Salman Khan: ବଲିଉଡର ସୁପରଷ୍ଟାର ସଲମାନ ଖାନ୍ । ନଭେମ୍ବର ୨୭(ମଙ୍ଗଳବାର) ସଲମାନ ନିଜର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି।  ଏହି ଅବସରରେ ଦେଶର କୋଣ ଅନୁକୋଣରୁ ସଲୁମିଆଁଙ୍କୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିଥିଲା। ସଲମାନଙ୍କ ପ୍ରଶଂସକଙ୍କ ପାଇଁ ତାଙ୍କ ଜନ୍ମଦିନ କୌଣସି ଏକ ଉତ୍ସବ ଠାରୁ କମ୍ ନୁହେଁ। ଏଭଳି ପରିସ୍ଥିତିରେ, ପ୍ରତିବର୍ଷ ସଲମାନ ଖାନ ନିଜ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପହଞ୍ଚି ଫ୍ୟାନ୍ସ ମାନଙ୍କୁ ଦେଖାକରିବା ସହ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଗ୍ରହଣ କରନ୍ତି । ଏଥର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୃଶ୍ୟ ମଧ୍ୟ ସମାନ ଥିଲା। 


COMMERCIAL BREAK
SCROLL TO CONTINUE READING

ସଲମାନ ଖାନଙ୍କୁ ଦେଖିବାକୁ ଭିଡ଼ ଜମିଥିଲା :
ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ସଲମାନ ଖାନଙ୍କ ଘରେ ସାମ୍ନାରେ ଫ୍ୟାନ୍ସଙ୍କ ଗହଳି ଜମିଥିଲା। ଫ୍ୟାନ୍ସଙ୍କ ଏତେ ଭିଡ ଦେଖି  ଦବଙ୍ଗ ଖାନ୍ ଖୁସି ହେବା ସହ ଘରର ବାଲକୋନିରେ ଠିଆ ହୋଇ ଫ୍ୟାନ୍ସଙ୍କୁ ଦେଖି ହାତ ମଧ୍ୟ ହଲାଇଥିଲେ । ସେ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ବର୍ତ୍ତମାନ ସଲମାନଙ୍କ ଘର ସାମ୍ନାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପ୍ରଶଂସକଙ୍କ ସମାବେଶ ଏତେ ଅଧିକ ହୋଇଥିଲା ସେଠାରେ ଯେ, ଉପସ୍ଥିତ ଥିବା ପୋଲିସ ମଧ୍ୟ ଭିଡ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ନ ଥିଲା । ଭିଡ ବଢିବାରୁ ବାଧ୍ୟ ହୋଇ ପୋଲିସ ଲାଠିଚାର୍ଜ କରିଥିବା ଦେଖିବାକୁ ମିଳିଛି । ତେବେ, ଏଥିରେ କେହି ଗୁରୁତର ହୋଇ ନ ଥିଲେ ମଧ୍ୟ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।


 




 



ଯଦି ଆମେ ସଲମାନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା,ତେବେ, ସଲମାନଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । 'କିସି କା ଭାଇ କିସି କି ଜାନ' ଓ 'ଟାଇଗର ୩' 'ରେ ମଧ୍ୟ ଦବଙ୍ଗ ଖାନଙ୍କୁ ଦେଖିବାକୁ ମିଳିବ। କେବଳ ସେତିକି ନୁହେଁ,  ଅଭିନେତା ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ଏବଂ ରିତେଶ ଦେଶମୁଖଙ୍କ ମରାଠୀ ଚଳଚ୍ଚିତ୍ର 'ବୁଧ'ରେ ଏକ କେମୋ ଭୂମିକାରେ ନଜର ଆସିବେ ସଲମାନ୍।


ସଲମାନ ଖାନ ୨୭ ଡିସେମ୍ବର ୧୯୬୫ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ମୁମ୍ବାଇ ଆସିଥିଲେ। ସଲମାନ ଖାନ ତାଙ୍କ ପରିବାର ସହିତ ଗାଲାକ୍ସିରେ ରୁହନ୍ତି। ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଧନୀ ଷ୍ଟାର କିନ୍ତୁ ଏହା ପରେ ମଧ୍ୟ ସେ ଗାଲାକ୍ସି ଫ୍ଲାଟରେ କାହିଁକି ରୁହନ୍ତି ତାହା କାହାକୁ ଜଣା ନାହିଁ। ବାସ୍ତବରେ ସଲମାନ ଖାନ କହିଛନ୍ତି ଯେ ତାଙ୍କ ପିତାମାତା ଏହି ବିଲଡିଂ ଉପର ଫ୍ଲାଟରେ ରୁହନ୍ତି। ଏବଂ ତାଙ୍କର ପିଲାଦିନ ଏହି ସ୍ଥାନରେ ଅତିବାହିତ ହୋଇଛି। ଏଭଳି ପରିସ୍ଥିତିରେ ସଲମାନଙ୍କ ପାଇଁ ଏହି ସ୍ଥାନ ଛାଡିବା ଏତେ ସହଜ ନୁହେଁ ବୋଲି ସେ କୁହନ୍ତି।