Ollywood News: ଓଡ଼ିଆ ସିନେମା 'ସନତାନୀ'କୁ ନେଇ ଏକ ବଡ଼ ଖବର ସମ୍ନାକୁ ଆସିଛି । ସିନେମା ରିଲିଜ୍ ହେଲେ ଦଙ୍ଗା ହୋଇପାରେ ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇଛି। ପାଠକବନ୍ଧୁ ଓଡ଼ିଆ ଫିଲ୍ମ 'ସନାତନୀ'ର ଟ୍ରେଲର ରିଲିଜ୍ ହୋଇସାରିଛି। ମାସେ ତଳେ ରିଲିଜ୍ ହୋଇଥିବା ଏହି ଟ୍ରେଲରକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି। ସିନେମାଟି ଧର୍ମକୁ ନେଇ ପ୍ରସ୍ତୁତ ହୋଇଥିବାରୁ ପୋଷ୍ଟର ରିଲିଜ ଠାରୁ ବିବାଦ ଲାଗି ରହିଛି। ତେବେ ଏହାର ଥିମ୍ ରହିଛି "କର୍ମ ହିଁ ଧର୍ମ" । ବିଦିଶା କ୍ରାଫ୍ଟ ବ୍ୟାନରରେ ବରିଷ୍ଠ ପ୍ରଯୋଜକ ବିଜୟ କଣ୍ଡୋଇଙ୍କ ପ୍ରଯୋଜନାରେ ସିନେମା ପ୍ରସ୍ତୁତ କରାଯାଇଛି । ଫିଲ୍ମ ଧର୍ମାନ୍ତରୀକରଣ ଉପରେ ଆଧାରିତ ହୋଇଛି । ଏଥିରେ ନାୟକ ରୂପେ ସମ୍ବିତ ଭିନ୍ନ ଭିନ୍ନ ଅବତାରରେ ନଜର ଆସିବେ । ଫିଲ୍ମଟି ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ । ସେ କିଭଳି ସବୁ ଧର୍ମ ପାଇଁ ଲଢେଇ କରୁଥିଲେ ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ। କିଭଳି ଆଦିବାସୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଯାଉଛି ଏବଂ ସେମାନଙ୍କର ଜମିବାଡ଼ିକୁ ଅକ୍ତିଆର କରାଯାଉଛି, ସେହି କାହାଣୀ ରହିଛି ସିନେମାରେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମଣିଷ ହେଉଛି ଶ୍ରେଷ୍ଠ ଧର୍ମ ବୋଲି ଏଥିରେ ଦର୍ଶାଯାଇଛି। ଏହାସହ ହିନ୍ଦୁତ୍ବବାଦ୍ ଏବଂ ଗୀତାର ଅନେକ ତତ୍ତ୍ୱକୁ ମଧ୍ୟ ଏଥିରେ ଦର୍ଶାଯାଇଛି। 


COMMERCIAL BREAK
SCROLL TO CONTINUE READING

ଦର୍ଶକ ନିଶ୍ଚିତ ଫିଲ୍ମକୁ ଉପଭୋଗ କରିବେ ବୋଲି କହିବା ସହ କୌଣସି ଧର୍ମକୁ ଅପମାନ କରାଯାଇନି ବୋଲି କହିଛନ୍ତି କର୍ମକର୍ତ୍ତା କହିଛନ୍ତି। ସିନେମାଟି ଆସନ୍ତା ମାସ ୭ ତାରିଖରେ ରିଲିଜ ହେବା । ଏବେ ସିନେମାଟି ଚର୍ଚ୍ଚାରେ ରହିବାର କାରଣ ହେଉଛି ସିନେମା ମୁକ୍ତିଲାଭ କରିବାର ଅଳ୍ପଦିନ ପୂର୍ବରୁ ହିଁ ଗୁଇନ୍ଦା ବିଭାଗ ସତର୍କ କରାଇଛି। ସିନେମା ରିଲିଜ୍ ପରେ ଦଙ୍ଗା ସୃଷ୍ଟି ହେବ ଆଶଙ୍କା କରି ଗୁଇନ୍ଦା ବିଭାଗ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛି। ତେବେ ରାଜ୍ୟର ୧୫ଟି ହଲରେ ମୁକ୍ତିଲାଭ କରିବାକୁ ଯାଉଛି ସିନେମା ସନାତନୀ। ସନାତନ ଧର୍ମକୁ ମହତ୍ତ୍ଵ ଦେବା ପାଇଁ ସିନେମାଟି ହୋଇଛି ବୋଲି କର୍ମକର୍ତ୍ତା କହିଛନ୍ତି। ନିକଟରେ ୟୁଟ୍ୟୁବର ଲବ ହାଁସଦା ମଧ୍ୟ ଦେଶ ବାହାରେ ଏହାର ପ୍ରମୋସନ କରିବେ ବୋଲି କହିଛନ୍ତି। ତେବେ ସିନେମା ରିଲିଜକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ପୁରା ଟିମ୍। ସେପଟେ ସିନେମାକୁ ନେଇ ଏତେ ଚର୍ଚ୍ଚା ହେଉଥିବାରୁ ଦର୍ଶକ ମଧ୍ୟ ବେଶ୍ ଆଗ୍ରହର ସହ ଅପେକ୍ଷା କରିଛନ୍ତି। 


ସିନେମାରେ ହିରୋ ଭୂମିକାରେ ସମ୍ବିତ୍ ନଜର ଆସିବେ ଏବଂ ଅର୍ଲିନ ଅଙ୍କିତାଙ୍କୁ ନାୟିକା ଭାବେ ଦର୍ଶକ ଦେଖିବାକୁ ପାଇବେ । ପୂର୍ବରୁ ସେ ୩ରୁ ଅଧିକ ସିନେମାରେ ଅଭିନୟ କରିସାରିଛନ୍ତି । ତାଙ୍କ ବ୍ୟତୀତ ପପି ସନ୍ତୁଟୁକା, ଗୁଡ୍ଡୁ, ଜଗନ୍ନାଥ ସେଠ୍, ଗୋପାଳ, ପ୍ରକାଶ ମହାନ୍ତି, ବବୁଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଯୋଜକ ବିଜୟ କନ୍ଦୋଇ ଏହାର ପ୍ରଯୋଜନା ଦେଉଛନ୍ତି । ପୂର୍ବରୁ ସେ ୧୫ରୁ ଅଧିକ ସିନେମା ଓ ୨୦ରୁ ଅଧିକ ଧାରାବାହିକର ପ୍ରଯୋଜନା ଦେଇଛନ୍ତି । ଫିଲ୍ମର ସଂଳାପ ଲେଖିଛନ୍ତି ମାନସ ରଞ୍ଜନ ସାମଲ ଓ ଦିପ୍ତୀ ପଟ୍ଟନାୟକ । ସିନେମାଟୋଗ୍ରାଫର ଧ୍ରୁବାନନ୍ଦ ପଣ୍ଡା,  ସଙ୍ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର୍ , ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ଦର୍ଶକ ସିନେମାକୁ ବଡ ପରଦାରେ ଆସନ୍ତା ମାସ ୭ ତାରିଖରେ ଦେଖିବାକୁ ପାଇବେ ।


Also Read- ସମସ୍ତେ ହାତ ଛାଡିଦେଲେ, ପରିସ୍ଥିତିରେ ପଡ଼ି ଯାତ୍ରାକୁ ଆସିଲି- ସୁଧାକର ବସନ୍ତ


Also Read- ବିମାନ ଉପରେ ବଜ୍ରପାତ, ଭୟରେ ଥରିଲା ଯାତ୍ରୀଙ୍କ ଛାତି !