ଭୁବନେଶ୍ୱର: ଓଡ଼ିଶାର ମନୋରଞ୍ଜନ ଶିଳ୍ପ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ଓଡ଼ିଆ ପୁଅ ଦୟାନିଧି ଡାହିମା । ଦୟା ଏଣ୍ଟରଟେନମେଣ୍ଟ୍ର ପ୍ରତିଷ୍ଠାତା ଦୟାନିଧି ଦାହିମା ପୁଣି ଥରେ ଓଲିଉଡରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି । ନିକଟରେ ସେ, ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କ ସହିତ ଏକ ଗ୍ରାଉଣ୍ଡବ୍ରେକିଂ ସୁଟ୍ କରିଥିଲେ । ଯିଏ ୫୦ ବର୍ଷରୁ ଅଧିକ ସମୟ ବିଭିନ୍ନ ବିଜ୍ଞାପନ ସମେତ ୩୦୦ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଦୟାଙ୍କ ଏପରି କାମ ପୁଣିଥରେ ଓଡ଼ିଶା ସିନେ ଜଗତ ସହିତ ବଲିଉଡର ଥିବା ବ୍ୟବଧାନକୁ ନିକଟତର କରିବାରେ ସକ୍ଷମ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଓଡ଼ିଶାର ଏକ ଆଞ୍ଚଳିକ ବ୍ରାଣ୍ଡ ପାଇଁ ଆୟୋଜିତ ହୋଇଥିବା ଏହି ସୁଟ୍ କେବଳ ଦୟାନିଧି ଦାହିମାଙ୍କ ସୃଜନଶୀଳ ଶକ୍ତି ପ୍ରଦର୍ଶନ କରିଛି ତାହା ନୁହେଁ ବରଂ ବଲିଉଡ ସହ ଥିବା ତାଙ୍କ ସମ୍ପର୍କକୁ ଦର୍ଶାଇଛି । ଦୟାନିଧି ପୂର୍ବରୁ ମଧ୍ୟ ଅନେକ ଆଞ୍ଚଳିକ ଭାଷାରେ ବିଜ୍ଞାପନ ସମେତ ବିଭିନ୍ନ କାର୍ଯ୍ୟ କରିସାରିଛନ୍ତି । ଏଥିସହ ଆଗକୁ ମଧ୍ୟ ଏ ଧାରା ବଜାୟ ରହିବ ବୋଲି ଦୟା ପ୍ରତିକ୍ରିୟାରେ କହିଛନ୍ତି । ଏହି ପ୍ରୋଜେକ୍ଟରେ ଦଲିପ ତାହିଲଙ୍କ ଯୋଗଦାନ ଆମ ଓଡ଼ିଶାକୁ ଖୁବ ଆଗକୁ ନେଇଯିବ ବୋଲି ଦୟା ବିଶ୍ୱାସ ରଖିଛନ୍ତି । ଏଥିସହ ଆଗକୁ ମଧ୍ୟ ଓଡ଼ିଶାର କଳାକାର ରାଜ୍ୟ ବାହାରେ ଏବଂ ରାଜ୍ୟ ବାହାରର କଳାକାର ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ଦ୍ୱାରା ଏକ ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ ବୋଲି ଦୟା କହିଛନ୍ତି ।


Also Read- Ollywood News: ଦର୍ଶକଙ୍କ ମନ ଜିତୁଛି ଜୀ ସାର୍ଥକ ଫିଲ୍ମ୍ସର 'କେମିତି କହିବି ମୁଁ'ର ସମସ୍ତ ଗୀତ


Also Read- Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ