Prabhas Kriti Sanon Relationship: ସାଉଥ ସୁପରଷ୍ଟାର ପ୍ରଭାସ । ନିକଟରେ ପ୍ରଭାସ ଓ କ୍ରିତି ପରପ୍ପରକୁ ଡେଟ କରୁଥିବା ଖବର ନିକଟରେ ସାମ୍ନାକୁ ଆସିଥିଲା। ତେବେ, ଏହାରି ଭିତରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରଭାସ୍ ଓ  କ୍ରିତିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ ଖୁଲାସା କରିଛନ୍ତି ବଲିଉଡ ଅଭିନେତା ବରୁଣ ଧାଓ୍ବନ। 


COMMERCIAL BREAK
SCROLL TO CONTINUE READING

ନିକଟରେ ବରୁଣ ଓ କ୍ରିତି ଝଲକ ଦିଖ୍ ଲାଜା ସିଜନ୍ ୧୦ (Jhalak Dikhhla Jaa 10)ରେ ଅତିଥି ଭାବେ ଏହି ଶୋ'ରେ ଯୋଗ ଦେଇଥିଲେ। ଶୋ'କୁ ହୋଷ୍ଟ କରୁଥିବା କରନ ଜୋହର ବରୁଣ ଧାୱନଙ୍କୁ କ୍ରିତିଙ୍କ ବିଷୟରେ କିଛି ମଜାଳିଆ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ବରୁଣ କହିଥିଲେ ଯେ, ଏଥିରେ କ୍ରିତି ସାନନଙ୍କ ନାମ କାହିଁକି ନାହିଁ? ବରୁଣ କହିଛନ୍ତି ଯେ କ୍ରିତିଙ୍କ ନାମ ଆଉ କାହା ହୃଦୟରେ ଅଛି । ଏହା ପରେ କରଣ ପଚାରିଛନ୍ତି କାହାର ହୃଦୟରେ? ଏହାର ଉତ୍ତରରେ ବରୁଣ କହିଛନ୍ତି ଯେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୁମ୍ବାଇରେ ନାହାଁନ୍ତି। ବର୍ତ୍ତମାନ ସୁଟିଂ ତାଙ୍କର ଦୀପିକାଙ୍କ ସହ ଚାଲିଛି, ବରୁଣ ଏହା କହିବା ମାତ୍ରେ କ୍ରିତି ସାନନ୍ ହସିବାକୁ ଲାଗିଥିଲେ । 



ଏହାବି ପଢନ୍ତୁ : Ibrahim Ali Khan Debut In Bollywood: ମାଆ ବୟସର ହିରୋଇନ୍ ସହ ରୋମାନ୍ସ କରିବେ ଇବ୍ରାହିମ୍ !



ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି : 
ସୋସିଆଲ ମିଡିଆରେ ବରୁଣ ଧାୱନଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଆସିଛି ।  ଫ୍ୟାନସମାନେ ନିଜ କମେଣ୍ଟରେ ଲେଖୁଛନ୍ତି ଯେ, ବରୁଣଙ୍କ ଅଙ୍ଗଭଙ୍ଗୀ ପ୍ରଭାସଙ୍କ ଆଡକୁ ଅଛି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇ ଆସୁଛି। କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ କ୍ରିତିଙ୍କ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ କ୍ରିତି ପ୍ରଭାସଙ୍କୁ ପ୍ରିୟ ବୋଲି କହୁଥିବାର ନଜର ଆସିଥିଲେ।


କ୍ରିତି ଏବଂ ପ୍ରଭାସ ପ୍ରକୃତରେ ଏକ ସଂପର୍କରେ ଅଛନ୍ତି କି ?
କ୍ରିତି ଏବଂ ପ୍ରଭାସଙ୍କ ସମ୍ପର୍କର ଖବର କେତେ ସତ ତାହା ଉଭୟ ତାରକା ଜାଣନ୍ତି। ବର୍ତ୍ତମାନ, ବରୁଣଙ୍କ ଏହି ଖୁଲାସା ଉପରେ  ଉଭୟ ତାରକା କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । 
ତେବେ , ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'।  ଏହି ଫିଲ୍ମରେ ପ୍ରଭାସଙ୍କ ସହ ନଜର ଆସିବେ କ୍ରିତି । ଏହି ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ମସିହା, ଜୁନ୍ ମାସରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି ।