Gurmeet Ram Rahim Singh: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ ସିଂ(Religious Leader Gurmeet Ram Rahim Singh) । ରୋହତକ ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା କାଟୁଥିବା ରାମ ରହିମ ୪୦ ଦିନ ପାଇଁ ପାରୋଲରେ ଆସିଛନ୍ତି। ହେଲେ ଦୀପାବଳି ଅବସରରେ ରାମ ରହିମ ତାଙ୍କର ଏକ ମ୍ୟୁଜିକ ଭିଡିଓକୁ ୟୁଟୁବରେ ରିଲିଜ୍ କରିଛନ୍ତି।  ଏହି ଭିଡିଓଟି ରିଲିଜ ହେବାର  ୨୨ ଘଣ୍ଟା ବିତି ଗଲାଣୀ ୨୨ ଘଣ୍ଟା ମଧ୍ୟରେ  ଏହି ଭିଡିଓକୁ ୪୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣୀ । ଏହି ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାମ ରହିମ ଦୀପ ଜଳାଉଥିବାର ନଜର ଆସିଥିବା ବେଳେ ଆଉ କିଛ କ୍ଲିପରେ ସେ ଦୀପ ଚାରିପଟେ ବୁଲୁ ଥିବାର ଦେଖିବାକୁ ମିଳିଛି । ଏହାସହ ଭିଡିଓରେ ରାମ ରହିମଙ୍କ ଆଖି ଦ୍ବୟକୁ ମଧ୍ୟ ହାଇଲାଇଟ କରାଯାଇଛି ।  ଏଥିସହ ଭିଡିଓରେ କୁହାଯାଇଛି ଯେ, ଲୋକମାନେ ଦିନେ ଦିୱାଲି ପାଳନ କରନ୍ତି, କିନ୍ତୁ  ପ୍ରତ୍ୟେକ ଦିନ ଆମ ପାଇଁ ଦିୱାଲି ଅଟେ।


COMMERCIAL BREAK
SCROLL TO CONTINUE READING

 


ରାମ ରହିମ ଜେଲରୁ ପାରୋଲରେ ଆସିବା ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପାରୋଲର ଆସିବାର କିଛି ସମୟ ପରେ ରାମ ରହିମ୍ ଉତ୍ତରପ୍ରଦେଶର ବାଗପାଟରୁ ଏକ ଭର୍ଚୁଆଲ୍ 'ସତସଙ୍ଗ' କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ହରିୟାଣାର କର୍ଣ୍ଣଲର ମେୟର ତଥା ଶାସକ ବିଜେପିର ଅନେକ ନେତା ଯୋଗ ଦେଇଥିଲେ। ପାରୋଲରେ ରାମ ରହିମଙ୍କ ଜେଲରୁ ଆସିବା ପରେ ବିରୋଧୀ ଦଳ ହରିୟାଣା ସରକାରଙ୍କୁ ସମାଲୋଚନାକରିବା ଆରମ୍ଭ କରି ଦେଇଛନ୍ତି ।  କିଛି ବିରୋଧି କହିଛନ୍ତି ଯେ, ତାଙ୍କୁ ନିର୍ବାଚନ ପୂର୍ବରୁ ସବୁବେଳେ ପାରୋଲରେ ଜେଲ ବାହାରକୁ ଅଣାଯାଏ । 


 ଏହାବି ପଢନ୍ତୁ :Jacqueline Fernandez: ଜ୍ୟାକଲିନଙ୍କ ପାଇଁ ଚିଠି ଲେଖିଲା ସୁକେଶ, କହିଲା ତାଙ୍କ ସହ ଥିଲା ମୋର...


ଏଥର ହରିୟାଣାରେ ପଞ୍ଚାୟତ ନିର୍ବାଚନ ଏବଂ ଆଡାମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପ ନିର୍ବାଚନ (Adampur assembly constituency) ଅନୁଷ୍ଠିତ ହେବାକୁ  ଯାଉଛି । ଏଥିପାଇଁ ସରକାର ରାମ ରହିମକୁ ପୋରୋଲରେ ବାହରକୁ ଆଣିଛନ୍ତି ।  ଏହାପୂର୍ବରୁ ଅର୍ଥାତ ଜୁନ ମାସରେ ପୌର ନିର୍ବାଚନ ପୂର୍ବରୁ ଡେରା ମୁଖ୍ୟଙ୍କୁ ଏକ ମାସ ପାରୋଲରେ ବାହାରକୁ ଅଣାଯାଇଥିଲା। ସେହିପରି ଫେବୃଆରୀରେ, ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ତିନି ସପ୍ତାହରୁ ଅଧିକ ସମୟ ଜେଲରୁ ବାହାରକୁ ଅଣାଯାଇଥିଲା। କଂଗ୍ରେସର ବରିଷ୍ଠ ନେତା ରାମ ରହିମ ପାରୋଲରେ ଆସିବା ନେଇ ହରିୟାଣା ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଟୁଇଟରେ କହିଛନ୍ତି ଯେ, ପ୍ରତ୍ୟକ ନିର୍ବାଚନ ପୂର୍ବରୁ ସରକାର ରାମ ରହିମଙ୍କୁ ଜେଲ ବାହାରକୁ ଆଣୁଛନ୍ତି , ଯେଉଁଥି ପାଇଁ ସରକାରଙ୍କୁ ବିପୁଳ ପରିମାଣରେ ଭୋଟ ମିଳୁଛି । ରାମ ରହୀମ ପାରୋଲରେ ମୁକ୍ତ ହେବା ପରେ ତୃଣମୂଳ କଂଗ୍ରେସ ନେତା ମହୁଆ ମୌତ୍ର(Trinamool Congress's Mahua Moitra) ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଦିନରେ ବିଜେପି 'ରେପିଷ୍ଟ ଦିବସ'କୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରୁଛି କି ? । ଏଭଳି ଭାବରେ ବିରୋଧ  ହରିୟାଣା ସରକାରଙ୍କୁ ଘେରିଛନ୍ତି ।