Odia Entertainment News: ୫୦ ଦିନରେ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ `କର୍ମ`
ଭୁବନେଶ୍ୱର: ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ `କର୍ମ` ୫୦ ଦିନରେ ସଫଳତାର ସହ ପହଞ୍ଚି ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଇତିହାସ ସୃଷ୍ଟି କରିଛି। ଓଡିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ଆଜି ବି ହାଉସଫୁଲ ଚାଲିଛି କର୍ମ। ପ୍ରତୀକ୍ଷା ଜାତୀୟ ସ୍ତରରେ ପୁରସ୍କୃତ ହେବା ପରେ ପଛକୁ ନଚାହିଁ ଗୋଟିଏ ପରେ ଗୋଟି
Odia Entertainment News: ଭୁବନେଶ୍ୱର: ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ "କର୍ମ" ୫୦ ଦିନରେ ସଫଳତାର ସହ ପହଞ୍ଚି ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଇତିହାସ ସୃଷ୍ଟି କରିଛି। ଓଡିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ଆଜି ବି ହାଉସଫୁଲ ଚାଲିଛି କର୍ମ। ପ୍ରତୀକ୍ଷା ଜାତୀୟ ସ୍ତରରେ ପୁରସ୍କୃତ ହେବା ପରେ ପଛକୁ ନଚାହିଁ ଗୋଟିଏ ପରେ ଗୋଟିଏ ଭଲ ସିନେମା ଦର୍ଶକଙ୍କୁ ଭେଟି ଦେବାର ଗୁରୁଦାୟୀତ୍ୱ ନେଇଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ପ୍ରତୀକ୍ଷା ପରେ ତ୍ରିକନ୍ୟା ତା'ପରେ କର୍ମ। କର୍ମ ପାଇଁ ପ୍ରତ୍ୟେକ ସିନେପ୍ରେମୀଙ୍କ ମୁହଁରେ ପ୍ରଶଂସା। ଭଲ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କଲେ ଦର୍ଶକ ନିଶ୍ଚିତ ଭାବେ ଦେଖିବାକୁ ପ୍ରେକ୍ଷାଳୟ ମୁହାଁ ହେବେ ଏହାକୁ ପ୍ରମାଣ କରିଛନ୍ତି ଜାତୀୟ ପୁରସ୍କୃତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ପ୍ରତ୍ୟେକ କର୍ମ ର ଫଳ ଯେମିତି ଭୋଗିବାକୁ ହୁଏ ଠିକ ସେହିପରି କର୍ମ ଟିମ୍ ମଧ୍ୟ ତାଙ୍କ କର୍ମ ଫଳ, ପ୍ରଶଂସା ସ୍ୱରୂପ ପାଉଛନ୍ତି।
ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ପ୍ରସ୍ତୁତ କର୍ମ ର ପ୍ରଯୋଜନା କରିଛନ୍ତି ଅନୁପମ ପଟ୍ଟନାୟକ ଏବଂ ବର୍ଷା ପଟ୍ଟନାୟକ। କାହାଣୀ ମାନସ ପଢ଼ିଆରୀ ଲେଖିଥିବା ବେଳେ ସଂଳାପ ମାନସ ପଢ଼ିଆରୀ ଏବଂ ନିଶାନ୍ତ ମଜିଠିଆ ଲେଖିଛନ୍ତି।
କର୍ମ ର ପଚାଶ ଦିନ ପୂର୍ତ୍ତି ଅବସରରେ ଶ୍ରୀୟା କମ୍ପ୍ଲେକ୍ସରେ କର୍ମ ଟିମ୍ ସହିତ ଅନେକ ସିନେପ୍ରେମୀଙ୍କ ଗହଣରେ ଏକ ଉତ୍ସବ ପାଳିତ ହୋଇଥିଲା। ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢ଼ିଆରୀ, କ୍ୟାମେରାମ୍ୟାନ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶକ ଆଶୀଷ ପ୍ରଧାନ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ମୁଖ୍ୟ ଚରିତ୍ର ଗୁଡିକରେ ଅଭିନୟ କରୁଥିବା ଅଭିନେତା ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ମନ୍ମୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଦିବ୍ୟା ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ।
ଅନୁପମ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଧାରାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି। କର୍ମ ଯେତିକି ସଫଳତା ଦେଇଛି ଅନୁପମ ଏବଂ ବର୍ଷା ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ରଗୁଡିକ ମଧ୍ୟ ସେହିପରି ସଫଳତା ପାଇବ ଏଥିରେ ସନ୍ଦେହ ନାହିଁ।