Happy Birthday Katrina Kaif: କାହିଁକି ବୟସରେ ୫ ବର୍ଷ ସାନ Vicky Kaushalଙ୍କୁ ନିଜ ଜୀବନ ସାଥୀ କଲେ କ୍ୟାଟ୍?

ଜନ୍ମ ଦିନକୁ ସ୍ପେଶାଲ କରିବା ପାଇଁ ଅଭିନେତ୍ରୀଙ୍କ ତାଙ୍କ ପତିଙ୍କ ସହ ମାଳଦ୍ୱୀପ ଯାତ୍ରା କରିଛନ୍ତି। ତେବେ କିଛି ନିଦ୍ଧିଷ୍ଟ ଆତ୍ମୀୟଙ୍କ ସହ କ୍ୟାଟ୍ରିନା ତାଙ୍କ ଜନ୍ମ ଦିନ ପାଳନ କରୁଥିବା ନେଇ ଖାବର ଆସିଛି।

Sat, 16 Jul 2022-2:35 pm,
1/6

କ୍ୟାଟ୍ରିନା କୈଫ ଶେଷ ପର୍ଯ୍ୟାୟରେ ତାଙ୍କ ଜୀବନ ସାଥୀଙ୍କୁ ବାଛିଛନ୍ତି। ସେ ବଲିଉଡରେ ପାଦ ଦେବା ପରଠାରୁ ତାଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହ ଯୋଡି ହୋଇଥିଲା। କିନ୍ତୁ ସେ ପ୍ରେମ ଉପରେ ଫୋକସ ନ କରି କ୍ୟାରିୟରକୁ ପ୍ରାଥମିକତା ଦେଲେ। ଆଉ ଇଣ୍ଡଷ୍ଟ୍ରୀରେ ସଫଳତା ପାଇବା ପରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଲେ।

2/6

Vicky Kaushal ଓ Katrina Kaifଙ୍କ ମଧ୍ୟରେ ବୟସର ତାରତମ୍ୟ ରହିଛି। ଭିକି ବୟସରେ କ୍ୟାଟଙ୍କ ଠାରୁ ୫ ବର୍ଷ ଛୋଟ। କିନ୍ତୁ ଏହା ଉଭୟଙ୍କୁ କୌଣସି ଫରକ ପଡେନାହିଁ। ଭିକିଙ୍କୁ ଜଣେ କ୍ୱାଲିଟି ଓ ରିଅଲ ମ୍ୟାନ ବୋଲି କ୍ୟାଟ କହନ୍ତି।

3/6

କ୍ୟାଟ ଓ ଭିକି, ବି-ଟାଉନର ପାୱାର କପଲ ଭାବେ ଜଣାଶୁଣା। ଭିକି, କ୍ୟାଟଙ୍କୁ ସବୁ ବେଳେ ତାଙ୍କ କ୍ୟାରିୟର ଗଢିବାକୁ ପ୍ରୋତ୍ସାହିତ କରନ୍ତି। ସେଥିପାଇଁ ଉଭୟେ ଉଭୟଙ୍କର ଅର୍ଦ୍ଧାଙ୍ଗ ବୋଲି କୁହନ୍ତି। ଫ୍ୟାନ୍ସ ଶ୍ରଦ୍ଧାରେ କ୍ୟାଟଙ୍କୁ କ୍ୱିନ ଅଫ ହାର୍ଟ ଏବଂ ବଲିଉଡର ବାଘୁଣୀ ବୋଲି ସମ୍ବୋଧନ କରନ୍ତି।

4/6

କ୍ୟାଟ୍ରିନା ହଂକଂର Turquotteରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଯୁବା ବୟସ ପୂର୍ବରୁ ତାଙ୍କ ପିତାମାତାଙ୍କ ଛାଡପତ୍ର ହୋଇଯାଇଥିଲା। ବଲିଉଡକୁ ଆସିବା ପୂର୍ବରୁ ଫଟୋସୁଟ ସହ କିଛି ବିଜ୍ଞାପନରେ କାମ କରିଛନ୍ତି।

5/6

କ୍ୟାଟ୍ରିନା କୈଫ ବଲିଉଡ ବ୍ୟତୀତ  Malliswari, Allari Pidugu ପରି ତେଲୁଗୁ ଓ Balram vs Taradas ନାମକ ମାଲାୟଲମ ଫିଲ୍ମରେ କାମ କରିଛନ୍ତି। ସେ ମାତ୍ର ୧୮ ବର୍ଷ ବୟସରେ ୨୦୦୩ ମସିହାରେ କୈଜାଦ ଗୁସ୍ତାଦଙ୍କ Boom ଫିଲ୍ମରେ ଅଭିନୟ କରିଥିଲେ।

6/6

ସେ ହାୱାଇରେ ଥିବା ବେଳେ ମାତ୍ର ୧୪ ବର୍ଷ ବୟସରେ ମଡେଲିଂ କରିଥିଲେ। କ୍ୟାଟ ପ୍ରଥମ ଅଭିନେତ୍ରୀ ଯିଏ Barbie doll model ମାନ୍ୟତା ପାଇଛନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link