Salaar Teaser Out: 'କେଜିଏଫ୍'  (KGF) ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ (Prashanth Neel)  ଆଗାମୀ ଚଳଚ୍ଚିତ୍ର 'ସାଲାର'ର ଟିଜର ରିଲିଜ ହୋଇଛି। ପ୍ରଭାସଙ୍କ (Prabhas) ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର  'ସାଲାର'ର ଟିଜର ରିଲିଜ୍ ହେବା ମାତ୍ରେ ଏହା ସୋସିଆଲ ମିଡ଼ିଆରେ ଛାୟି ଯାଇଛି । ପ୍ରଶଂସକଙ୍କୁ ଭେଟି ଦେବାକୁ ଯାଇ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମର ଟିଜର ଜୁଲାଇ ୬ ଅର୍ଥାତ୍ ଗୁରୁବାର ଦିନ ସକାଳ ୫:୧୨ ମିନିଟ୍ ରେ ରିଲିଜ କରାଯାଇଛି । ତେବେ 'ସାଲାର'ର ଏହି ଜବରଦସ୍ତ ଟିଜର ରିଲଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ବେଶ ଭାଇରାଲ୍ ହେବାରେ ଲାଗିଛି । ତେବେ ଟିଜର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଥାଉ କି, ଧମଦାର୍ 'ସାଲାର'ର ଟିଜର ଆରମ୍ଭ ହେବା ମାତ୍ରେ ଟିନୁ ଆନନ୍ଦ ଏକ କାରରେ ବସିଥିବା ବେଳେ ବନ୍ଧୁକ ଧରି ଅନେକ ଲୋକ ତାଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଏହା ପରେ ଟିନୁ ଆନନ୍ଦ କହୁଛନ୍ତି ଯେ, କୌଣସି ଦ୍ୱନ୍ଦ୍ୱ ନାହିଁ, ମୁଁ ଚିତା, ବାଘ, ହାତୀ ... ବହୁତ ବିପଜ୍ଜନକ, କିନ୍ତୁ ଜୁରାସିକ୍ ପାର୍କରେ ନୁହେଁ, କାରଣ ସେହି ପାର୍କରେ.... ଏହା କହି ସେ ଚୁପ୍ ହୋଇଯାଉଥିବା ଦେଖିବାକୁ ମିଳିଛି ।  ଏହା ପରେ ହାତରେ ଛୁରୀ ଓ ରାଇଫଲ ଧରି ଦମଦାର୍ ଏଣ୍ଟ୍ରି ମାରୁଛନ୍ତି ପ୍ରଭାସ । ତାଙ୍କରେ ଏଣ୍ଟ୍ରିରେ ଲୋମ ଟାଙ୍କୁରୀ ଉଠୁଥିବା ବେଳେ ପ୍ରୀତିରାଜ ସୁକୁମାରନଙ୍କ ଝଲକରୁ ସେ ଫିଲ୍ମରେ ଭିଲେନ୍ ବୋଲି ଚର୍ଚ୍ଚା ହେଉଛି। ସାଲାରର ଏହି ଟିଜର କେଜିଏଫ୍ ର ସ୍ମୃତିକୁ ତାଜା କରିଛି । ଏହି ଟିଜର ରିଲିଜ୍ ହେବାର ଅଧ ଘଣ୍ଟା ମଧ୍ୟରେ, ଏହାକୁ ୨.୫ ଲୋକେ ଦେଖିସାରିଛନ୍ତି । ସୂଚନାଥାଉ କି, 'ସାଲାର୍' (Salaar) ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ଯରୁ ଅନ୍ୟତମ ।


ଦେଖନ୍ତୁ- https://youtu.be/bUR_FKt7Iso


ଏଥିରେ ପ୍ରଥମ ଥର ଲାଗି ଆକ୍ସନ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ (Prashanth Neel) ଓ ଆକ୍ସନ୍ ସୁପରଷ୍ଟାର ପ୍ରଭାସ (Prabhas )ଙ୍କୁ ଏକାଠି ଦେଖିବାକୁ ମିଳିବ। ପ୍ରଶାନ୍ତ ନୀଲ କେଜିଏଫ୍ (KGF) ର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଭାସଙ୍କ ବାହୁବଲୀ (Bahubali) ଫ୍ରାଞ୍ଚାଇଜ୍ ସବୁଠୁ ବଡ଼ ଚଳଚ୍ଚିତ୍ର ଭାବରେ ପରିଗଣିତ ହୋଇଛି। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଫିଲ୍ମଟି ବେଶ ଖାସ୍ ଅଟେ । କେଜିଏଫ  ('KGF 2')  ଓ କାନ୍ତାରା ( 'Kantara' ) ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ପରେ 'ସାଲାର୍' ହେଉଛି ହୋମ୍ବଲେ ଫିଲ୍ମସ୍ ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ । ତେବେ ଏହା ବକ୍ସ ଅଫିସରେ ଅନେକ ନୂତନ ରେକର୍ଡ ସୃଷ୍ଟି କରିବା ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍ (Prithviraj Sukumaran), ଶ୍ରୁତି ହାସନ (Shruti Haasan) ଓ ଜଗପତି ବାବୁ (Jagapathi Babu) ନଜର ଆସିବେ । ପ୍ରଶାନ୍ତ ନୀଲଙ୍କ (Prashanth Neel) ନିର୍ଦ୍ଦେଶିତ ଏହି ଫିଲ୍ମ ୨୮ ସେପ୍ଟେମ୍ବର ୨୦୨୩ରେ ବଡ଼ ପରଦାରେ ରିଲିଜ ହେବ ।


ପ୍ରକାଶ ଥାଉ କି, ‘ସାଲାର’ ସହ ପ୍ରଭାସ ‘ପ୍ରୋଜେକ୍ଟ କେ’ (Project k) ରେ ମଧ୍ଯ ନଜର ଆସିବେ । ତେବେ ନିକଟରେ ପ୍ରଭାସଙ୍କ ଆଗାମୀ ଫଲ୍ମ ‘ପ୍ରୋଜେକ୍ଟ କେ’ କୁ ନେଇ ବରିଷ୍ଠ ନିର୍ଦ୍ଦେଶକ ତମାରେଡ଼ି (Tammareddy bharadwaj) ଫିଲ୍ମର ବକ୍ସ ଅଫିସ ସମ୍ଭାବନାକୁ ନେଇ ଏକ ସମ୍ବେଦନଶୀଳ ଦାବି କରିଛନ୍ତି । ନାଗ ଅଶ୍ବିନଙ୍କ (Nag ashwin) ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ଦିଶା ପଟାନି ଓ କମଲ ହାସନ ପରି ବହୁ ବଡ଼ ବଡ଼ ଷ୍ଟାର ଏଥିରେ ନଜର ଆସିବେ । ତେବେ ନାଗ ଅଶ୍ବିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି ନିର୍ଦ୍ଦେଶକ ତମାରେଡ଼ି । ସେ କହିଛନ୍ତି ଯେ, ପ୍ରଭାସଙ୍କ ଅଭିନୟ ଓ ଭଲ କାହାଣୀ ଏହାକୁ ଦମଦାର କରିଦେବ । ଏହି ଫିଲ୍ମ ପ୍ରଥମ ଦିନରେ ନିଶ୍ଚିତ ୫୦୦ କି ୬୦୦ କୋଟି ବକ୍ସ ଅଫିସ କଲେକସନ୍ କରିବ।