Central Board of Film Certification ଦ୍ୱାରା ପ୍ରମାଣିତ ୧୦ ମିନିଟ୍ ୪୯ ସେକେଣ୍ଡ ଅବଧିର କ୍ଷୁଦ୍ର ଚଳଚ୍ଚିତ୍ର “ଚୁଟକି-ଚେନାଏ ସ୍ନେହ ମାତୃତ୍ୱର” ଲୋକାର୍ପିତ ହୋଇଯାଇଛି । ଏହି ଉତ୍ସବରେ ବିଜେପି ଓଡ଼ିଶାର ଉପସଭାପତି ଗୋଲକ ମହାପାତ୍ର ସମ୍ମାନିତ ଅତିଥି ଭାବରେ, ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଏବଂ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଉପସ୍ଥିତ ଥିଲେ । 


COMMERCIAL BREAK
SCROLL TO CONTINUE READING

ଡକ୍ଟର ଅରୁଣ କୁମାର ନାୟକଙ୍କ ଦ୍ୱାରା ରଚିତ, ମହେଶ ହାଜରା ଓ ଡକ୍ଟର ଅରୁଣ କୁମାର ନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ, ଅଂଶୁମାନ ନାୟକ (ଅଂଶୁମାନ କ୍ରିଏଟିଭସ୍)ଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଶିଶୁ କଳାକାର ପ୍ରଶିଦ୍ଧିଙ୍କ ଅଭିନିତ ଏଇ ଚଳଚ୍ଚିତ୍ରଟି ଉଚ୍ଚକୋଟୀର ବାର୍ତ୍ତା ବହନ କରିବା ସହିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖି ପାରିଥିଲା ।  “ଚୁଟକି-ଚେନାଏ ସ୍ନେହ ମାତୃତ୍ୱର”ରେ ପ୍ରଦୀପ ନାୟକ ଚିତ୍ରୋତ୍ତଳନ କରିଥିବା ସ୍ଥଳେ ସମ୍ପାଦନା ଦାୟୀତ୍ୱ ତୁଲେଇଛନ୍ତି ସିଦ୍ଧାର୍ଥ ଶଙ୍କର ପଟ୍ଟନାୟକ । ଏଇ ଶୁଭ ଉନ୍ମୋଚନ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ଓଡ଼ିଶା ଯାତ୍ରାଜଗତର ଆଗଧାଡିର ପ୍ରାୟ ସମସ୍ତ ନାଟ୍ୟକାର ନିର୍ଦ୍ଦେଶକ ସଂଗୀତ ନିର୍ଦ୍ଦେଶକ ଏବଂ ଗୀତିକାର ନିଗମ ମିଶ୍ର, ହର ବାରିକ, ଅଶ୍ରୁମୋଚନ ମହାନ୍ତି, ଲାଲାବିରେନ ରାୟ, କିଶୋର ଖଣ୍ଡୁଆଳ, ବିଜୟ ଦାଶ, ଗୋଲକ ମହାରଣା, କୈଳାସ ମଲ୍ଲିକ, ତାପସ ଦାସ, ଗୁରୁପ୍ରସାଦ ମିଶ୍ର, ମଳୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଚଳଚ୍ଚିତ୍ରଟି ପିତୃମାତୃ ହରା ଶିଶୁମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏକ ସୁନ୍ଦର ବାର୍ତ୍ତା ବହନ କରୁଛି ।


Also Read- ଚାଷୀଙ୍କ ଦୁଃଖ ଦେଖିଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତି ବହନ କରିବେ ସରକାର !


Also Read- Lakshmi Narayan Rajyog: ନୂଆ ବର୍ଷରେ ଲକ୍ଷ୍ମୀ ନାରାୟଣ ଯୋଗ, ମିଥୁନ, କର୍କଟ ସହ ଏହି ରାଶିକୁ ଲାଭ