Pintu Nanda Passes Away: ପରଲୋକରେ ଓଡ଼ିଆ ଅଭିନେତା (Ollywood Actor) ପିଣ୍ଟୁ ନନ୍ଦ (Pintu Nanda Death) । ଗତକାଲି (ବୁଧବାର) ଅର୍ଥାତ ମାର୍ଚ୍ଚ ୧ ରାତି ୧୧:୨୫ ମିନିଟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ (Pintu Nanda) ଙ୍କର ଦେହାନ୍ତ ହୋଇଛି । ପିଣ୍ଟୁ ନନ୍ଦଙ୍କ ନିଧନକୁ ନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି । ପିଣ୍ଟୁ ନନ୍ଦ (Pintu Nanda) ଙ୍କ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା । ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ପିଣ୍ଟୁ ନନ୍ଦ (Pintu Nanda) ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ତେଣୁ ପିଣ୍ଟୁ ନନ୍ଦ (Pintu Nanda)  ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ପିଣ୍ଟୁ ନନ୍ଦ (Pintu Nanda) ଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । କିନ୍ତୁ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଦୁଃଖଦ କଥା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ (Pintu Nanda) ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।


ପିଣ୍ଟୁ ନନ୍ଦ (Ollywood Actor Pintu Nanda)ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଥିଲେ । ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି । ପିଣ୍ଟୁ ବିଭିନ୍ନ ସମୟରେ ନାୟକ, ନାୟିକାଙ୍କ ଭାଇ, ଦାଦା ଭଳି ଚରିତ୍ରରେ  ବି ନଜର ଆସିଛନ୍ତି । ପିଣ୍ଟୁ ନନ୍ଦ (Pintu Nanda) ଓଲିଉଡରେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ 'ରାଣ୍ତି ପୁଅ ଅନନ୍ତା' ଦର୍ଶକଙ୍କ ମନକୁ ଛୁଇଁଥିଲା । 


ଅଧିକ ପଢ଼ନ୍ତୁ:-ଜିଓ ଦେଲା ଏୟାରଟେଲକୁ ଟେନସନ, ୨୪୦ ଟଙ୍କାରେ ୮୪ ଦିନ ପର୍ଯ୍ୟନ୍ତ ଦୈନିକ ୨ ଜିବି ଡାଟା ଓ ଅସୀମିତ କଲିଂ!


ଅଧିକ ପଢ଼ନ୍ତୁ:-ଖୁସି ଖବର: ମହିଳାଙ୍କୁ ମିଳିବ ୧୨ ହଜାର ଟଙ୍କା, ଏହି ଦିନ ହେବ ଆକାଉଣ୍ଟକୁ ଜମା


ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ସରକାର ଦେଲେ ମହଙ୍ଗା ଭତ୍ତାର ଉପହାର, ଜାଣନ୍ତୁ କେତେ ବଢ଼ିଲା?


ସୂଚନାଯୋଗ୍ୟ, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଓଡ଼ିଆ ଆଲବମ୍ 'ଏ ଗଉରା' ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା । ସେ ୧୯୯୬ରେ 'କୋଇଲି 'କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କେବଳ ଫିଲ୍ମ ନୁହେଁ ଅନେକ ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ତି । ଏଥିସ‌ହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ । ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନି‌ର୍ଦେଶକଙ୍କ ସହ କାମ କରିଛନ୍ତି । ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର, ସଂଗ୍ରାମ ବିଶ୍ବାଳ, ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି ।