Nora Fatehi: ନୋରା ଫେତେହିଙ୍କୁ (Nora Fatehi) ହୁଏତି କୌଣସି ପରିଚୟର ଆବଶ୍ୟକତା ନାହିଁ । ନିଜର ଗ୍ଲାମରିୟସ ଲୁକ ଓ ଡ୍ୟାନ୍ସ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ସର୍ବଦା ଲାଇମଲାଇଟରେ ରହିଥାଆନ୍ତି ତେବେ ଆଜି ନୋରାଙ୍କୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ନୋରା ଫେତେହିଙ୍କ (Nora Fatehi)  ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର । ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ । ପ୍ରାୟ ୨୦୦ କୋଟି ଠକେଇ ମାମଲାରେ ଫଶି ଆଜି ଅର୍ଥାତ୍ ସୋମବାର ଦିନ ଦିଲ୍ଲୀ ପଟିଆଲା କୋର୍ଟରେ (Patiala house court Delhi) ପହଁଞ୍ଚିଛନ୍ତି ଅଭିନେତ୍ରୀ । ଏହି ପ୍ରସଙ୍ଗରେ ପୋଲିସ ନୋରାଙ୍କୁ ଅନେକ ଥର ପଚରାଉଚରା କିରିଥିବା ବେଳେ ଇଡ଼ି ଅନେକ ଥର ଅନୁସନ୍ଧାନ କରିଛି । ଖାଲି ଏତିକି ନୁହେଁ, ଅଭିନେତ୍ରୀ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ମହଙ୍ଗା ଉପହାର ନେଇଥିବା ନେଇ ମଧ୍ଯ ଅଭିଯୋଗ ହୋଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ସୁକେଶ ଚନ୍ଦ୍ରଶେଖର ମାମଲା ଓ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବହୁ ବଡ଼ ବଡ଼ ସେଲିବ୍ରେଟଙ୍କ ନାମ ସାମ୍ନାକୁ ଆସିଥିଲା । ନୋରାଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ତିସଙ୍କ (jacqueline Fernandez) ନାମ ମଧ୍ଯ ଏଥିରେ ସାମିଲ ରହିଛି । କୁହାଯାଉଛି ଯେ, ଅନେକ ବଲିଉଡ଼ ଅଭିନେତ୍ରୀ ସୁକେଶଙ୍କ (sukesh chandrashekhar) ସହ ଯୋଗାଯୋଗରେ ଥିଲେ । ଏହା ପୂର୍ବରୁ ନୋରା ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଜ୍ୟାକଲିନଙ୍କ ସହ ଅଭିନେତ୍ରୀ ବହୁ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ଯ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଏନେଇ ନୋରା ଫେତେହି ଅଭିଯୋଗ କରିଥିଲେ ଯେ, ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦ କୋଟି ଟଙ୍କା ଲଣ୍ତରିଂ (200 crore money laundering case) ମାମଲାରେ ତାଙ୍କୁ ଜବରଦସ୍ତି ଟଣା ଯାଇଛି । ସେ ଆଉ ମଧ୍ଯ କହିଛନ୍ତି, ସୁକେଶଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ଜରିଆରେ ତାଙ୍କ ସହ ପରିଚିତ ହୋଇଥିଲେ ।


ଏହା ବି ପଢନ୍ତୁ- Mohammed Rafi: ଏହି ବ୍ୟକ୍ତିଙ୍କ ପାଇଁ ବଦଳିଥିଲା ସେଲୁନରେ କାମ କରୁଥିବା ମହମ୍ମଦ ରଫିଙ୍କ ଭାଗ୍ୟ!


ନିକଟରେ, ବଲିଉଡ଼ ଡିଭା ନୋରା ଫତେହି ମୁମ୍ବାଇରେ ଅନୁଷ୍ଠିତ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ୍ ସୋ’ରେ ନଜର ଆସିଥିଲେ। ନୋରା ଏକ ବ୍ଲୁ ରଙ୍ଗର ସିମରି ଶାଢୀ (Nora Fatehi blue shimmery saree) ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ। ତେବେ ଏହି ଇଭେଣ୍ଟରେ ଅଭିନେତ୍ରୀ ଏକ ଅଘଟଣରୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ଯ ଭାଇରାଲ ହୋଇଥିଲା । ଏହି ଇଭେଣ୍ଟରେ ନୋରା ଏକ ଫ୍ୟୁଜନ୍ ଶାଢୀ ସହ ହାଇ ହିଲ୍ ପିନ୍ଧିଥିଲେ । ଯାହା ତାଙ୍କ ଲୁକକୁ ଆହୁରୀ ଆକର୍ଷଣୀୟ କରୁଥିଲା । ତେବେ ଅଭିନେତ୍ରୀ ପିନ୍ଧିଥିବା ଶାଢୀର କାନୀ ବେଶ ଲମ୍ବା ଥିଲା । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ରେଡ଼ କାର୍ପେଟରେ ଯାଉଥିବା ବେଳେ ନୋରାଙ୍କ ଗୋଡ଼ ତାଙ୍କ ଶାଢୀରେ ଛନ୍ଦି ହୋଇଯାଇଥିଲା । ଫଳରେ ତଳେ ପଡୁ ପଡୁ ଅଳ୍ପକେ ବର୍ତ୍ତିଯାଇଥିଲେ ଅଭିନେତ୍ରୀ । ନୋରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଖାଲି ଏତିକି ନୁହେଁ, ନୋରା ହାତରେ ଧରିଥିବା ଏକ ଛୋଟ ବ୍ୟାଗ ପାଇଁ ମଧ୍ଯ ତାଙ୍କୁ ଟ୍ରୋଲ ହେବାକୁ ପଡିଥିଲା ।