Malaika Arora: ବଲିଉଡ ଅଭିନେତ୍ରୀ ତଥା ସୁପର ମଡେଲ୍ ମଲାଇକା ଆରୋରା । ନିକଟରେ ଅର୍ଜୁନ କପୁର ଓ ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା।  ଖୁବଶିଘ୍ର ଉଭୟ ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି । ୫ ତାରିଖରେ ମଲାଇକାଙ୍କ ଏକ ରିୟଲିଟି ଶୋ' ମୁଭିଙ୍ଗ ଇନ୍ ଓ୍ବିଇଥ୍ ମଲାଇକା'(Moving In With Malaika) ଡିସେମ୍ବର ୫ରୁ ଆରମ୍ଭ ହୋଇଛି । ଏହି ଶୋର ଉଦଘାଟନୀକୁ ନେଇ ଖୁବ୍ ଏକସାଇଟେଡ୍ ଥିଲେ ଶୋ'ର ନିର୍ମାତା, ନିର୍ଦ୍ଦେଶକ, କୋରିଓଗ୍ରାଫର୍ ଏବଂ ପ୍ରିୟ ବନ୍ଧୁ ଫରାହ ଖାନ୍ । ଶୋର ଉଦଘାଟନ ପରେ ପରେ ଏହି ଟିମ୍ ମଲାଇକାଙ୍କ ଘରକୁ ବୁଲିବାକୁ ଆସିଥିଲେ।


COMMERCIAL BREAK
SCROLL TO CONTINUE READING

 


ଏହି ସମୟରେ ଫାରାହା ମଲାଇକାଙ୍କୁ ପଚାରିଥିଲେ ଯେ, ଏହି ରିୟଲିଟି ଶୋକୁ ନେଇ ତୁମ ନିକଟତର ବନ୍ଧୁ  ଓ ପରିବାର ଲୋକଙ୍କର କିଭଳି ପ୍ରତିକ୍ରିୟା ଦେଖୁଛ । ଏହାର ଉତ୍ତର ଦେଇ ମଲାଇକା କହିଥିଲେ ଯେ, ସେ କହିଥିଲେ ଯେ, 'ଏହି ଶୋ'ରେ ଯଦି କିଏ ଅଧିକ ଖୁସି ଥାଏ ସେ ହେଉଛି ମୋ ପୁଅ ଅରହାନ୍ , ସେ ଏହି ଶୋ କରିବା ପାଇଁ ମୋତେ ପୂର୍ଣ୍ଣ ସମର୍ଥନ ଦେଇଛି। ଏହା ସହ ସେ ଏହା ଆହୁରୀ ମଧ୍ୟ କହିଛନ୍ତି, ମୋ ପାଇଁ ଏହା କୌଣସି ଯୁଦ୍ଧ ଜିତିବା ଠାରୁ କମ୍ ନୁହେଁ, ସେ ଏକ ପିଲା, ମୋତେ ଅନୁଭବ ହେଉଛି ଯେ, ମୁଁ ଏଭଳି କିଛି କରିବି, ଯେଉଁଥିରେ ସେ ମୋ କାମ ପାଇଁ ଅଧିକ ଗର୍ବ ଅନୁଭବ କରିବ । '



ନିକଟରେ ମଲାଇକା ଆରୋରା ନିଜର ଏକ ଫଟୋ ଇନଷ୍ଟାରେ ସେୟାର କରିଥିଲେ । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଏକ ବ୍ଲାକ କର୍ଲର ପୋଷାକ ପିନ୍ଧିଥିଲେ । ଅଭିନେତ୍ରୀ ତାଙ୍କର ଏହି ଫଟୋ ସହ ଏକ କ୍ୟାପସନ୍ ଲେଖିଥିଲେ। ସେ କେବଳେ କ୍ୟାପସନରେ ୟେସ୍ ବୋଲି ଲେଖିଥିଲେ। ଏହି ଫଟୋ  ଭାଇରାଲ ହେବା ପରେ ଅର୍ଜୁନ କପୁରଙ୍କ ସହ ତାଙ୍କର ବିବାହ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ପୋଷ୍ଟରେ ବଲିଉଡ୍ ସେଲିବ୍ରେଟି ମାନେ ମଧ୍ୟ ତାଙ୍କୁ  ଶୁଭେଚ୍ଛା ଜଣାଇଥିଲେ। ଏଥିସହ ପ୍ରଶଂସକମାନେ ମଧ୍ୟ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି କି ନାହିଁ ପଚରାଯିବା ସହ ଅଭିନନ୍ଦନ ଜଣାଇଥିଲେ।  ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।  ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ମଲାଇକା-ଅର୍ଜୁନଙ୍କ ଯୋଡିକୁ ସେମାନଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ କରନ୍ତି । ଦୁହେଁ ପ୍ରାୟତଃ ଭ୍ୟାକେସନରେ ଏକାଠି ସମୟ ବିତାନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା।