Prakruti Mishra : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ।  ବିଗବସ୍ ୧୬ ( Bigg Boss 16) ନଜର ଆସିପାରନ୍ତି ପ୍ରକୃତି। ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌ ୧୬  । ଏଥର ସିଜିନରେ କେଉଁ ପ୍ରତିଯୋଗୀ ଭାବ ନେବେ ସେନେଇ କାହାର ନାଁ ଖୁଲାସା କରି ନାହାଁନ୍ତି ବିଗ୍‌ ବସ୍‌ । କିନ୍ତୁ ଅନେକ ବିବାଦୀୟ ସେଲିବ୍ରିଟି ଏଥର ପ୍ରତିଯୋଗୀ ହେବା ନେଇ ଚର୍ଚ୍ଚା ଚାଲିଛି । ଏହି ଲିଷ୍ଟରେ ପ୍ରକୃତିଙ୍କ ନାଁ ମଧ୍ୟ ଯୋଡି ହୋଇଛି । ‘ବେଟି ବିଜନେସ୍‌ ୱାଲି’ରୁ ଲୋକପ୍ରିୟତା ସାଉଣ୍ଟି ଥିବା ପ୍ରକୃତି ହୁଏତ ଏଥର ବିଗ୍‌ ବସ୍‌ ୧୬ ର ପ୍ରତିଯୋଗୀ ହୋଇପାରନ୍ତି । ବିକାଶ ଗୁପ୍ତାଙ୍କ ‘ଏସ୍‌ ଅଫ ସ୍ପେସ୍‌’ ସିଜିନ୍‌ ୨ ରେ ଜଣେ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ପ୍ରକୃତି । ଆଧୁନିକ ଗ୍ୟାଜେଟ୍‌ ବିନା ୨୪ ଘଣ୍ଟା କ୍ୟାମେରା ନଜରରେ ରହୁଥିବା ଏହି ଶୋ’ର ଫର୍ମାଟ ବିଗ୍‌ ବସ୍‌ ସହ ସମାନ । ପ୍ରତିଯୋଗୀ ଚୟନ ବେଳେ ବିଗ୍‌ ବସ୍‌ ଚୟନକର୍ତ୍ତା ସମ୍ଭବତଃ ପ୍ରକୃତିଙ୍କ ନାଁରେ ମୋହର ମାରି ପାରନ୍ତି  । 


COMMERCIAL BREAK
SCROLL TO CONTINUE READING

ଗତ କିଛିଦିନ ତଳେ, ଓଲିଉଡ ଅଭିନେତା ବାବୁଶାନଙ୍କ ପତ୍ନୀ ଓ ପ୍ରକୃତିଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇଲାରଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ, ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥି ବାବୁଶାନ ଓ ପ୍ରକୃତିଙ୍କୁ ଏକ ଗାଡିରେ ଥିବା ଦେଖି ପ୍ରକୃତିଙ୍କୁ ଟଣାଘୋଷଣା କରିଥିଲେ । ଏନେଇ ମାମଲା ଥାନାରେ ମଧ୍ୟ ପହଞ୍ଚି ଥିଲା। ପ୍ରକୃତିଙ୍କ ପରିବାର ପକ୍ଷରୁ ମଧ୍ୟ ବାବୁଶାନଙ୍କ ପତ୍ନୀ ଓ ଶ୍ବଶୁରଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ମଧ୍ୟ କରାଯାଇଥିଲା। ଏ ହାଇଡ୍ରାମା କଳି ଘରକଣରୁ ଆସି  ରାଜରାସ୍ତାରେ ପଡିଥିଲା। ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅଭିଯୋଗ କରିଥିଲେ ତୃପ୍ତି।  


ଏହାବି ପଢନ୍ତୁ : Akshara Singh MMS Viral ! କାନ୍ଦିଲେ ଅଭିନେତ୍ରୀ, କହିଲେ କିଛି ଏମିତି...



ପ୍ରକୃତି ମିଶ୍ର ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ଏସଆଇଇଟି କାର୍ଯ୍ୟକ୍ରମରେ ଉପସ୍ଥାପକ ଥିଲେ । ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ତୁଳସୀ ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ରୂପେଲି ପରଦାରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପ୍ରକୃତି । ବର୍ତ୍ତମାନ ସୁଦ୍ଧା ୧୧ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ସୁନୀଲ କୁମାର ଏବଂ ଅନୁ ଚୌଧୁରୀଙ୍କ ସହ ହରି ଭାଇ ହାରେନାରେ ଶିଶୁ କଳାକାର ଭାବେ ଅଭିନୟ ମଧ୍ୟ କରିଥିଲେ। ଏହାସହ ଶାଶୁଘର ଚାଲିଯିବି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିବା ସହ ସବ୍ୟସାଚୀ ମିଶ୍ରଙ୍କ ସହ ପାଗଳ କରିଛି ପାଉଁଜି ତୋର ଏବଂ ସାତସୂରେ ବନ୍ଧା ଏ ଜୀବନରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥିଲେ । 


ଥୁକୁଲ ଚଳଚ୍ଚିତ୍ରରେ ବାବୁଶାନ ମହାନ୍ତି ଏବଂ ଅର୍ଚ୍ଚିତା ସାହୁଙ୍କ ସହ ପାର୍ଶ୍ୱ ନାୟିକା ଥିଲେ । ୨୦୧୨ରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓଁ ସାଇରାମରେ ସବ୍ୟସାଚୀ ମିଶ୍ର,କୋଏଲ ମିଶ୍ର ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହ ଅଭିନୟରେ ପ୍ରଥମ କରି ମୁଖ୍ୟ ନାୟିକା ଭୂମିକାରେ ଥିଲେ । ପରେ ଏସିପି ସାଗରିକାରେ ଅର୍ଚ୍ଚିତା ସାହୁଙ୍କ ସହ ନୂଆ ମୁହଁ ଅଭିଷେକ ରଥଙ୍କ ସହ ଦେଖା ଦେଇଥିଲେ । ୨୦୧୩ରେ ପ୍ରେମିକା ଚଳଚ୍ଚିତ୍ରରେ ବୁଲୁଙ୍କ ସହ ମୁଖ୍ୟ ଭୂମିକା ଏବଂ କାଉଁରୀ କନ୍ୟାରେ ଭୂତ ଅଭିନୟ କରିଥିଲେ।  ଯାହା ଓଡ଼ିଶାର ପ୍ରଥମ ଥ୍ରୀଡି 3D ଚଳଚ୍ଚିତ୍ର ଥିଲା ।