Suhana Khan Agastya Nanda In Relationship: ଷ୍ଟାରଙ୍କ ଅପେକ୍ଷା ଷ୍ଟାର କିଡ ଆଜିକାଲି ସେମାନଙ୍କ ଲାଇଫଷ୍ଟାଇଲକୁ ନେଇ  ଅଧିକ ଚର୍ଚ୍ଚାରେ ରହୁଛନ୍ତି । ସେ କାଜଲ ଦେବଗନଙ୍କ ଝିଅ ନୟାନ  ହେଉ କି ଶାହାରୁଖ ଖାନଙ୍କ ଲାଡଲୀ ସୁହାନା । ତେବେ, ଏହାରି ଭିତରେ କିଙ୍ଗ ଖାନଙ୍କ ଲାଡଲୀକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବି ଟାଉନରେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କୁ ଡେଟ କରୁଛନ୍ତି। ଗତ ବର୍ଷ ଜୋୟା ଅଖତରଙ୍କ ଫିଲ୍ମ 'ଦି ଆର୍ଚିଜ୍ '(The Archies)ସହିତ ଏହି ସିରିଜ୍ ଆରମ୍ଭ ହୋଇଥିଲା । ଏହା ମଧ୍ୟ କୁହାଯାଉଛି ଯେ ଅଗସ୍ତ୍ୟ ସୁହାନାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ପରିଚିତ କରାଇ ସାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଫିଲ୍ମ 'ଦି ଆର୍ଚିଜ୍ '(The Archies)ର ବିଶେଷ ସୂତ୍ରରୁ ଜଣାପଡିଛି ଯେ, ସୁହାନା ଖାନ ଏବଂ ଅଗସ୍ତ୍ୟ ନନ୍ଦା ବର୍ତ୍ତମାନ ଏକ ରିଲେସନସିପରେ ଅଛନ୍ତି। ଅଗସ୍ତ୍ୟ ମଧ୍ୟ ସୁହାନାଙ୍କୁ ତାଙ୍କ ପରିବାର ସହିତ ପରିଚିତ କରାଇଛନ୍ତି। ସୂଚନାନୁସାରେ, ଗତ ବର୍ଷ ଖ୍ରୀଷ୍ଟମାସ ଅବସରରେ କପୁର ପରିବାର ଏକ ଗ୍ରାଣ୍ତ ପାର୍ଟିର ଆୟୋଜନ କରିଥିଲେ,ଯେଉଁଥିରେ ଅଗସ୍ତ୍ୟ ନନ୍ଦା ସୁହାନା ଖାନଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ପରିଚିତ କରାଇଥିଲେ ଏବଂ ସେହି ସମୟରେ ସେ ସୁହାନାଙ୍କୁ ତାଙ୍କ ବାନ୍ଧବୀ ବୋଲି କହିଥିଲେ ।


ଏହାବି ପଢନ୍ତୁ : Shah Rukh Khan: 'ପଠାନ' ରିଲିଜ୍ ଦିନ କାର୍ତ୍ତିକ ଆର୍ଯ୍ୟାନ ଫ୍ୟାନ୍ସଙ୍କୁ ମିଳିବ ସରପ୍ରାଇଜ୍


ପ୍ରେମ ସମ୍ପର୍କ କେଉଁଠାରୁ ଆରମ୍ଭ ହେଲା?



ସୁହାନା ଏବଂ ଅଗସ୍ତ୍ୟଙ୍କ ମଧ୍ୟରେ ପ୍ରେମ ଜୋୟା ଅଖତରଙ୍କ ଫିଲ୍ମ 'ଦି ଆର୍ଚିଜ୍ ' ରୁ ଆରମ୍ଭ ହୋଇଥିଲା । ତେବେ, ଏହି ଚଳଚ୍ଚିତ୍ରଟି ସୁହାନା ଖାନ ଏବଂ ଅଗସ୍ତ୍ୟ ନନ୍ଦଙ୍କ ଡେବ୍ୟୁ ପ୍ରୋଜେକ୍ଟ ବୋଲି କୁହାଯାଇପାରିବ। ତେବେ, ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ,ସ ସୁହାନା ଏବଂ ଅଗସ୍ତ୍ୟ ସୁଟିଂ ସେଟରେ ଏକାଠି ଅନେକ ସମୟ ବିତାଉଥିଲେ କିନ୍ତୁ ସେମାନେ  ନିଜ ରିଲେସନସିପକୁ କାହା ଠାରୁ ଲୁଚାଇ ନଥିଲେ।


ଅଗସ୍ତ୍ୟଙ୍କ ମା ଏହି ସମ୍ପର୍କକୁ ଅନୁମୋଦନ କରିଥିଲେ:


ଯଦିଓ, ଅଗସ୍ତ୍ୟ ଏବଂ ସୁହାନାଙ୍କର ଏ-ପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ଅଫିସିଆଲ୍ ଘୋଷଣା କରି ନାହାଁନ୍ତି । କିନ୍ ସୁଟିଂ ସେଟର ଅଧିକାଂଶ ଲୋକେ  ଓ ଟେକନିସିଆନ ସେମାନଙ୍କର  ସମ୍ପର୍କ ବିଷୟରେ ଅଗଷ୍ଟ,୨୦୨୦ରେ ଜାଣିବାକୁ ପାଇଥିଲେ। ବିଶେଷ ସୂତ୍ରରୁ ଏହା ମଧ୍ୟ କୁହାଯାଉଛି ଯେ,  ଅଗସ୍ତ୍ୟ ନନ୍ଦଙ୍କ ମା ଶ୍ୱେତା ବଚ୍ଚନ ସୁହାନାଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ସମ୍ପର୍କକୁ ଅନୁମୋଦନ କରିଛନ୍ତି।


ତେବେ, କେବଳ ସୁହାନା ଖାନ ଏବଂ ଅଗସ୍ତ୍ୟ ନନ୍ଦା ନୁହଁନ୍ତି ବୋନି କପୁରଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଜୋୟା ଅଖତରଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ବେଦଙ୍ଗ ରାଇନା, ମିହିର ଅହୁଜା ଏବଂ ଯୁବରାଜ ମେଣ୍ଡା ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଓଟିଟି(OTT) ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।