Met Gala 2023 News In Odia: ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜର କ୍ୟାରିୟରରେ ସଫଳତା ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଏବେ ଚର୍ଚ୍ଚାରେ । ନିଜର ହଟ୍ ଲୁକ୍ ଓ ଡ୍ରେସିଂ ସେନ୍ସକୁ ନେଇ ଯେତିକି ଟ୍ରୋଲ ହୁଅନ୍ତି ତାଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ନିକଟ ଅତୀତରେ ମେଟ ଗାଲା (Met Gala)୨୦୨୩ ରେ ପ୍ରିୟଙ୍କା ଚୋପ୍ରା ବହୁ ଷ୍ଟାଇଲିସ ଅନ୍ଦାଜରେ ଏଣ୍ଟ୍ରି କରିଥିଲେ । ପ୍ରିୟଙ୍କା ନିଜ ସ୍ୱାମୀ ନିକ୍ ଜୋନାସ ଙ୍କ ସହ ମ୍ୟାଚିଂ କରି ବ୍ଲାକ୍ ଆଣ୍ଡ ହ୍ୱାଇଟ ଡ୍ରେସ ପିନ୍ଧି ଅତ୍ୟନ୍ତ ସୁନ୍ଦର ଦିଶୁଥିଲେ। ପ୍ରିୟଙ୍କା ଚୋପ୍ରା ଥାଇ ହାଇ ସ୍ଲିଟ ଡ୍ରେସ ପିନ୍ଧିଥିବା ବେଳେ ନିକ୍ ଜୋନାସ୍ ଟକ୍ସିଡ ସୁଟ ପିନ୍ଧିଥିଲେ। ଯେଉଁଥିରେ ଦୁହିଁଙ୍କ ଯୋଡ଼ିକୁ ଖୁବ ପସନ୍ଦ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ତେବେ ସବୁଠାରୁ ବଡ଼ କଥା ହେଲା, ପ୍ରିୟଙ୍କା ପିନ୍ଧିଥିବା ଡ୍ରେସ ଯେତେ ସୁନ୍ଦର ହୋଇଥିଲା ତା ଠୁ ବେଶି ସୁନ୍ଦର ହୋଇଥିଲା ସେ ଗଳାରେ ପିନ୍ଧିଥିବା ନେକଲେସ । ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ପିନ୍ଧିଥିବା ନେକଲେସର ଦାମ ୨ ଅରବ ଅର୍ଥାତ୍ ୨୦୪ କୋଟି ବୋଲି କୁହାଯାଉଛି। ପ୍ରିୟଙ୍କା ଚୋପ୍ରା (Priyanka Chopra Necklace) ଓ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ଙ୍କ ଏହି ମେଟ ଗାଲା ଇଭେଣ୍ଟର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋରେ ପ୍ରିୟଙ୍କା ବ୍ଲାକ ଆଣ୍ଡ ହ୍ୱାଇଟ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ ଡ୍ରେସ ପୂରାପୂରି ବ୍ଲାକ ଥିଲେ ମଧ୍ୟ ସିଲ୍କ ହ୍ୱାଇଟ ଥିବା ନଜର ଆସିଛି। ଏହାସହ ପ୍ରିୟଙ୍କା ବ୍ଲାକ୍ ହାଇ ହିଲ୍ ପିନ୍ଧିଥିବା ନଜର ଆସିଥିଲେ। ମେଟ ଗାଲାର ଏହି ଇଭେଣ୍ଟରେ ମ୍ୟାଚିଂ ଗେଟଅପରେ  ଖୁବ ସୁନ୍ଦର ଦିଶୁଥିଲେ । 


ମିଡିଆ ରିପୋର୍ଟସ ଅନୁଯାୟୀ, ପ୍ରିୟଙ୍କା ଚୋପ୍ରା ଏହି ଇଭେଣ୍ଟରେ (Met Gala Event) ପିନ୍ଧିଥିବା ନେକଲେସରେ ସମସ୍ତଙ୍କ ନଜର ଅଟକି ଯାଇଥିଲା। କାରଣ ଏହି ନେକଲେସରେ ଦାମ ହେଉଛି ୨ ଅରବ । ଏହି ନେକଲେସରେ ୧୧.୬ କ୍ୟାରେଟର ଡାଏମଣ୍ଡ ଖଚିତ ରହିଛି। ଯାହାକୁ ବଲଗାରୀ ଡିଜାଇନ କରିଛି। କୁହାଯାଉଛି ଯେ, ପ୍ରିୟଙ୍କା ପିନ୍ଧିଥିବା ଏହି ନେକଲେସଟି ଇଭେଣ୍ଟ ପରେ ନିଲାମ ହେବାକୁ ଯାଉଛି। ସବୁଠାରୁ ରୋମାଞ୍ଚକର ଘଟଣା ସେତେବେଳେ ହେବ ଯେତେବେଳେ ଏହାକୁ କିଣିବାକୁ କିଏ ଆଗ୍ରହୀ ହେବେ। ଯଦି ପ୍ରିୟଙ୍କାଙ୍କ ଆଉଟଫିଟ୍ ବିଷୟରେ କଥା ହେବା ତେବେ ତାଙ୍କ ଡ୍ରେସଟିକୁ ଡିଜାଇନ କରିଛି ବେଲୋଣ୍ଟିନୋ । ଯେଉଁଥିରେ ଆକ୍ଟ୍ରେଷ ଖୁବ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାଉଛନ୍ତି।


ଗତ କିଛିଦିନ ତଳେ ଅର୍ଥାତ୍ ଠିକ୍ ମାସେ ତଳେ ଅଭିନେତ୍ରୀ ତଥା ମଡେଲ ପ୍ରିୟଙ୍କା ଚୋପ୍ରା (Actress Priyanka Chopra) ନିଜ କୁନି ଝିଅ ମାଳତି ମ୍ୟାରୀଙ୍କୁ ଧରି ଭାରତ ଭ୍ରମଣରେ ଆସିଥିଲେ। ତାଙ୍କ ସହ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ମଧ୍ୟ ଆସିଥିଲେ। ତେବେ ନିଜ ଝିଅ ମାଲତୀଙ୍କୁ ଧରି ପ୍ରିୟଙ୍କା ଯେତେବେଳେ ଭାରତ ଆସିଥିଲେ ସେତେବେଳେ ଅନେକ ବିଷୟରେ ଚର୍ଚ୍ଚା ହୋଇଥିଲା । ପ୍ରିୟଙ୍କା ବାହାର ଦେଶରେ ରହିଥିଲେ ବି ଭାରତକୁ ଆସି ନିଜର ସଂସ୍କାର ଭୁଲିନଥିଲେ । ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ଫଟୋ ଗ୍ରାଫରଙ୍କୁ ପୋଜ୍ ଦେବା ସହ ହାତ ଯୋଡ଼ି ନମସ୍କାର କରିଥିଲେ। ୨୦୨୨ ମସିହାରେ ପ୍ରିୟଙ୍କା ଓ ନିକ୍ ଝିଅ ମାଲ୍‌ତୀଙ୍କୁ ଗ୍ରହଣ କରିଥିଲେ । ତାଙ୍କ ଝିଅ ସରୋଗେସି ଜରିଆରେ ଜନ୍ମ ହୋଇଛନ୍ତି ବୋଲି ମଧ୍ୟ ସୂଚନା ଦେଇଥିଲେ ।


Also Read: ଭାଇରାଲ ହେଉଛି ଜିଲ୍ଲାପାଳ ଅନନ୍ୟା ଦାସ ଓ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ରୋମାଣ୍ଟିକ ଡ୍ୟାନ୍ସ