କୋରିଆରେ କମାଲ କଲେ ଓଡ଼ିଆ ଝିଅ Sriya Lenka, ବନିଲେ ଭାରତର ପ୍ରଥମ K-Pop Star

ଭୁବନେଶ୍ୱର: କୋରିଆରେ କମାଲ କଲେ ଓଡ଼ିଆ ଝିଅ Sriya Lenka। ସେ ଭାରତର ପ୍ରଥମ K-Pop Star ହୋଇ ଇତିହାସ ରଚିଛନ୍ତି। ୪୦୦୦ ପ୍ରାର୍ଥୀଙ୍କ ମଧ୍ୟରୁ ଶ୍ରୀୟା ସମେତ କେବଳ ଦୁଇ ଜଣଙ୍କୁ Blackswan ବ୍ୟାଣ୍ଡରେ ସାମିଲ କରାଯାଇଛି।

Fri, 27 May 2022-12:59 pm,
1/10

ଦେଶର ପ୍ରଥମ K-Pop Star ସାଜିଲେ ଓଡିଆ ଝିଅ ୧୮ ବର୍ଷିୟା Sriya Lenka।

2/10

୧୫ ସେପ୍ଟେମ୍ବର ୨୦୦୩ରେ ରାଉରକେଲାର ଜନ୍ମ ଗ୍ରହଣ କରିଥିଲେ ଶ୍ରୀୟା।

3/10

Sriya Lenkaଙ୍କ ବାପା ଅଭିନାଶ ଲେଙ୍କା ଜଣେ ଘରୋଇ କର୍ମଚାରୀ, ମାଆ ପ୍ରିୟତମା ଗୃହିଣୀ।

4/10

Sriya Lenka ତାଙ୍କ ତିନି ଭାଇ ଭଉଣୀଙ୍କ ମଧ୍ୟରେ ବଡ। ଶ୍ରୀୟାଙ୍କ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି।

5/10

Sriya Lenkaଙ୍କ ଜେଜେମାଆ ଜଣେ ହିନ୍ଦୁସ୍ତାନୀ ସଙ୍ଗୀତ ଗାୟିକା।

6/10

Sriya Lenka ଜଣେ ଓଡିଶୀ ନୃତ୍ୟଶିଳ୍ପି। ସେ ୨୦୧୬ରୁ ମଦନ ମୋହନ ପୃଷ୍ଟି (ବୁଗି ୱୁଗି ୨୦୦୯ ବିଜେତା)ଙ୍କ ଠାରୁ ଆଧୁନୀକ ନୃତ୍ୟ ଶିଖୁଥିଲେ।

7/10

କୋଭିଡ୍ ସମୟରେ ଶ୍ରୀୟା DR Musicର YouTube audition programme ଭାଗ ନେଇଥିଲେ।

8/10

କୋରିଆର ଲୋକପ୍ରିୟ ବ୍ୟାଣ୍ଡ Blackswanରେ ଶ୍ରୀୟାଙ୍କ ସହ ବ୍ରାଜିଲର Gabriela Dalcin ସାମିଲ ହୋଇଛନ୍ତି।

9/10

୪୦୦୦ ଆଶାୟୀଙ୍କ ମଧ୍ୟରୁ କେବଳ Sriya Lenka ଓ Gabriela Dalcinଙ୍କୁ ଚୟନ କରାଯାଇଛି।

10/10

୨୦୨୦ ନଭେମ୍ବରରେ Hyeme ବ୍ୟାଣ୍ଡ ଛାଡିବା ପରେ ଖାଲି ପଡିଥିଲା ସ୍ଥାନ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link