Salaar Teaser: ପାନ ଇଣ୍ଡିଆ ସୁପରଷ୍ଟାର ପ୍ରଭାସଙ୍କ (Prabhas) ପ୍ରଶଂସକଙ୍କ ଲାଗି ଏକ ଖୁସି ଖବର ସାମ୍ନାକୁ ଆସିଛି। କାରଣ ଅଭିନେତାଙ୍କ ଫ୍ୟାନ୍ସ ବର୍ତ୍ତମାନ ପ୍ରଭାସଙ୍କ ଆଗାମୀ ଫିଲ୍ମର ଏକ ଝଲକ ଦେଖିପାରିବେ। ଆଜ୍ଞା ହଁ, ନିକଟରେ ‘ସାଲାର’ର ନିର୍ମାତାମାନେ ଏହାର ଟିଜର ରିଲିଜ ନେଇ ତାରିଖ ଓ ସମୟ ଘୋଷଣା କରିଛନ୍ତି । ପ୍ରଭାସଙ୍କ ଅଭିନୀତ ‘ସାଲାର’ର ଟିଜର ଜୁଲାଇ ୬ ତାରିଖ ସକାଳ ୫:୧୨ ମିନିଟ୍ ରେ ରିଲିଜ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ (Prashanth Neel) । ସୂଚନା ଥାଉ କି, 'ସାଲାର୍' (Salaar) ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ଯରୁ ଅନ୍ୟତମ । ଏଥିରେ ପ୍ରଥମ ଥର ଲାଗି ଆକ୍ସନ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ (Prashanth Neel) ଓ ଆକ୍ସନ୍ ସୁପରଷ୍ଟାର ପ୍ରଭାସ (Prabhas )ଙ୍କୁ ଏକାଠି ଦେଖିବାକୁ ମିଳିବ।


COMMERCIAL BREAK
SCROLL TO CONTINUE READING

ପ୍ରଶାନ୍ତ ନୀଲ କେଜିଏଫ୍ (KGF) ର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଭାସଙ୍କ ବାହୁବଲୀ (Bahubali) ଫ୍ରାଞ୍ଚାଇଜ୍ ସବୁଠୁ ବଡ଼ ଚଳଚ୍ଚିତ୍ର ଭାବରେ ପରିଗଣିତ ହୋଇଛି। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଫିଲ୍ମଟି ବେଶ ଖାସ୍ ଅଟେ । ଦୀର୍ଘ ସମୟ ଅପେକ୍ଷା ପରେ, ହୋମ୍ବଲେ ଫିଲ୍ମସ୍ (hombale films) ‘ସାଲାର’ ର ଟିଜର ୬ ଜୁଲାଇରେ ରିଲିଜ୍ କରିବାକୁ ଯାଉଛି । ସମସ୍ତ ଭାଷା ପାଇଁ ଗୋଟିଏ ଟିଜର ରିଲିଜ ହେବ। କେଜିଏଫ  ('KGF 2')  ଓ କାନ୍ତାରା ( 'Kantara' ) ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ପରେ 'ସାଲାର୍' ହେଉଛି ହୋମ୍ବଲେ ଫିଲ୍ମସ୍ ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ । ତେବେ ଏହା ବକ୍ସ ଅଫିସରେ ଅନେକ ନୂତନ ରେକର୍ଡ ସୃଷ୍ଟି କରିବା ବୋଲି ଆଶା କରାଯାଉଛି । ଏହି ମେଗା-ଆକ୍ସନ୍-ପ୍ୟାକ୍ ଫିଲ୍ମର ଏକ ଝଲକ ଦେଖିବା ଲାଗି ଦର୍ଶକ ବେଶ ଏକ୍ସସାଇଡ଼ ଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍ (Prithviraj Sukumaran), ଶ୍ରୁତି ହାସନ (Shruti Haasan) ଓ ଜଗପତି ବାବୁ (Jagapathi Babu) ନଜର ଆସିବେ । ପ୍ରଶାନ୍ତ ନୀଲଙ୍କ (Prashanth Neel) ନିର୍ଦ୍ଦେଶିତ ଏହି ଫିଲ୍ମ ୨୮ ସେପ୍ଟେମ୍ବର ୨୦୨୩ରେ ବଡ଼ ପରଦାରେ ରିଲିଜ ହେବ ।


ପ୍ରକାଶ ଥାଉ କି, ‘ସାଲାର’ ସହ ପ୍ରଭାସ ‘ପ୍ରୋଜେକ୍ଟ କେ’ (Project k) ରେ ମଧ୍ଯ ନଜର ଆସିବେ । ତେବେ ନିକଟରେ ପ୍ରଭାସଙ୍କ ଆଗାମୀ ଫଲ୍ମ ‘ପ୍ରୋଜେକ୍ଟ କେ’ କୁ ନେଇ ବରିଷ୍ଠ ନିର୍ଦ୍ଦେଶକ ତମାରେଡ଼ି (Tammareddy bharadwaj) ଫିଲ୍ମର ବକ୍ସ ଅଫିସ ସମ୍ଭାବନାକୁ ନେଇ ଏକ ସମ୍ବେଦନଶୀଳ ଦାବି କରିଛନ୍ତି । ନାଗ ଅଶ୍ବିନଙ୍କ (Nag ashwin) ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ଦିଶା ପଟାନି ଓ କମଲ ହାସନ ପରି ବହୁ ବଡ଼ ବଡ଼ ଷ୍ଟାର ଏଥିରେ ନଜର ଆସିବେ । ତେବେ ନାଗ ଅଶ୍ବିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି ନିର୍ଦ୍ଦେଶକ ତମାରେଡ଼ି । ସେ କହିଛନ୍ତି ଯେ, ପ୍ରଭାସଙ୍କ ଅଭିନୟ ଓ ଭଲ କାହାଣୀ ଏହାକୁ ଦମଦାର କରିଦେବ । ଏହି ଫିଲ୍ମ ପ୍ରଥମ ଦିନରେ ନିଶ୍ଚିତ ୫୦୦ କି ୬୦୦ କୋଟି ବକ୍ସ ଅଫିସ କଲେକସନ୍ କରିବ।


ଏକ ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ତମାରେଡ଼ି କହିଛନ୍ତି, ‘ପ୍ରୋଜେକ୍ଟ କେ’ ନାଗ ଅଶ୍ବିନଙ୍କ ଫିଲ୍ମରେ ପ୍ରଭାସ, ଅମିତାଭ ବଚ୍ଚନ (Amitabh bachchan), ଦୀପିକା ପାଦୁକୋନ (Deepika padukon) ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ କମଲ ହାସନ ମଧ୍ଯ ଏହାର ଏକ ଅଂଶ ହୋଇଛନ୍ତି ।  ଯଦି ସେମାନେ ଫିଲ୍ମରୁ ଠିକ୍ ଭାବରେ ଉପସ୍ଥାପନ କରିପାରିବେ ତେବେ ଏହା ବିଶ୍ବ ବକ୍ସ ଅଫିସ ତାଲିକାର ଶୀର୍ଷରେ ରହିବାର ସମ୍ଭାବନା ଅଛି । କାରଣ ମୁଁ ସେଟ୍ କୁ ଯାଇ ନାଗ ଅଶ୍ବିନଙ୍କ ଦ୍ବାରା ସିନେମାଟି କିପରି ତିଆରି ହେଉଛି ତାହା ଦେଖିବା ପରେ ଏହା କହୁଛି’ ।