Odia Actress Archita Sahu: ଓଲିଉଡ଼ରେ ବେଶ ଦବଦବା ରଖିଥିବା ଅର୍ଚ୍ଚିତା ଏବେ ଆମେରିକା ଗସ୍ତରେ ରହିଛନ୍ତି। ସ୍ୱାମୀ ସବ୍ୟସାଚୀଙ୍କ ସହିତ ଆମେରିକାରେ ଯାଇଛନ୍ତି। ନିଜର ନିଖୁଣ ଅଭିନୟ ପାଇଁ ସେ ଓଡିଆ ସିନେ ପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଓଲିଉଡ଼ର ଏହି ଚକ୍ଲେଟ ହିରୋଇନ  ସବ୍ୟସାଚୀଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ ସବ୍ୟସାଚ୍ଚୀଙ୍କ ସହିତ ଅନେକ ସିନେମାରେ ନଜର ଆସିଛନ୍ତି। କିନ୍ତୁ ଏବେ ଅର୍ଚ୍ଚିତାଙ୍କୁ ମୁସଲିମ ବେଶରେ ଏବେ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ତାଙ୍କର ଏହି ବେଶକୁ ନେଇ ଏବେ ସିନେପ୍ରେମୀଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଜାରି ରହିଛି। ଅନେକ ସିନେ ପ୍ରେମୀଙ୍କ ସହିତ ମଧ୍ୟରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣନ୍ତି କି ଅର୍ଚ୍ଚିତାଙ୍କୁ ଏକ ମୁସଲିମ ଝିଅ ଭାବେ ଆଗାମୀ ଚଳଚିତ୍ରରେ ଦେଖିବାକୁ ମିଳିବ। ମହିଷାସୁର ଚଳଚିତ୍ରରେ ଅର୍ଚିତାଙ୍କୁ ମୁସଲିମ ସମ୍ପ୍ରଦାୟର ହୋଇଥିବା ଦେଖିବାକୁ ମିଳିଛି। ତେବେ ତରଙ୍ଗ ଚ୍ୟାନେଲର ୪୭ତମ ଚଳଚ୍ଚିତ୍ରରେ ନଜର ଆସିବେ ଓଲିଉଡର ଚକ୍ଲେଟ୍ ହିରୋଇନ୍ ଅର୍ଚ୍ଚିତା ସାହୁ ଏହି ଚଳଚ୍ଚିତ୍ରରେ ଅର୍ଚ୍ଚିତା ଆଇନଜୀବୀ ଭାବରେ କାମ କରୁଛନ୍ତି ଏବଂ ସେ ମୁସଲମାନ ପରିବାରରେ ଜନ୍ମ ହୋଇଛନ୍ତି।


ଅର୍ଚ୍ଚିତାଙ୍କ ନାମ ହେଉଛି ସବନା ବେଗମ୍ ଏଥିରେ ସେ ମୁସଲମାନଙ୍କ ପରି ବସ୍ତ୍ର ପରିଧାନ କରିବା ସହ ନମାଜ ପାଠ କରୁଛନ୍ତି ମହିଷାସୁର ଚଳଚ୍ଚିତ୍ରରେ ଅର୍ଚ୍ଚିତା ଆଇନଜୀବୀ ଭାବରେ କାମ କରିବା ସହିତ ସେ ମୁସଲମାନ ପରିବାରରେ ଜନ୍ମ ହୋଇଥିବା ସୁଟିଂ ସେଟ୍ ର ସେହି ଦୃଶ୍ୟକୁ ଏଠାରେ ଆପଣମାନେ ଦେଖି ପାରୁଥିବେ ।


ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକା ଅଭିନେତା ବବି ମିଶ୍ର ଓ ଆକାଶ ଧଳା ନଜର ଆସିବେ ତେବେ ଅର୍ଚ୍ଚିତାଙ୍କର ଯେଉଁସବୁ ଫଟୋ ଆପଣମାନେ ଦେଖିଛନ୍ତି ଇଏ କୌଣସି ରୀୟଲ ଲାଇଫର ଫଟୋ ନୁହେଁ ଇଏ ରିଲ ଲାଇଫର।