Ram Gopal Varma Kissing Video: ଲାଇଭ୍ ଶୋ`ରେ ଅଭିନେତ୍ରୀଙ୍କ ପାଦ ଚୁମିଲେ ରାମ ଗୋପାଲ ବର୍ମା, ଭିଡିଓ ଭାଇରାଲ୍

Ram Gopal Varma Kissing Video: ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା । ନିଜର ବିବାଦୀୟ ବୟାନ୍ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ସେ । କୁହାଯାଏ ଯେ, ରାମ ଗୋପାଲ ବର୍ମା ନିଜ ଫିଲ୍ମକୁ ହିଟ୍ କରିବା ପାଇଁ ଯେ କୌଣସି ସ୍ତରକୁ ଯାଇ ପାରନ୍ତି ।
Ram Gopal Varma Kissing Video: ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା । ନିଜର ବିବାଦୀୟ ବୟାନ୍ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ସେ । କୁହାଯାଏ ଯେ, ରାମ ଗୋପାଲ ବର୍ମା ନିଜ ଫିଲ୍ମକୁ ହିଟ୍ କରିବା ପାଇଁ ଯେ କୌଣସି ସ୍ତରକୁ ଯାଇ ପାରନ୍ତି । ତେବେ, ଏହା ସତ ବୋଲି ବର୍ତ୍ତମାନ କୁହାଯାଇ ପାରିବ । କାହିଁକିନା ତାଙ୍କର ଏପରି ଏକ ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେଉଛି। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ଫିଲ୍ମ ପ୍ରମୋସନ୍ :
ରାମ ଗୋପାଲ ବର୍ମା ' ଡେଞ୍ଚରିୟର୍ସ' ଫିଲ୍ମରେ କାମ କରୁଛନ୍ତି । ଫିଲ୍ମର ପ୍ରୋମସନରେ ଏଭଳି କରୁଛନ୍ତି ଯେ, ଯିଏ ଦେଖିବ ସେ ହିଁ କହିବ । ଏ କେଉଁ ପ୍ରକାର ଫିଲ୍ମ ପ୍ରମୋସନ ଚାଲିଛି । ତେବେ, ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ,ଅଭିନେତ୍ରୀ ନୈନା ଗାଙ୍ଗୁଲିଙ୍କ ପାଦ ଗାଙ୍ଗୁଲିଙ୍କୁ ମାଲିସ୍ କରିଥିଲେ। ଆପଣ ଭାବିବେ ସେ ହାତରେ ମାଲସ କରିଥିବେ ବୋଧେ। କିନ୍ତୁ ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ହାତରେ ନୁହେଁ ବରଂ ପାଟିରେ ଏଭଳି କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ନୈନା ଗାଙ୍ଗୁଲି ଏକ ସୋଫାରେ ବସିଛନ୍ତି । ଏବଂ ନୈନାଙ୍କ ସାମ୍ନାରେ ଠିକ ତଳେ ରାମ ଗୋପାଲ ବର୍ମା ବସିଛନ୍ତି । ଉଭୟଙ୍କ ମଧ୍ୟରେ କୈଣସି ଏକ ବିଷୟକୁ ନେଇ ଆଲୋଚନା ଚାଲିଛି । ପରେ ରାମ ଗୋପାଲ ଅଭିନେତ୍ରୀଙ୍କ ପାଦ ଧରି ଚୁମିଥିଲେ । ରାମ ଗୋପାଲ ବର୍ମା ଏହି ଫିଲ୍ମ ପ୍ରମୋସନର ଏକ ଫଟୋ ନିଜ ଟୁଇଟର ହ୍ୟାଣ୍ତେଲରେ ସେୟାର କରିଛନ୍ତି । ତେବେ ରାମଗୋପାଲ ବର୍ମାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ, ୟୁଜର୍ସମାନେ ତାଙ୍କୁ କଡା କମେଣ୍ଟ କରିଛନ୍ତି । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଭିଡିଓରେ ରାମୁ ପ୍ରଥମେ ଅଭିନେତ୍ରୀଙ୍କ ଚପଲ ପାଦରୁ ବାହାର କରିଥିଲେ ତା’ପରେ ତାଙ୍କ ପାଦକୁ ଚୁମ୍ବନ ଦେଇଥିଲେ ଏବଂ କିଛି ସମୟ ପରେ ତାଙ୍କ ପାଦ ଚାଟିବା ଆରମ୍ଭ କରିଥିଲେ।
ନିକଟରେ ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାକର ହତ୍ୟା ଘଟଣାକୁ ନେଇ ଫିଲ୍ମ ମେକର ରାମ ଗୋପାଳ ବର୍ମା ମଧ୍ୟ ଟ୍ୱିଟ କରିଥିଲେ । ସେ ନିଜ ଟୁଇଟରେ କିଭଳି ହତ୍ୟାକାରୀକୁ ଦଣ୍ତ ଦେଇ ହେବ ସେନେଇ ସେ ଉଲ୍ଲେଖ କରିଥିଲେ । ଏହି ହତ୍ୟାକାଣ୍ଡ ଉପରେ ରାମ ଗୋପାଳ ବର୍ମା ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ ନିଜ ଟୁଇଟରେ ଲେଖିଥିଲେ ଯେ, ଶ୍ରଦ୍ଧାଙ୍କ ଆତ୍ମା ଫେରି ଆସିବା ଉଚିତ୍ ଏବଂ ହତ୍ୟାକାରୀକୁ ୭୦ ଖଣ୍ଡ କରି କାଟିବା ଉଚିତ୍, ଏହି କ୍ରମରେ ରାମ ଗୋପାଳ ବର୍ମା ଅନ୍ୟ ଏକ ଟୁଇଟ୍ କରିଛନ୍ତି ଯେ 'ଏଭଳି ହତ୍ୟା କେବଳ ଆଇନ ଦ୍ୱାରା ବନ୍ଦ ହୋଇପାରିବ ନାହିଁ ,କିନ୍ତୁ ଯଦି ପୀଡିତାଙ୍କ ଆତ୍ମା ଫେରି ହତ୍ୟାକାରୀଙ୍କୁ ହତ୍ୟା କରେ, ତେବେ ନିଶ୍ଚିତ ଭାବେ ଏହାକୁ ବନ୍ଦ କରିହେବ'।