Shilpa Shetty : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ(Shilpa Shetty) । ନିଜର ଗ୍ଲାମରସ ଚେହେରା  ଓ ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ୯୦ ଦଶକରୁ ସେ ଅଭିନୟ କରିଆସୁଛନ୍ତି। ବୟସ ବଢିଥିଲେ ମଧ୍ୟ ସେ ନିଜକୁ ଯୋଗ ମାଧ୍ୟମରେ ଫିଟ ରଖିଛନ୍ତି।  ଗତମାସରେ ଶିଳ୍ପା ଶେଟ୍ଟୀ ଆକ୍ସନ୍ ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ OTT ଡେବ୍ୟୁ ସିରିଜ୍ ଇଣ୍ଡିଆନ୍‌ ପୋଲିସ୍ ଫୋର୍ସର ସୁଟିଂ କରୁଥିଲେ। ଏ ସମୟରେ ତାଙ୍କ ବାମ ଗୋଡରେ ଟୋଟ ଲାଗିଥିଲା । ସେବେଠାରୁ ସେ ଆହତ ହୋଇଥିଲେ । ହେଲେ ଆହତ ଅବସ୍ଥାରେ ମଧ୍ୟ ସେ ନିଜର ଯୋଗକୁ ବନ୍ଦ କରି ନାହାଁନ୍ତି । ହୁଇଲ ଚେୟାରରେ ବସି ସେ ଯୋଗ କରୁଛନ୍ତି । ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାରେ ସେୟାର କରିଛନ୍ତି।


COMMERCIAL BREAK
SCROLL TO CONTINUE READING


ଯେଉଁଥିରେ ଦେଖିବାକୁ ମିଳିଛି ଯେ,ଶିଳ୍ପା ଏକ ରେଡ କଲର ଟି ସାର୍ଟ ପିନ୍ଧି ଥିବା ବେଳେ ଏକ ବ୍ଲାକ୍ ପ୍ଲାଜୋ ପିନ୍ଧି ହୁଇଲ ଚେୟାରରେ ବସିଛନ୍ତି। ହୁଇଲ ଚେୟାରରେ ମଧ୍ୟ ସେ ବସି ବିଭିନ୍ନ  ଯୋଗାସନ କରୁଥିବା ଦେଖିବାକୁ ମିଳିଛି। ତ୍ରିୟକା ତାଡାସନ (Tiryaka Tadasana ) ଓ ଗୋମୁଖାସନ (Gomukhasana) ଭଳି ଆସନ ମଧ୍ୟ ସେ ହୁଇଲ ଚେୟାରରେ କରୁଥିବା ଦେଖିବାକୁ ମିଳୁଛି। ତେବେ ,ଏ ଭିଡିଓରେ ଶିଳ୍ପା ବେଶ ଖୁସ୍  ଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ମଧ୍ୟ ଅଭିନେତ୍ରୀ ଜଣକ ନିଜ ଯୋଗର ଭିଡିଓ ନିଜ ଅନଷ୍ଟାରେ ସେୟାର କରିଥାନ୍ତି । ଯେଉଁଥିରେ ଭିନ୍ନ ଭିନ୍ନ ଆସନରେ ସେ ଯୋଗ କରୁଥିବା ଦେଖିବାକୁ ମିଳେ। 


ଏହାବି ପଢନ୍ତୁ  : ‘ସାମି ସାମି’ଗୀତରେ କୁନି ଝିଅର ଜବରଦସ୍ତ ଡ୍ୟାନ୍ସ ଭିଡିଓ ଭାଇରାଲ : ଅଭିନେତ୍ରୀ ରଶ୍ମିକା ମନ୍ଦନା କଲେ ଏମିତି କିଛି ପୋଷ୍ଟ


 



 ଶିଳ୍ପା ସେଟ୍ଟୀଙ୍କ ପ୍ରକୃତ ନାମ  ଅଶ୍ବନୀ ସେଟ୍ଟୀ । ପରେ ସେ ଏ ନାମକୁ ପରିବର୍ତ୍ତନ କରିଥିଲେ। ୧୯୭୫ ଜୁନ ୮ ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତ୍ରୀ । ଅଭିନେତ୍ରୀ ଜଣକ ୧୯୯୩ରେ ଫିଲ୍ମ ବାଜିଗର( Baazigar)ରେ ଡେବ୍ୟୁ କରିଥିଲେ।  ନିଜର ଚମକ୍କାର ଅଭିନୟ ପାଇଁ ସେହି ଫିଲ୍ମ ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ପାଇଥିଲେ ।  ପରେ ୧୯୯୪ରେ ମେ ଖିଲାଡି ତୁ ଅନାରୀ( Main Khiladi Tu Anari )ରେ ଲିଡ୍ ରୋଲରେ ନଜର ଆସିଥିଲେ ସେ। ପରେ ଧଡକନ୍ , ଇଣ୍ତିଆନ , ରିସ୍ତେ ଭଳି ମୁଭିରେ ନଜର ଆସିଥିଲେ ।  ଶିଳ୍ପା କେବଳ ଫିଲ୍ମରେ ଅଭିନୟ କରନ୍ତି ତାହା ନୁହେଁ ବଂର ସେ କେତେକ ରିଏଲିଟି ସୋରେ ଜଜ ଭାବରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ ।  ୨୦୦୯ ମସିହା  ୨୨ ନଭେମ୍ବରରେ ଶିଳ୍ପାଶେଟ୍ଟୀଙ୍କୁ ବିବାହ କରିଥିଲେ ବିଜନେସ ମ୍ୟାନ୍ ରାଜକୁନ୍ଦ୍ରା ( Businessman Raj Kundra) । ପୂର୍ବରୁ  ଲଭ ଲଇଫ ନେଇ ଶିଳ୍ପା ନାଁ କେତେକ ବଲିଉଡ ଅଭିନେତାଙ୍କ ସହ ଯୋଡି ହୋଇଥିଲା।  ମେ ଖି୍ଲାଡି ତୁ ଅନାରୀ ମୁଭିରେ ଅଭିନେତା ଅକ୍ଷୟ କୁମାରଙ୍କୁ ଭେଟିଥିଲେ ଶିଳ୍ପା । ପରେ ଇନସାଫ(Insaaf) ଫିଲ୍ମ ସୁଟିଂ ସମୟରେ ଅକ୍ଷୟଙ୍କ ସହ ଡେଟ ଆରମ୍ଭ କରିଥିଲେ । ଏନେଇ ଅକ୍ଷୟ କୁମାରଙ୍କ ସହ ରବିନା ଟଣ୍ତନଙ୍କ ବ୍ରେକଅପ ହୋଇଯାଇଥିଲା। ଏହାପରେ ମିଡିଆ ଆଗରେ ଶିଳ୍ପା ଅକ୍ଷୟଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଖୁଲାସା କରିଥିଲେ। ଅକ୍ଷୟ ଚାହିଁଥିଲେ ଶିଳ୍ପା ଫିଲ୍ମ ଲାଇନ ଛାଡି ତାଙ୍କ ସହ ବିବାହ କରିବାକୁ । ହେଲେ ଶିଳ୍ପାଙ୍କ ବିବାହ ପାଇଁ କୌଣସି ଯୋଜନା ନ ଥିଲା। ପରେ ୨୦୦୦ ମସିହାରେ ଫିଲ୍ମ ଧଡକନ୍ ସୁଟିଂ ସମୟରେ ଉଭୟଙ୍କର ବ୍ରେକଅପ ହୋଇଥିଲା।