ପ୍ରଥମ ପତ୍ନୀଙ୍କ ସହ ଅଭିନେତା ମନୋଜଙ୍କ ଏହି ଫଟୋ ହେଉଛି ଭାଇରାଲ୍

Ollywood News: ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡପତ୍ର ଦେବା ପରେ ଅଭିନେତା ମନୋଜ ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କିଛି ପ୍ରଶଂସକ । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ଚାଲିଛି ।

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 11 Sep 2024-5:23 pm,
1/6

ଓଲିଉଡ ଅଭିନେତା ମନୋଜ ମିଶ୍ର ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡପତ୍ର ଦେଇ ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଛନ୍ତି । କିନ୍ତୁ ଅତୀତର ପ୍ରତିଟି ମୁହୂର୍ତ୍ତ ବର୍ତ୍ତମାନ ଫଟୋରେ ସ୍ମୃତି ହୋଇ ରହିଛି 

 

2/6

ମାନା ମିଶ୍ର ନିଜ ସୋସିଆଲ ମିଡିଆରେ ମନୋଜଙ୍କ ପ୍ରତି ଥିବା ଅଭିମାନ ପରିପ୍ରକାଶ କରିଛନ୍ତି । ଅଭିନେତା ମନୋଜ ମିଶ୍ର ଏବଂ ମମତା ନନ୍ଦଙ୍କ ବିବାହ ପରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ ମାନା ମିଶ୍ର । ମନୋଜ ଏବଂ ମମତା 'ସିନେମା ଆଇ ଲଭ ୟୁ 2' ଦେଖିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ସେହି ପ୍ରତିକ୍ରିୟାକୁ ପ୍ରଥମ ପତ୍ନୀ ମାନା ମିଶ୍ର ନିଜ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି ଯେ, ଆରେ ବାରେ... ମୋର ଜବରଦସ୍ତ ଛାଡପତ୍ର ଦେଇଥିବା ସ୍ୱାମୀ ତମର ଚରିତ୍ର କଣ ମୁଁ ବହୁତ ଭଲରେ ଜାଣିଛି । 

3/6

ମାନା ଏହା ମଧ୍ୟ ଲେଖିଛନ୍ତି ଯେ, ଫିଲ୍ମ I love u 2 ମୁଁ ବି ଦେଖିବି ପରେ କହିବି । କିନ୍ତୁ ତମେ ବମ୍ୱେରେ ଆଉ ପୁରା ଭୁବନେଶ୍ୱରରେ ଏକମାତ୍ର କୁଳକୁ ଉଦ୍ଧାର କରୁଥିବା ଜ୍ୟୋତି । ସୋସିଆଲ ମିଡିଆରେ ମାନା ଏବଂ ମନୋଜଙ୍କ ଝିଅ କେଉଁଠି ଅଛି ବୋଲି ଲୋକମାନେ ବିଭିନ୍ନ ଆଲୋଚନା କରୁଛନ୍ତି । ତାହାର ଉତ୍ତରରେ ମାନା କହିଛନ୍ତି ଯେ, ଏ ଚରିତ୍ରହୀନ ପୁରୁଷ ଆଉ ଚରିତ୍ରହୀନ ନାରୀଙ୍କ ପାଖରେ ମୋ ଝିଅ କେବେ ରହିଲା ରେ ? ଏପରି ଆଲୋଚନା ନକରିବାକୁ ମାନା ଅନୁରୋଧ କରିଛନ୍ତି ।

4/6

ଓଲିଉଡ଼ କଳିରେ ଛନ୍ଦି ହୋଇଥିବା ଅଭିନେତା ମନୋଜ ମିଶ୍ର ନିକଟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି।  ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ ନବଦମ୍ପତ୍ତି ।

5/6

ପୂର୍ବରୁ ମନୋଜ ତାଙ୍କର ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ନିକଟରେ ଛାଡ଼ପତ୍ର ପ୍ରଦାନ କରିଥିଲେ। ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିବା କହିଥିଲେ। ମାନା ଓ ମନୋଜଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛନ୍ତି। ସେହିପରି ଛାଡ଼ପତ୍ର ପରେ ମମତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଓଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ନିକଟରେ ସେ କୋର୍ଟରେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ମମତାଙ୍କୁ ମନୋଜ ବିବାହ କରିଥିଲେ। ବିବାହ ସମୟର ଫଟୋ ମନୋଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। 

6/6

ମନୋଜ ଏବଂ ମାନାଙ୍କ ଔରସରୁ ଜନ୍ମିତ ଝିଅର ଫଟୋ ଅପଲୋଡ କରି ମନୋଜ ଲେଖିଛନ୍ତି ଯେ, ଭବ୍ୟା ମୁଁ ଜାଣିଛି ବର୍ତ୍ତମାନ ସମୟ ତୋ ପାଇଁ ବହୁତ୍ କଷ୍ଟକର ସମୟ, କିଛି ୟୁଟୁବର ତାଙ୍କ ଟିଆରପି ଚକ୍କରରେ ତୋ ମାର ଇଣ୍ଟରଭିୟୁ ନେଉଛନ୍ତି , ମୁଁ ଜାଣିଛି ତୁ ଆଉ ଟିକେ ବଡ଼ ହେଲେ ଏମାନଙ୍କୁ ଠିକ୍ ଜବାବ୍ ଦେବୁ । ଡୋଣ୍ଟ ୱରି ବେଟା ମୁଁ ଜଣେ ଅଭିନେତା ବୋଲି ଏତେ ସବୁ ଚର୍ଚ୍ଚା ଚାଲିଛି, କିନ୍ତୁ ମୁଁ ଜାଣିଛି ତୁ ମତେ, ତୋ ମାଠୁ ଅଧିକ ଭଲରେ ଜାଣିଛୁ ମୁଁ କେମିତିକା ମଣିଷ, ଏଇ ସମୟ ବି ପଳେଇବ। ଏଥିସହ ମନୋଜ ଲେଖିଛନ୍ତି ଯେ, ମୁଁ ସବୁବେଳେ ତୋ ସହ ଅଛି । ଆଇ ଲଭ୍ ୟୁ ଭବ୍ୟା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link