Kiara Advani-Sidharth Malhotra Wedding: ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ ଖୁବଶୀଘ୍ର ଏହି ଯୋଡି ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ ବିଟାଉନରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଉଭୟଙ୍କ ଓ୍ବାଡିଂ ଭେନ୍ୟୁ ମଧ୍ୟ ସ୍ଥିର ହୋଇଯାଇଥିବା କିଛି ଗଣ ମାଧ୍ୟମର ରିପୋର୍ଟରେ ମଧ୍ୟ କୁହାଯାଉଥିଲା। ଖାସ୍ କରି କିଛି ଗଣମାଧ୍ୟମ ରିପୋର୍ଟ ମଧ୍ୟ କହୁଥିଲା ଯେ, ଉଭୟଙ୍କ ବିବାହ ଡିସେମ୍ବରରେ ହେବାକୁ ଯାଉଛି।  କିନ୍ତୁ ଏପର୍ଯ୍ୟନ୍ତ  କିଛି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇ ନାହିଁ । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।  ଖୋଦ୍ ଅଭିନେତା ଅର୍ଥାତ୍ ସିଦ୍ଧାର୍ଥ ମଲହୋତ୍ରା ନିଜ ବିବାହ ତାରିଖ ଫ୍ୟାନ୍ସଙ୍କ ଆଗରେ କହିଛନ୍ତି । କିନ୍ତୁ ସିଦ୍ଧାର୍ଥଙ୍କ ଏପରି ବୟାନ ପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରୀ ବଢିଛି । 


COMMERCIAL BREAK
SCROLL TO CONTINUE READING


କିଆରାଙ୍କ ସହ ବିବାହ ପ୍ରସଙ୍ଗରେ ସିଦ୍ଧାର୍ଥ କ’ଣ କହିଲେ?



ଆଗକୁ ଆସୁଛି ସିଦ୍ଧାର୍ଥ ମଲହୋତ୍ରା ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ' ମିଶନ୍ ମଜନୁ' ଖୁବଶିଘ୍ର ପରଦାକୁ ଆସିବାକୁ ଯାଉଛି । ଯାହାକୁ ପ୍ରମୋସନ କରିବାରେ ଲାଗିଛନ୍ତି ଏହି ୨ ତାରକା ।  ତେବେ, ନିକଟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନା ଆଗାମୀ ଚଳଚ୍ଚିତ୍ର ' ମିଶନ୍ ମଜନୁ' ର ପ୍ରମୋସନ ପାଇଁ ରେଡିଓ ଫିବର ଏଫଏମରେ ପହଞ୍ଚି ଥିଲେ। ସେଠାରେ ରେଡିଓ ଜକି  ସିଦ୍ଧାର୍ଥଙ୍କୁ ଏଭଳି ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ଏକ ଗୁଜବ ଉଠୁଛି ଯାହାକୁ ମୁଁ ଦୂର କରିବା ପାଇଁ ଚାହୁଁଛି। ଏହା ଶୁଣିବା ପରେ ସିଦ୍ଧାର୍ଥ ହସିଲେ ଏବଂ କହିଲେ, ଏଥିପାଇଁ ଯେ, ମୁଁ ଏବର୍ଷ ବିବାହ କରିବାକୁ ଯାଉଛି। ' ସିଦ୍ଧାର୍ଥ ମଲହୋତ୍ରାଙ୍କ ଏଭଳି ଉତ୍ତର ଶୁଣି ରଶ୍ମିକା ମଧ୍ୟ ଜୋରରେ ହସିବାକୁ ଲାଗିଲେ।



ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଚଣ୍ଡିଗଡ଼ରେ ହୋଇପାରେ । ଉଭୟେ ପ୍ରାୟ ମାସେ ହେବ ନିଜ ବିବାହର ସ୍ଥାନ ଖୋଜୁଛନ୍ତି। ଏବେ ସେମାନଙ୍କୁ ଚଣ୍ତିଗଡରେ ବିବାହ ପାଇଁ ଉପଯୁକ୍ତ ସ୍ଥାନ ମିଳି ଯାଇଛି । ଚଣ୍ଡିଗଡ଼ର ଓବରୋଇ ସୁଖଭିଲାସ୍ ସ୍ପା ଏବଂ ରିସର୍ଟ (Oberoi Sukhvilas Spa and Resort)ରେ ଏହି ଲବବାର୍ଡଙ୍କ ବିବାହ ହୋଇପାରେ  । ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବଲିଉଡ ଅଭିନେତା ରାଜ କୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ଏହି ସ୍ଥାନରେ ହୋଇଥିଲା। ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ, ପୂର୍ବରୁ ଉଭୟ ଗୋଆରେ ବିବାହ କରିବାକୁ ଯୋଜନା କରିଥିଲେ, କିନ୍ତୁ ସିଦ୍ଧାର୍ଥଙ୍କ ବଡ଼ ପଞ୍ଜାବୀ ପରିବାରକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ପରିବର୍ତ୍ତନ କରାଯାଇଥିଲା। ଗତ କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ଆସନ୍ତା ବର୍ଷ  ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଥିଲା। ୨୦୨୩, ଏପ୍ରିଲ ମାସରେ ଉଭୟଙ୍କ ହାତଗଣ୍ଠି ପଡି ଥାନ୍ତା ବୋଲି ଖବର ଆସି ଥିଲା , ହେଲେ ଉଭୟଙ୍କ ବିବାହ ଚଳିତ ବର୍ଷ ଡିସେମ୍ବରରେ ହେବ ବୋଲି ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।