Siddharth: ସାଉଥ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତା ସିଦ୍ଧାର୍ଥ । ସେ ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସିଦ୍ଧାର୍ଥ ତାଙ୍କ ଚଳଚ୍ଚିତ୍ର ପାଇଁ ଅନେକ ସମୟରେ ଲାଇମଲାଇଟରେ ରୁହନ୍ତି । ନିକଟରେ ସେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସିଦ୍ଧାର୍ଥ ଅଭିଯୋଗ କରିଛନ୍ତି ଯେ ତାମିଲନାଡୁର ମୁଦୁରାଇ ବିମାନବନ୍ଦରରେ ସୁରକ୍ଷା କର୍ମୀମାନେ ତାଙ୍କ ପିତାମାତାଙ୍କୁ ହଇରାଣ କରିଛନ୍ତି । ଏନେଇ ଅଭିନେତା ଜଣକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ପୋଷ୍ଟ ସେୟାର କରି ବିଷୟରେ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଭିନେତାଙ୍କ ପିତାମାତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି :


ସିଦ୍ଧାର୍ଥ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି - ତାମିଲନାଡୁ ମଦୁରାଇ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ତାଙ୍କୁ ଏବଂ ତାଙ୍କ ପିତାମାତାଙ୍କୁ ପ୍ରାୟ ୨୦ ମିନିଟ ଧରି ହଇରାଣ କରିଥିଲେ। ଏହା ବ୍ୟତୀତ ସେ ବ୍ୟାଗରୁ କଏନ୍ ବାହାର କରିବାକୁ କହିଥିଲେ ଏବଂ ହିନ୍ଦୀରେ ସେମାନେ କଥାବାର୍ତ୍ତା କରୁଥିବାରୁ ସମସ୍ୟା ସୃଷ୍ଟି ହେଉଥିଲା ଫଳରେ କର୍ତ୍ତୃପକ୍ଷଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବାକୁ ମଧ୍ୟ ଅନୁରୋଧ କରିଥିଲି । କିନ୍ତୁ ସେମାନେ ଶୁଣି ନ ଥିଲେ। 



ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ମଦୁରାଇ ବିମାନବନ୍ଦରରେ ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସଏଫ(CISF)ଫୋର୍ସଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଅଭିନେତା । ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସିଆରପିଏଫ (CRPf) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କର ଏହି ପୋଷ୍ଟ ପରଠାରୁ ଅଭିନେତା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି।


ସିଦ୍ଧାର୍ଥଙ୍କ ବୃତ୍ତିଗତ ଜୀବନ :
ଆଜିର ଦିନରେ ସିଦ୍ଧାର୍ଥ ଦକ୍ଷିଣ ସିନେମାର ଜଣେ ଆଗଧାଢିର ଅଭିନେତା । ସେ ୨୦୦୩ ମସିହାରେ (film Boys) ଫିଲ୍ମ 'ବଏଜ'ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜେନେଲିଆଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ପରେ ସେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ସିଦ୍ଧାର୍ଥଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଏହି ଅଭିନେତା ଖୁବଶୀଘ୍ର  ' ଇଣ୍ତିଆନ୍ ୨' ରେ ନଜର ଆସିବେ। ଇଣ୍ତିଆନ୍ ଫିଲ୍ମ ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା କମଲ ହାସନଙ୍କ ଚଳଚ୍ଚିତ୍ରର ଏକ ସିକ୍ୱେଲ ଅଟେ। ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ବିପକ୍ଷରେ କାଜଲ ଅଗ୍ରୱାଲ ନଜର ଆସିବେ। 


ଏହାବି ପଢନ୍ତୁ : Salman Khan: ବାର୍ଥ ଡେ'ରେ ଭାଇଜାନଙ୍କ ଭାଙ୍ଗିଲା ହୃଦୟ, ଫ୍ୟାନ୍ସଙ୍କ ଉପରେ ହେଲା ଲାଠିଚାର୍ଜ


ଏହାବି ପଢନ୍ତୁ : Malaika Arora Troll: ପୁଅ Arhaan ସହ ଫଟୋ ସେୟାର କରି ହଟାହଟା ହେଲେ ମଲାଇକା, ଟ୍ରୋଲର୍ସ କହିଲେ କିଛି ଏମିତି


ଏହାବି ପଢନ୍ତୁ : Sushant Singh Rajput Murder Case: ସୁଶାନ୍ତଙ୍କ ହତ୍ୟାକାଣ୍ତକୁ ନେଇ ବଢୁଛି ସସପେନ୍ସ , ପିଏମ ମୋଦିଙ୍କ ଠାରୁ ସୁରକ୍ଷା ମାଗିଲେ ଅଭିନେତାଙ୍କ ଭଉଣୀ


ଏହାବି ପଢନ୍ତୁ : Urfi Javed: ଟପଲେସ୍ ହୋଇ ବ୍ରେକଫାଷ୍ଟ କଲେ ଉର୍ଫି, ଭିଡିଓ ଭାଇରାଲ