Pathaan Controversy: ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଅପକମିଂ ଫିଲ୍ମ ପଠାନକୁ ନେଇ ବିବାଦ ଥମିବାରେ ନାଁ ଧରୁନି। ଫିଲ୍ମର ଟ୍ରେଲରକୁ ଲୋକ ବହୁତ ପସନ୍ଦ କରିଥିଲେ ହେଲେ ଯେତେବେଳେ ଫିଲ୍ମର ପ୍ରଥମ ଗୀତ ବେସରମ ଗୀତ ରିଲିଜ ହେଲା ଗୀତ ଦେଖି ଲୋକଙ୍କ ରାଗ ବଢିଗଲା । କାରଣ ଥିଲା ଗୀତରେ ଦୀପିକାଙ୍କ ବିକିନୀ ଠାରୁ ଆରମ୍ଭ କରି ଅଶ୍ଳିଳ ଭାବେ ନାଚିବା। ସବୁଠାରୁ ଅଧିକ ବିବାଦ ଦେଖାଦେଇଥିଲା ଯେତେବେଳେ ଦୀପିକା କମଳା ରଙ୍ଗର ବିକିନୀ ପିନ୍ଧି ସାମ୍ନାକୁ ଆସିଥିଲେ। ଏହାକୁ ନେଇ ରାଜନୀତି ମଧ୍ୟ ଖୁବ ଜୋର ଧରିଥିଲା । ଏବେ ଏହାକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ତାହା ହେଉଛି, ସେନ୍ସର ବୋର୍ଡ ସୂତ୍ର ଅନୁସାରେ, ମେକର୍ସଙ୍କୁ ଫିଲ୍ମରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିପାରେ। 


COMMERCIAL BREAK
SCROLL TO CONTINUE READING

ଯେଉଁ ଦିନରୁ ଶାହରୁଖ ଓ ଦୀପିକାଙ୍କ (Shahrukh And Deepika) ଏହି ଗୀତ ରିଲିଜ ହୋଇଛି ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପ୍ରକାରର ବିବାଦ ଦେଖିବାକୁ ମିଳିଥିଲା ।  ପଠାନ୍ ଫିଲ୍ମର ବେସରମ ରଙ୍ଗ ଗୀତରେ ଦୀପିକାଙ୍କୁ କମଳା ରଙ୍ଗର ବିକିନି ପିନ୍ଧି ଅଶ୍ଳିଳ ଭାବେ ନାଚିବାର ନଜର ଆସିଥିଲେ। ତେବେ ସେହି ସିନରେ ଶାହରୁଖଙ୍କୁ ଗ୍ରିନ କଲର ଟି-ସାର୍ଟରେ ସ୍ପଷ୍ଟ କରାଯାଇଥିଲା । ଆଉ ଏହି ଦୁଇଟି ରଙ୍ଗକୁ ଦୁଇ ଧର୍ମ ସହ ଯୋଡ଼ି ଏହାକୁ ନେଇ ଟାର୍ଗେଟ କରାଗଲା । ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ କିଛି ରାଜନୈତିକ ଦଳ ଏକଥା ବି କହିଲେ କି ଏହି ଦୁଇଟି ରଙ୍ଗକୁ ଗୀତରେ ସ୍ଥାନ ଦେବା ମେକର୍ସ ମାନଙ୍କ ଇରାଦାକୁ ସଫା କରିଛି । ଏହାର ଅର୍ଥ ମେକର୍ସ ମାନେ ଜାଣିଶୁଣି ଏ ଭୁଲ କରିଛନ୍ତି । ଏହାକୁ ଏମିତି କୁହାଗଲା ଯେ, ଦୀପିକାଙ୍କ କମଳା ରଙ୍ଗର ପୋଷାକ ହିନ୍ଦୁ ଏବଂ ଶାହରୁଖ ମୁସଲିମ ହୋଇଥିବାରୁ କିଛି ଲୋକ ଏହାକୁ ଖରାପ ବା ଜିହାଦ ଦୃଷ୍ଟିରେ ମଧ୍ୟ ଦେଖିଲେ । ଯାହାକୁ ନେଇ ଅନେକ ନେତା, ସନ୍ଥ ଏହି ଫିଲ୍ମକୁ ବ୍ୟାନ କରିବାକୁ ଦାବି ଏବେ ବି ଜୋର୍ ଧରିଛି । 


ଏବେ ଏହା କୁହାଯାଉଛି ଯେ, CBFC ଗାଇଡ ଲାଇନ ଅନୁସାରେ ମେକର୍ସଙ୍କୁ ଗୀତରେ କିଛି ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। କେବଳ ଗୀତ ନୁହେଁ ଫିଲ୍ମର କିଛି ସିନକୁ ମଧ୍ୟ ବଦଳାଇ ଦିଆଯିବା ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ପଠାନ ଫିଲ୍ମକୁ ସାର୍ଟିଫିକେସନ ପାଇଁ  CBFC ଏକଜାମିସନ କମିଟି ଯାଇଥିଲେ। ଏହି ସମୟରେ CBFC ଗାଇଡ ଲାଇନ୍ସ ଅନୁସାରେ ଫିଲ୍ମକୁ ଭଲ ଭାବେ ଦେଖାଯିବା ସହ ଏହାକୁ କିଛିଟା ପରିବର୍ତ୍ତନ କରାଯାଇ ଥିଏଟର ରେ ରିଲିଜ ପୂର୍ବରୁ ରିଭାଇଜଡ୍ ଭର୍ସନ CBFC ରେ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି  


ଏଜେନ୍ସି ଅନୁସାରେ, CBFC ସୂତ୍ର ହିସାବରେ ସେନସର ବୋର୍ଡ(CBFC Censor Board) ସର୍ବଦା କିଏଟିଭ ଏକ୍ସପ୍ରେସନ ଓ ଲୋକଙ୍କ ସେନ୍ସବିଲିଟିକୁ ମାପି ଚୁପି ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ କରିଥାଏ। ବୋର୍ଡକୁ ମଧ୍ୟ ଭରସା ଅଛି ଯେ, ଆପୋଷ ବୁଝାମଣା ଓ ତାଳମେଳ ରକ୍ଷା କରି ଚାଲିଲେ ଏହି ବିବାଦକୁ ଶାନ୍ତ କରିହେବ । ସେହିପରି କ୍ରିଏଟର୍ସ ମାନେ ସବୁ ଦିଗକୁ ଦେଖି ଫିଲ୍ମ ନିର୍ମାଣ କରିବା ଉଚିତ୍ ଯାହାଫଳରେ ଅଯଥା ବିବାଦ ଯେମିତି ମୁଣ୍ଡ ନଟେକେ। ଯଦିଓ ସେନ୍ସର ବୋର୍ଡ ନିର୍ମାତାମାନଙ୍କ ସହିତ ଏହି ପରିବର୍ତ୍ତନ ବିଷୟରେ କଥାବାର୍ତ୍ତା କରିଛି, ତଥାପି ଏହା ପ୍ରକାଶ କରାଯାଇ ନାହିଁ, କିନ୍ତୁ 'ସାଫ୍ରନ୍ ବିକିନି'ରେ ଏହି ପ୍ରସଙ୍ଗ ଆରମ୍ଭ ହୋଇଥିବାରୁ ଏହା ବଦଳାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ, ଏହି ଖବର ସାମ୍ନାକୁ ଆସିବା ପରେ ଲୋକମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, କାରଣ ଏହାପୂର୍ବରୁ ପୋଷାକ ସମ୍ବନ୍ଧରେ ଏପରି କୌଣସି ଫିଲ୍ମରେ ପରିବର୍ତ୍ତନ କରାଯାଇନି। 


ଅନ୍ୟପକ୍ଷରେ, ଯଦି ଆମେ ଫିଲ୍ମ ବିଷୟରେ କଥା ହେବା ତେବେ ଶାହରୁଖ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଜନ୍ ଆବ୍ରାହମ ମଧ୍ୟ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ 'ପଠାନ'ରେ ( Pathaan) ରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୨୫ଜାନୁୟାରୀ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ହେବାକୁ ଯାଉଛି।