Moving In With Malaika: ବଲିଉଡ ଅଭିନେତ୍ରୀ ତଥା ସୁପର ମଡେଲ ମଲାଇକା ଆରୋରା । ଆଜିକାଲି ମଲାଇକା  ଆରୋରା ତାଙ୍କ ରିଅଲିଟି ଶୋ 'ମୁଭିଙ୍ଗ୍ ୱିଥ୍ ମଲାଇକା' (Moving In With Malaika) କୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଏହି ଶୋରେ ସେ ତାଙ୍କ ବାସ୍ତବ ଜୀବନର ଅନେକ ପୃଷ୍ଠା ଖୋଲୁଛନ୍ତି। ଏହି ଶୋ’ର ତାଜା ଏପିସୋଡ୍‌ରେ ୪୯ ବର୍ଷିୟ ମଲାଇକା ତାଙ୍କ ଗୋଆ ପାର୍ଟୀ ବିଷୟରେ କିଛି ମଜାଦାର କଥା କହିଛନ୍ତି। ତେବେ, ଏହି ଶେଷ ଏପିସୋଡ୍‌ରେ ମଲାଇକା ଜାଣିବାକୁ ପାଇଲେ ଯେ ତାଙ୍କ ଭଉଣୀ ଅମୃତା ଅରୋରା ବହୁତ ନିରାଶ ଅଛନ୍ତି। ଏଭଳି ପରିସ୍ଥିତିରେ, ଅମୃତାଙ୍କୁ ମନାଇବା ପାଇଁ ମଲାଇକା ତାଜା ଏପିସୋଡ୍‌ରେ ଗୋଆରେ ପହଞ୍ଚିଥିଲେ ଏବଂ ଏଠାରେ ବହୁତ ମଜା କରିଥିଲେ। କେବଳ ଏତିକି ନୁହେଁ, ଏହି ଧାରାବାହିକରେ ଅର୍ଜୁନ କପୁରଙ୍କୁ ବିବାହ କରିବାର କଥା ମଧ୍ୟ ମଲାଇକା ସ୍ୱୀକାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

 



ଅମ୍ରିତା ମଲାଇକାଙ୍କୁ ଚ୍ୟାଲେଞ୍ଜ କରନ୍ତି ଏବଂ କୁହନ୍ତି,ଯେ, 'ଚାଲ, ତୁମେ ନିଜ ଷ୍ଟାଇଲ୍‌ର, ନିଜ ଚାର୍ମର ଯାଦୁ ପୁଣି ଚାଲୁକର, ଆମକୁ ଫ୍ରି ଡ୍ରିଙ୍କ୍ସ ପିଆଇବା ପାଇଁ କୁହନ୍ତି ।' ମଲାଇକା ମଧ୍ୟ ଭଉଣୀର ଏହି ଚ୍ୟାଲେଞ୍ଚକୁ ଗ୍ରହଣ କରି ବାର ମାଲିକ ନିକଟରେ ପହଞ୍ଚଛନ୍ତି । ମଲାଇକା ବାର୍ ମାଲିକଙ୍କୁ କୁହନ୍ତି, “ ମୁଁ ମୋର ୱାଲେଟ୍ ଭୁଲି ଯାଇଛି କିନ୍ତୁ ଆମକୁ ଏଠାରେ ଖୁବ୍ ଭଲ ଲାଗୁଛି। ଯଦି ଆପଣ…” ଏହି କଥାକୁ ନେଇ ବାର୍ ମାଲିକ କୁହନ୍ତି, “ତୁମେ ଯଦି ପ୍ରକୃତରେ ଭୁଲି ଯାଇଛ ନା ଏହା ଆଉ କିଛି?” ମଲାଇକା କୁହନ୍ତି, “ନା, ମୁଁ ପ୍ରକୃତରେ ଭୁଲି ଯାଇଛି ଏବଂ ଆମକୁ ଏଠାରେ ଖୁବ ଭଲ ଲାଗୁଛି, ତେଣୁ…” ଏହା ଉପରେ ମାଲିକ କୁହନ୍ତି, “ମୋର ଏକ ସର୍ତ୍ତ ଅଛି। ଆପଣଙ୍କୁ ଯାହା ଦରକାର ମୁଁ ଦେବି, ଯେ କୌଣସି ବି ଡ୍ରିଙ୍କ୍ସ। କିନ୍ତୁ ଏହାର ପ୍ରତିବଦଳରେ ଆମେ କ’ଣ ପାଇବୁ? ମୋର କହିବାର ଅର୍ଥ, ଏହା ତ ଏତେ ସହଜ ହୋଇପାରିବ ନାହିଁ, ତ…?”



ବାର ମାଲିକରେ ଏଭଳି କଥା ଶୁଣିବା ପରେ ମଲାଇକା ଚିନ୍ତାରେ ପଡିଗଲେ ଯେ ସେ କ’ଣ ଏପରି ଫ୍ରି ଡ୍ରିଙ୍କ୍ସ ନେବାକୁ ପ୍ରସ୍ତୁତ କି ନାହିଁ। ତା’ପରେ ତାଙ୍କ ଭଉଣୀ ଅମୃତା ଏକ ଡିଲ୍ କରନ୍ତି। ଅମୃତା କୁହନ୍ତି, “ଆପଣ ଆମକୁ କିଛି ବି ଫ୍ରି ଡ୍ରିଙ୍କ୍ସ ପିଆନ୍ତୁ, ଏହା ବଦଳରେ ଆପଣଙ୍କ ବାର୍‌ରେ ପଡିଥିବା ଟେବୁଲ୍ ଉପରେ ମଲାଇକା ଚଢି ଏଠାରେ ବସିଥିବା ସବୁ ଲୋକଙ୍କ ଆଗରେ ନାଚିବେ।” ଏହି ଡିଲ୍ ଶୁଣି ବାର୍ ମାଲିକ ରାଜି ହେଲେ, କିନ୍ତୁ ମଲାଇକା ମନା କରିଦେଲେ। ମଲାଇକାଙ୍କୁ ମନାଇବା ପାଇଁ ଅମ୍ରତା ତାଙ୍କୁ କୁହନ୍ତି, “ତୁମେ ଡରୁଛ କି, ଏହାକୁ ନେଇ ଅର୍ଜୁନ (କପୁର) କ’ଣ ଭାବିବେ ..?” ଏହା ଉପରେ ମଲାଇକା କୁହନ୍ତି ଯେ ସେ ଏମିତି କିଛି ଭାବୁ ନାହାଁନ୍ତି କିନ୍ତୁ ସେ ସେମିତି କରିବେ ନାହିଁ। କିନ୍ତୁ କ’ଣ ହେଲା କେଜାଣି କିଛି ସମୟ ପରେ ମଲାଇକା ରାଜି ହୋଇ ଯାଆନ୍ତି ଆଉ ବାର୍ ଟେବୁଲ ଉପରେ ଚଢି ନାଚନ୍ତି।
ଗୋଆରେ ଭଉଣୀମାନଙ୍କ ଏହି ମଜାକୁ ନେଇ ଉଭୟ ଭଉଣୀ ମଧ୍ୟ ବହୁତ ଖୁସି ହୋଇଯାଆନ୍ତି।



ତେବେ, ମଲାଇକା ବାର ଟେବୁଲରେ ଚଢି ଡ୍ୟାନ୍ସ କରୁଥିବାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ କିଛି ଟ୍ରୋଲର୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଏବଂ କିଛି ଟ୍ରୋଲର୍ସ କହିଛନ୍ତି ଯେ, ମଲାଇକାଙ୍କ ପାଖରେ କୌଣସି କାମ ନାହିଁ । ତେଣୁ ସେ ତାଙ୍କ ବ୍ୟକ୍ତିଗତ ଜୀବନର ରହସ୍ୟ ଓ ଘରୋଇ ବିବାଦକୁ ଲୋକଙ୍କ ଆଗକୁ ଆଣି ଅର୍ଥ ଉପାର୍ଜନ କରୁଛନ୍ତି ।