Shah Rukh Khan: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍ । ଦିର୍ଘ ଚାରି ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରୁଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଅଗ୍ରୀମ ବୁକିଂରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଦେଶରେ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଫିଲ୍ମ ମଧ୍ୟରେ 'ପଠାନ' ଅଗ୍ରୀମ ବୁକିଂରେ ‘ଆରଆରଆର’ର ରେକର୍ଡ ଭାଙ୍ଗିଛି। ଜାନୁଆରୀ ୨୫ରେ ରିଲିଜ ହେବାକୁ ଥିବା ‘ପଠାନ’ ତେଲୁଗୁ ଏବଂ ତାମିଲରେ ମଧ୍ୟ ରିଲିଜ ହେବ ଏବଂ ଫିଲ୍ମର ତେଲୁଗୁ ସଂସ୍କରଣର ଅଗ୍ରୀମ ବୁକିଂ ଟିକେଟ ବିକ୍ରି ବହୁତ ଭଲ ରହିଛି।  


COMMERCIAL BREAK
SCROLL TO CONTINUE READING

ତେବେ‘ପଠାନ’ଅଗ୍ରୀମ ବୁକିଂ କଲେକସନ ଉପରେ ଯଦି ନଜର ପକାଇବା ତେବେ,ଆପଣ ମଧ୍ୟ ଜାଣିପାରିବେ ଯେ, ପଠାନ ଏଥର ବକ୍ସ ଅଫିସରେ ଧମାଲ ମଚାଇବ । ଏବଂ ବଲିଉଡ ବନାମ ସାଉଥ୍ ଫିଲ୍ମକୁ ନେଇ ଉଠୁଥିବା ଝଡ ମଧ୍ୟ ବନ୍ଦ ଯିବ ।  ନିକଟରେ ‘ପଠାନ’ର ଅଗ୍ରୀମ ବୁକିଂ ରିପୋର୍ଟ ସାମ୍ନାକୁ ଆସିଛି। ଏହାର ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଫିଲ୍ମର ଟିକେଟ୍ ବହୁତ ବିକ୍ରି ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏ-ପର୍ଯ୍ୟନ୍ତ 4 ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି। ଏଥି ସହିତ, ଏହି କ୍ଷେତ୍ରରେ ‘ପଠାନ’ ଏସଏସ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’କୁ ମଧ୍ୟ ପଛରେ ପକାଇଛି । କେବଳ ଏତିକି ନୁହେଁ,ଅନେକ ବଲିଉଡ ଫିଲ୍ମ ମଧ୍ୟ ‘ପଠାନ’ର ଆଡଭାନ୍ସ ବୁକିଂ ଆଗରେ ଧରାଶାୟୀ ହୋଇ ପଡିଛି । 


Also Read : Sourav Ganguly: ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଆସିଲା ବଡ ଅପଡେଟ୍, ଯାହାକୁ ନେଇ ଖୁସିରେ ନାଚି ଉଠିଲେ ଫ୍ୟାନ୍ସ


ପ୍ରଥମ ଦିନରେ ‘ପଠାନ’ ବକ୍ସ ଅଫିସ୍ କଲେକ୍ସନ୍ କେତେ ହେବ?
ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର  ୪.୧୯ ଲକ୍ଷ ଆଗ୍ରୀମ ଟିକେଟ ବିକ୍ରି ହୋଇଛି। ଯଦି ଆମେ ରାଜାମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ  ‘ଆରଆରଆର’ କଥା କହିବା, ତେବେ ଏହି ଫିଲ୍ମର ଆଡଭାନ୍ସ ଟେକେଟ ବୁକିଂ ମାତ୍ର ୧.୦୫ ଲକ୍ଷ ଥିଲା ।  ସେହିଭଳି ବଲିଉଡର କିଛି ହିଟ୍ ଫିଲ୍ମର ଆଗ୍ରୀମ ଟିକ୍ ବିକ୍ରି ଉପରେ ଆସନ୍ତୁ ନଜର ପକାଇବା ।  ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ଫିଲ୍ମ 'ଓ୍ବାର'ର ଆଗ୍ରୀମ ଟିକେଟ ବିକ୍ରି ୪.୧୦ ଲକ୍ଷ ହୋଇଥିବା ବେଳେ 'ବ୍ରହ୍ମାସ୍ତ୍ର'ର ୩.୦୨ ଲକ୍ଷ ଥିଲା । ଏବଂ 'ଭୋଲ ଭୁଲାଇୟା'ର ୧.୦୩ ଲକ୍ଷ ମଧ୍ୟ ରହିଥିଲା । ତେବେ,ଏ-ସମସ୍ତ ଫିଲ୍ମର ଆଗ୍ରୀମ ଟିକେଟ ବିକ୍ରିକୁ ପଛରେ ପକାଇଛି ଫିଲ୍ମ‘ପଠାନ’ ।  ଏଥି ସହିତ, ଅଗ୍ରୀମ ବୁକିଂର ରିପୋର୍ଟ ଦେଖି ଅନେକ ଗଣମାଧ୍ୟମ ରିପୋର୍ଟରେ କଳ୍ପନାଜଳ୍ପନା କରାଯାଉଛି ଯେ ‘ପଠାନ’ ପ୍ରଥମ ଦିନରେ ୪୫ କୋଟିର ରୋଜଗାର କରିବ । 


ଅଭିନେତା ଶାହରୁଖ ଖାନ, ଜନ ଅବ୍ରାହମ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ଗୀତ ‘ବେସରମ ରଙ୍ଗ’ ଏବଂ ‘ଝୁମେ ଜୋ ପଠାନ’ ରିଲିଜ ହୋଇଥିଲା। ଏହି ଗୀତ ଦୁଇଟିକୁ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି । ଜାନୁଆରୀ ୧୦ରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା। ଏହା ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବାରେ ଲାଗିଛି ।