Raveena Tandon: ବଲିଉଡ଼ର ମସ୍ତ ମସ୍ତ ଗାର୍ଲ ନାମରେ ବେଶ ପରିଚିତ ରବିନା ଟଣ୍ତନ । ଅଭିନୟ ହେଉ ବା ଡାନ୍ସ ସବୁଥିରେ ସେ ଥିଲେ ୧ ନମ୍ୱର । ପରଦାରେ ଦର୍ଶକ ତାଙ୍କୁ ଦେଖିବାକୁ ବେଶ ପସନ୍ଦ କରନ୍ତି । ଫିଲ୍ମ “ମୋହରା”ରେ “ତୁ ଚିଜ୍ ବଡି ହୈ ମସ୍ତ ମସ୍ତ” ଓ “ଟିପ୍ ଟିପ୍ ବରଷା ପାନି” ଗୀତରେ ତାଙ୍କ ଡା଼ନ୍ସ  ତାଙ୍କୁ ବେଶ ଲୋକପ୍ରିୟ କରାଇଥିଲା । ତେବେ ନ୍ୟାସନାଲ ଫିଲ୍ମ ଆୱାର୍ଡ଼ ପାଇଥିବା ଏହି ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି ଯାହାକୁ ନିଜେ ରବିନା ମଧ୍ୟ ବିଶ୍ୱାସ କରିପାରିନାହାନ୍ତି ।


COMMERCIAL BREAK
SCROLL TO CONTINUE READING

 ୨୬ ଜାନୁୟାରୀରେ ପଦ୍ମଶ୍ରୀ ପୁରସ୍କାର ଲାଗି ରବିନା ଟଣ୍ତନଙ୍କ ନାମ ଘୋଷଣା କରାଯାଇଥିଲା । ଯାହାକୁ ଶୁଣି ବିଶ୍ୱାସ କରିପାରିନଥିଲେ ମସ୍ତ ମସ୍ତ ଗାର୍ଲ । ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ରବିନାଙ୍କର ପ୍ରତିକ୍ରିୟା ବହୁତ କୌତୁହଳ ପୂର୍ଣ୍ଣ ଥିଲା । “କଣ !!!, ସତରେ ?? ଆପଣ ମାନେ ଥଟ୍ଟା କରୁଛନ୍ତି ନା?? “ , ଖବର ପାଇବା ପରେ କିଛି ଏହିପରି ଥିଲା ୯୦ ଦଶକରେ ହଇଚଇ ମଚାଇଥିବା ଏହି ଅଭିନେତ୍ରୀଙ୍କର ପ୍ରତିକ୍ରିୟା ।


ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ। ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥାଏ। ତେବେ ଏହି ବର୍ଷ କଳା ଓ ମନୋରଞ୍ଜନ ଶିଳ୍ପରେ ବିଭିନ୍ନ କଳାକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୯୦ ଦଶକରେ ବଲିଉଡ଼ ଇଣ୍ଡଷ୍ଟ୍ରିର ଆଗ ଧାଡିର ଅଭିନେତ୍ରୀ ତଥା ମସ୍ତ ମସ୍ତ ଗାର୍ଲ ରବିନା ତଣ୍ଡନ। ତାଙ୍କୁ ଅନ୍ୟ ମାନଙ୍କ ସହ ଏହି ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ।


ନିକଟରେ ହୋଇଥିବା ସାକ୍ଷାତକାରରେ ଦର୍ଶକଙ୍କୁ ଧନ୍ୟବାଦ ଜାଣାଇବା ସହ ସେ କହିଛନ୍ତି, “ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି ଓ ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋର କଳାକୁ ଚିହ୍ନିପାରି ଏହି ସର୍ବୋତ୍ତମ ପୁରସ୍କାର ପାଇଁ ମୋତେ ମନୋନୀତ କରିଥିବାରୁ ଭାରତ ସରକାରଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଏହି ବର୍ଷ ମୋ ପାଇଁ ପୁରସ୍କାରର ବର୍ଷ ରହିଛି ଓ ଲୋକଙ୍କ ସ୍ନେହ ଓ ଭଲ ପାଇବା ପାଇଁ ମୁଁ ଏହିଠାରେ ପହଞ୍ଚି ପାରିଛି। ସତରେ ମୁଁ ଏହି ଆୱାର୍ଡ ପାଇବି ବୋଲି କେବେ ବି ଭାବି ନଥିଲି “ ।


ସୂଚନା ମୁତାବକ, ଚଳିତ ବର୍ଷ ୨୦୨୩ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ କଳା କ୍ଷେତ୍ରରେ ଅପୂରଣୀୟ ଅବଦାନ ରହିଥିବା କଳାକାର ମାନଙ୍କୁ ମନୋନୀତ କରାଯାଇଛି। ରବିନାଙ୍କ ଛଡା଼ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲୀଙ୍କର ଫିଲ୍ମ ଆରଆରଆରରେ (RRR) ଧୁମ୍ ମଚାଇଥିବା ଗୀତ ନାଟୁ ନାଟୁର ସଂଗୀତ ରଚୟିତା (Music Composer ) ଏମଏମ୍ କୀରାବନୀ (MM Keeravaani)ଙ୍କୁ ମଧ୍ୟ ଏହି ଆୱାର୍ଡ ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତକୁ ୯୫ ଏକାଡେମୀ ଆୱାର୍ଡରେ ଶ୍ରେଷ୍ଠ ମୂଳ ସଂଗୀତ (Best Original Song)ରେ ସାମିଲ କରାଯାଇଛି। ଏହାଛଡା ନାଟୁ ନାଟୁକୁ ଗୋଲ୍ଡେନ ଗ୍ଲୋଭ୍‌ସ ଆୱାର୍ଡ ମଧ୍ୟ ମିଳିଥିଲା।