Sherlyn Chopra: ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କ ବିରୋଧରେ ମୁହିଁ ଖୋଲି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ମଡେଲ ସେର୍ଲିନ ଚୋପ୍ରା। ଯୌନ ଶୋଷଣ ମାମଲାରେ ସାଜିଦଙ୍କୁ ଗିରଫ କରିବା ପାଇଁ ସେ ଦାବି କରୁଛନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମଡେଲ ସେର୍ଲିନ ଚୋପ୍ରାଙ୍କ ବିରୋଧରେ ଏଭଳି କିଛି ଟ୍ବିଟ କରିଛନ୍ତି ବ୍ୟବସାୟୀ ତଥା ଯୋଗ କୁଇନ୍ ଶିଳ୍ପା ସେଟ୍ଟିଙ୍କ ପତି ରାଜ୍ କୁନ୍ଦ୍ରା । ରାଜ୍ ନିଜ ଟୁଇଟରେ କହିଛନ୍ତି ଯେ, ମଡେଲ ସେର୍ଲିନ ଚୋପ୍ରା ସମାଜ ପାଇଁ ବିପଦ,ସେ ଆଡଲ୍ଚ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିବାରେ ମାହିର' । ଏହା ସତ୍ତ୍ବେ ସେର୍ଲିନ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ସେର୍ଲିନ ଚୋପ୍ରାଙ୍କ ବିଷୟରେ ରାଜ୍ କୁନ୍ଦ୍ରା ଆହୁରି କହିଛନ୍ତି ଯେ, 'ସେ ଅଶ୍ଳୀଳତା ଏବଂ ମହିଳା ଅଧିକାର ଉପରେ କଥାବାର୍ତ୍ତା କରନ୍ତି ଏବଂ ସମସ୍ତ ସମସ୍ୟା ସେ ହିଁ ସୃଷ୍ଟି କରନ୍ତି | ତାଙ୍କୁ ଶୀଘ୍ର ଗିରଫ କରାଯିବ'। 


COMMERCIAL BREAK
SCROLL TO CONTINUE READING


ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗତବର୍ଷ ଅକ୍ଟୋବରରେ ସେର୍ଲିନ ଚୋପ୍ରା ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଉଭୟଙ୍କ ବିରୋଧରେ ଠକେଇ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ସେର୍ଲିନ୍। ଅନ୍ୟପକ୍ଷରେ, ରାଜ ଏବଂ ଶିଳ୍ପା ଏହି ଆଚରଣ ପାଇଁ ସେର୍ଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଏବଂ ୫୦ କୋଟି ଟଙ୍କା ମାଗିଥିଲେ ଏବଂ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିବାକୁ ମଧ୍ୟ କୁହାଯାଇଥିଲା। 


ଏହାବି ପଢନ୍ତୁ : Sunny Leone: ବିହାର ପରେ କର୍ଣ୍ଣାଟକରେ ପରୀକ୍ଷା ଦେବେ ସନ୍ନି ଲିଓନି !


ସୂଚନା ଅନୁସାରେ, ବର୍ତ୍ତମାନ ବିଗବସ ୧୬ର ପ୍ରତିଯୋଗୀ ଅଛନ୍ତି ସାଜିଦ୍ । ସାଜିଦ୍ ବିଗବସରେ ଏଣ୍ଟ୍ରି କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ସେଲିବ୍ରେଟି ତଥା ମଡେଲ ସେର୍ଲିନ ଚୋପ୍ରା ସାଜିଦଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ  ଆଣିଥିଲେ ।ପରେ ଏନେଇ ଆରମ୍ଭ ହୋଇଥିଲା ବିବାଦ। ପରେ ବିଗବସରୁ ସାଜିଦଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା । ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ ମିଳିଥିଲା । ମି' ଠୁ ଅଭିଯାନ ବେଳେ ସାଜିଦ ଖାନ୍‌ଙ୍କ ବିରୋଧରେ ୧୦ ଜଣ ଅଭିନେତ୍ରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଅଭିଯୋଗ ମୁତାବକ ହାଉସଫୁଲ୍‌ ୪ ଓ ହମ୍‌ଶକଲରେ ରୋଲ୍‌ ପାଇବାକୁ ଆସିଥିବା କିଛି ପ୍ରତିଯୋଗୀଙ୍କୁ ଅଡିଶନ ନାମରେ ନିର୍ବସ୍ତ୍ର ହେବାକୁ କହିଥିଲେ ସାଜିଦ ଖାନ୍‌ । ଏବଂ ସାଜିଦଙ୍କ ଏହି ହରକତ ପାଇଁ ତାଙ୍କୁ ବର୍ଷେ ପାଇଁ ଇଣ୍ତିଆନ ଫିଲ୍ମ ଆଣ୍ତ ଟେଲିଭିଜନ ଡିରେକ୍ଟର୍ସ ଆସୋସିଏସନରୁ ନିଲମ୍ବିତ କରାଯାଇଥିଲା। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା ।