Anubahav Varsha Marital Dispute: ପ୍ରାୟ ଦୁଇ ବର୍ଷ ହେବ ଓଡିଶା ଗଣମାଧ୍ୟମରେ ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ଏହି ମାମଲା ଏବେ ଜତୀୟ ଗଣମାଧ୍ୟମରେ ଚହଳ ଖେଳାଇଛି। ବିଶେଷ କରି ହିନ୍ଦୀ ଭାଷାର ଡିଜିଟାଲ ମିଡିଆ ଅନୁଭବ-ବର୍ଷାଙ୍କ ସମ୍ପର୍କକୁ ନେଇ ବିଶ୍ଳେଷଣାମ୍ମକ ଖବର ପ୍ରକାଶ କରିଛନ୍ତି। ଶୁକ୍ରବାର ଦୁଇ ଦୁଇଟି ଗଣମାଧ୍ୟମ ସଂସ୍ଥାରେ ଓଡିଆ ସାଂସଦଙ୍କ ବେଡରୁମ ଷ୍ଟୋରୀ ପ୍ରକାଶିତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ରାଜଧାନୀ ଦିଲ୍ଲୀ ଏନସିଆର ଅନ୍ତର୍ଗତ ନୋଏଡାରୁ ଦୁଇଟି ୱେବ ପୋର୍ଟାଲ ଓଡିଆ ପାଠକଙ୍କୁ ଆଚମ୍ବିତ କରିଦେଇଛି। ତଥ୍ୟର ଗନ୍ଥାଘର ଥାଇ ଯେଉଁ କାମ ଆଞ୍ଚଳିକ ଗଣମାଧ୍ୟମ ଗୁଡିକ କରିପାରିଲେ ନାହିଁ ତାହା ଜାତୀୟ ଗଣମାଧ୍ୟମ କରିଦେଖାଇଛନ୍ତି। ଓଡିଆ ମିଡିଆ ଦୁଆରବନ୍ଧରୁ ଫେରି ଆସୁଥିବା ବେଳେ ଜାତୀୟ ଗଣମାଧ୍ୟମ ସିଧା ସାଂସଦଙ୍କ ବେଡରୁମ ଭିତରେ ପଶି ଖୋଳତାଡ କରିଛି। ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ଘରୋଇ କଳିକୁ ନେଇ ଦୁଇଟି ହିନ୍ଦୀ ଡିଜିଟାଲ ମିଡିଆ ଯେଉଁ ଭଳି ଶୀର୍ଷକ ଦେଇଛନ୍ତି ତାହା, ଓଡିଶାବାସୀଙ୍କୁ ଆନ୍ଦୋଳିତ କରୁଛି।


Also Read: କୋରିଆରେ କମାଲ କଲେ ଓଡ଼ିଆ ଝିଅ Sriya Lenka, ବନିଲେ ଭାରତର ପ୍ରଥମ K-Pop Star


ଜାତୀୟ ଗଣମାଧ୍ୟମର ପ୍ରତିଷ୍ଠିତ ଦୁଇଟି ୱେବ ପୋର୍ଟାଲର ଶୀର୍ଷକ ପ୍ରାୟ ସମାନ ରହିଛି। ଗୋଟିଏରେ ଲେଖା ହୋଇଛି (ଓଡିଆ ଅନୁବାଦ), 'ଆଠ ବର୍ଷରେ ଥରୁଟିଏ ଶାରୀରିକ ସମ୍ପର୍କ ରଖିଲେନି ଆଉ କେତେ ଅପେକ୍ଷା କରିବେ ପତି? ଜାଣନ୍ତୁ ସାଂସଦ ପତି ଓ ଅଭିନେତ୍ରୀ ପତ୍ନୀଙ୍କ ମାମଲାରେ କୋର୍ଟଙ୍କ ଫଇସଲା'। ଅନ୍ୟଟିରେ ଜରୁରୀ ଖବର ବୋଲି କହିବା ସହ ଲେଖାହୋଇଛି, 'ବିନା ସେକ୍ସରେ ବିବାହର ଆଠ ବର୍ଷ ବିତିଗଲା, ନେତା ପତି ପଚାରିଲେ ଆଉ କେତେ ଦିନ ଅପେକ୍ଷା କରିବି, ଜଣନ୍ତୁ କୋର୍ଟର ଫଇସଲା'।



ଏହି ଦୁଇଟି ଖବରର ଶୀର୍ଷକ ପ୍ରାୟ ସମାନ। କିନ୍ତୁ ଭିତରେ ଥିବା କଣ୍ଟେଟ ଟିକିଏ ଭିନ୍ନ। ପ୍ରଥମ ଖବରରେ ଅନୁଭବ-ବର୍ଷାଙ୍କ ପାରିବାରିକ ଜୀବନ ଓ କଳହ ବିଷୟରେ ବର୍ଣ୍ଣନା କରିଯାଇଥିବା ବେଳେ ଦ୍ୱିତୀୟଟିରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ସମସ୍ୟା ଦେଖାଦେଲେ ଆଇନ ଅନୁସାରେ କଣ ସବୁ ପଦକ୍ଷେପ ନିଆଯାଇପାରିବ। ପୂର୍ବରୁ ଏଭଳି କେଉଁ ସବୁ ମାମଲା କୋର୍ଟକୁ ଯାଇଛି ଏବଂ ତା ସହ ଅନୁଭବଙ୍କ ବେଡରୁମ ଷ୍ଟୋରୀର କଣ ସମ୍ପର୍କ ରହିଛି, ତାହାରି ଉପରେ ବିଶ୍ଳେଷଣ କରାଯାଇଛି।


ସୂଚନାଯୋଗ୍ୟ, ଷ୍ଟାର କପଲ୍ ସାଂସଦ ଅନୁଭବ-ବର୍ଷାଙ୍କୁ ନେଇ ଗୁରୁବାର କଟକ SDJM କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସାଂସଦଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ପ୍ରତି ମାସର ୧୦ ତାରିଥ ପୂର୍ବରୁ ୩୦ ହଜାର ପ୍ରଦାନ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି। ତେବେ ଅନୁଭବଙ୍କ ଠାରୁ ପ୍ରଥମ ମାସର ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ। ତାଙ୍କ ବାପା, ମାଆ ଅସୁସ୍ଥ ଥିବାରୁ ବର୍ଷା ତାଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟରେ ସାଂସଦ ଅନୁଭବ ଆବେଦନ କରିଥିଲେ।  


Also Read: ହୃଦଘାତ ନା ଅପ୍ରାକୃତିକ ମୃତ୍ୟୁ? କେକେଙ୍କ ମୃତ୍ୟୁକୁ ନେଇ ଉଠିଛି ଏହି ୫ଟି ବଡ଼ ପ୍ରଶ୍ନ


ଗତ ସପ୍ତାହରେ ସେଲିବ୍ରିଟି ଦମ୍ପତିଙ୍କୁ ହାଇକୋର୍ଟ ତାଗିଦ କରିଥିଲେ। କାରଣ ସାଂସଦ ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ। ସୋସିଆଲ ମିଡିଆରେ ବିଜେଡି ସାଂସଦଙ୍କ ତିନି ତିନୋଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆବେଦନ କରିଥିଲେ। ନିଜ ଆବେଦନରେ ବର୍ଷା ଦର୍ଶାଇଥିଲେ ଯେ, ଅନୁଭବଙ୍କ ଏଭଳି ଭିଡିଓ ପୋଷ୍ଟ ଯୋଗୁଁ ତାଙ୍କ ମାନହାନୀ ଓ ମର୍ଯ୍ୟାଦା ହାନୀ ହେଉଛି। ଯାହାକି ସମ୍ବିଧାନର ଅନୁଚ୍ଛେଦ-୨୧କୁ ଉଲ୍ଲଂଘନ କରୁଛି। ତେଣୁ ଏହା ଉପରେ ରୋକ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବର୍ଷା ନିଜ ଆବେଦନରେ ଦର୍ଶାଇଥିଲେ। 



ବର୍ଷା ନିଜ ଆବେଦନରେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଥିଲେ। ବର୍ଷାଙ୍କ ଏହି ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରି ଉଭୟ ପକ୍ଷଙ୍କୁ ଏଥିରୁ ବାଦ୍ ରହିବାକୁ କୋର୍ଟ କହିଥିଲେ। ସୋସିଆଲ ମିଡିଆରେ ଭିଡିଓ କରି ପତ୍ନୀ ବର୍ଷାଙ୍କ ବିରୋଧରେ ତିନି ତିନି ଥର ବର୍ଷିଥିବା ଅନୁଭବଙ୍କୁ ଏଭଳି ଆଉ ଭିଡିଓ ପୋଷ୍ଟ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଏହି ମାମଲାରୁ ନେଇ ପୁରୀଘାଟ ଥାନାରେ ବର୍ଷା ଦେଇଥିବା ଏତଲାକୁ ଭିତ୍ତିକରି ସାଇବର ସେଲ, ଫେସବୁକକୁ ତଥ୍ୟ ମାଗିଛି।