଲାଇକା ଆରୋରା । ନିକଟରେ ସେ ତାଙ୍କର ୪୯ ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ,ତାହା ପୁଣି ମଲାଇକାଙ୍କ ଇନଷ୍ଟା ପୋଷ୍ଟକୁ ନେଇ । ମଲାଇକା ନିଜର  ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ, ଆଇ ସେଡ୍ ୟେସ୍ '(I said Yes) ଏବଂ ଏହାସହ ଏକ ରିଙ୍ଗର ଫଟୋ ମଧ୍ୟ ରହିଛି । ତେବେ,ଆପଣମାନେ ଏଥିରୁ ଅନୁମାନ କରିପାରୁ ଥିବେ ଯେ, ମଲାଇକା ଏହି ପୋଷ୍ଟଟି କାହା ଉଦ୍ଦେଶ୍ୟରେ କରିଛନ୍ତି । ଏହି ପୋଷ୍ଟରେ ଫ୍ୟାନ୍ସଙ୍କ କାଫି କମେଣ୍ଚ ମଧ୍ୟ ଆସିଛି ।  ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ବିବାହ ନେଇ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମଲାଇକାଙ୍କ ପୋଷ୍ଟ ଖୁବ୍ ଭାଇରାଲ ହେଉଛି : 



ମଲାଇକା ଆରୋରା ନିଜର ଏକ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଏକ ବ୍ଲାକ କର୍ଲର ପୋଷାକ ପିନ୍ଧିଛନ୍ତି । ଅଭିନେତ୍ରୀଙ୍କ କ୍ୟାପସନ୍ ଦେଖିବା ପରେ ଅର୍ଜୁନ କପୁରଙ୍କ ସହ ତାଙ୍କର ବିବାହ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ମଲାଇକାଙ୍କ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ବଲିଉଡ୍ ସେଲିବ୍ରେଟି ମାନେ ମଧ୍ୟ ତାଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି। ଶମିତା ଶେଟ୍ଟୀ, ମହି ବିଜୟ, କରଣ ଟାକର ଠାରୁ ଆରମ୍ଭ କରି ଅନେକ ବଲିଉଡ ସେଲିବ୍ରେଟ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି । ଏବଂ ମଲାଇକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଶଂସକମାନେ ମଧ୍ୟ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି କି ନାହିଁ ପଚରାଯିବା ସହ ଅଭିନନ୍ଦନ ଜଣାଇଛନ୍ତି। 


ଏହାବି ପଢନ୍ତୁ : Samantha Ruth Prabhu And Naga Chaitanya: ଯୋଡି ହେବ କି ଭାଙ୍ଗି ଯାଇଥିବା ସମ୍ପର୍କ ? ପୁଣି ଏକାଠି ହେବେ ସାମନ୍ଥା ନାଗା !


ଏହାବି ପଢନ୍ତୁ : Ranbir Kapoor And Alia Bhatt: Cute Princessକୁ ସାଙ୍ଗର ଧରି ଘରକୁ ଫେରିଲେ ରଣବୀର ଆଲିଆ


 



ଅର୍ଜୁନ କପୁର ଓ ମଲାଇକା ଦୀର୍ଘ ସମୟ ଧରି ଡେଟିଂ କରୁଛନ୍ତି  :


ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।  ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ମଲାଇକା-ଅର୍ଜୁନଙ୍କ ଯୋଡିକୁ ସେମାନଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ କରନ୍ତି । ଦୁହେଁ ପ୍ରାୟତଃ ଭ୍ୟାକେସନରେ ଏକାଠି ସମୟ ବିତାନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା।