Shahrukh Khan: ବଲିଉଡ୍ ସୁପରଷ୍ଟାର ଶାହରୁକ୍ ଖାନ୍(Shahrukh Khan) । ତାଙ୍କ ଅଭିନୀତ ଫିଲ୍ମ 'ପଠାନ'କୁ ନେଇ ସେ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜଓ୍ବାନ' ।  ଏହି ଚଳଚ୍ଚିତ୍ର ମାଧ୍ୟମରେ ଅଭିନେତା ପ୍ରାୟ ଚାରି ବର୍ଷ ପରେ ବଡ ପରଦାରେ ଫେରିବାକୁ ଯାଉଛନ୍ତି । ଶାହାରୁଖଙ୍କୁ ଶେଷ ଥର ପାଇଁ ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଚଳଚ୍ଚିତ୍ର ପରେ ସେ କୌଣସି ଫିଲ୍ମରେ ମୁଖ୍ୟ କଳାକାର ଭାବରେ ଅଭିନୟ କରି ନ ଥିଲେ। ଶାହରୁଖ ଖାନଙ୍କ ୩ ଟି ଫିଲ୍ମ ଆସନ୍ତାବର୍ଷ ମୁକ୍ତିଲାଭ କରିବ। ସେଥିମଧ୍ୟରୁ ଗୋଟିଏ ହେଉଛି ଅଟଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ଜୱାନ୍'। 


COMMERCIAL BREAK
SCROLL TO CONTINUE READING

ଚର୍ଚ୍ଚାରେ 'ଜଓ୍ବାନ' :


ରିଲିଜ୍ ପୂର୍ବରୁ ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ୍' ବିବାଦରେ ଛନ୍ଦି ହୋଇପଡିଛି। 'ଜୱାନ' ଉପରେ ଚୋରି ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ନିର୍ଦ୍ଦେଶକ ଅଟଲେଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ତାମିଲ ଚଳଚ୍ଚିତ୍ର 'ପେରାସୁ'ର କାହାଣୀକୁ କପି କରିଥିବାର ଅଭିଯୋଗ ହୋଇଛି। ଚଳଚ୍ଚିତ୍ର ନିର୍ମାତା ମଣିକମ ନାରାୟଣ ତାମିଲ ଚଳଚ୍ଚିତ୍ର ନିର୍ମାତା ପରିଷଦ (ଟିଏଫପିସି) ରେ ଜୱାନ ନିର୍ମାତାଙ୍କ ବିରୋଧରେ ଚୋରୀ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ ଶାହରୁଖ ଖାନଙ୍କ ଫିଲ୍ମର କାହାଣୀ ୨୦୦୬ ବିଜୟକାନ୍ତଙ୍କ ଅଭିନୀତ 'ପେରାସୁ' ସହିତ ସମାନ। ଏକ ପତ୍ରିକାର ରିପୋର୍ଟ ଅନୁଯାୟୀ, ମଣିକମ ନାରାୟଣନ ତାଙ୍କ ଅଭିଯୋଗ ସହିତ ଟିଏଫପିସି ନିକଟକୁ ଯାଇଥିଲେ। ନଭେମ୍ବର ୭ ପରେ TFPC ବୋର୍ଡ ସଦସ୍ୟମାନେ ଏହି ଅଭିଯୋଗର ଅନୁସନ୍ଧାନ କରିବେ । ମଣିକମଙ୍କର ପାଖରେ କାହାଣୀର ରାଇଟ୍ସ ଅଛି ବୋଲି ଜଣାପଡିଛି।


ଏହା ବି ପଢନ୍ତୁ : Alia Bhatt Delivery: ପ୍ରବସ ବେଦନା ସମ୍ଭାଳି ପାରୁ ନାହାଁନ୍ତି ଆଲିଆ, ଡାକ୍ତର ଦେଇଥିବା ଡେଟ୍ ପୂର୍ବରୁ କଲେ ଏମିତି କାମ


ଫିଲ୍ମ ନିର୍ମାତାଙ୍କ ଉପରେ ଲାଗିଛି ଏହି ଅଭିଯୋଗ : 


ଆମେ ଆପଣଙ୍କୁ ଏଠାରେ ଜଣାଇବୁ ଯେ, ଯେ ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'କୁ ପ୍ରସିଦ୍ଧ ତାମିଲ ନିର୍ଦ୍ଦେଶକ ଅଟଲେ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଟଲି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଚାଲିଛି ଏବଂ ଏହା ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ରିଲିଜ୍ ହେବାକୁ ଯାଉଛି। ଚଳଚ୍ଚିତ୍ର ନିର୍ମାତା ମଣିକମ ନାରାୟଣ ତାମିଲ ଚଳଚ୍ଚିତ୍ର ନିର୍ମାତା ପରିଷଦ (ଟିଏଫପିସି) ରେ ଜୱାନ ନିର୍ମାତାଙ୍କ ବିରୋଧରେ ଚୋରୀ ଅଭିଯୋଗ ଆଣିଛନ୍ତି। 


ଏକାଧିକ ଭାଷାରେ ମୁକ୍ତିଲାଭ କରିବ ଏହି ଫିଲ୍ମ  :
 
ଏଠାରେ ,ଆମେ ଆପଣଙ୍କୁ କହି ରଖୁଛୁ ଯେ, 'ଜୱାନ୍' ଆସନ୍ତା ବର୍ଷ ଜୁନ୍ ୨ରେ ପ୍ରେକ୍ଷାଳୟକୁ ଆସିବ । ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ରଟି ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ବିଜୟ ସେତୁପତି, ଯୋଗୀ ବାବୁ ଏବଂ ନୟନତାରା ମଧ୍ୟ  ଅଛନ୍ତି। ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କୁ କେମୋ ଭୂମିକାରେ ଦେଖିବାକୁ ମିଳିବ।