Sonam Kapoor : ବଲିଉଡ୍ ଡିଭା ସୋନମ କପୁର (Bollywood Diva Sonam Kapoor) ଏବେ ମାଆ ହୋଇଛନ୍ତି । ସେ ନିକଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନିଜ ପୁଅର ଫଟୋକୁ ପ୍ରଥମ ଥର ପାଇଁ ଏବେ ଇନଷ୍ଟାରେ ସେୟାର କରିଛନ୍ତି ସୋନମ୍ କପୁର ଓ ତାଙ୍କ ପତି ଆନନ୍ଦ ଆହୁଜା (Sonam Kapoor and Anand Ahuja)। ଏହି ଦମ୍ପତି ଏକ ପୋଷ୍ଟରେ ପୁଅର ନାମ କହିଛନ୍ତି । ଯେଉଁଥିରେ ତାଙ୍କ ନାମ ଭାୟୁ (Vayu) କପୁର ଅହୁଜା ବୋଲି ପ୍ରକାଶ କରାଯାଇଛି। ଏହା ସହିତ ନାମ ଅର୍ଥ ମଧ୍ୟ କହିଛନ୍ତି। ପୋଷ୍ଟରେ ଏହି ଦମ୍ପତି ଲେଖିଛନ୍ତି,"ସେ ଆମ ଜୀବନରେ ଏକ ନୂଆ ତରଙ୍ଗ ଆଣିଛି,ହନୁମାନ ଏବଂ ଭୀମଙ୍କ ଦ୍ୱାରା ଅନୁପ୍ରାଣିତ, ଯେଉଁମାନେ ଶକ୍ତି ଏବଂ ଶକ୍ତିର ଉଦାହରଣ ଅଟନ୍ତି,ଆମେ ଆମ ପୁଅ ଭାୟୁ କପୁର ଅହୁଜାଙ୍କୁ ଆଶୀର୍ବାଦ ଦେଉଛୁ। ଏହା ବ୍ୟତୀତ ସେ ଲେଖିଛନ୍ତି, ହିନ୍ଦୁ ଶାସ୍ତ୍ରର ପାଞ୍ଚଟି ଉପାଦାନ ମଧ୍ୟରୁ ଭାୟୁ ଅନ୍ୟତମ। ସେ ଶ୍ୱାସର ଦେବତା। ହନୁମାନ ଭୀମା ଏବଂ ମାଧବଙ୍କ ଆଧ୍ୟାତ୍ମିକ ପିତା ଏବଂ ସେ ପବନର ପ୍ରଭୁ ଅଟନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଭାୟୁ ଏବଂ ତାଙ୍କ ପରିବାରକୁ ତୁମର ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ "। ଏ ଦମ୍ପତି ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଖୁବ ଭାଇରାଲ୍ ହେଉଛି ।


COMMERCIAL BREAK
SCROLL TO CONTINUE READING

 


ଏ ଫଟୋରେ ଦେଖିବାକୁ ମିଳିଛି ଯେ,ସୋନମ କପୁର,ଆନନ୍ଦ ଓ ତାଙ୍କ ପୁଅ ୟେଲୋ କର୍ଲର ଟ୍ରାଡିନାଲ ଡ୍ରେସରେ ନଜର ଆସିଛନ୍ତି। ତେବେ ଏ ପୋଷ୍ଟରେ ସେଲିବ୍ରେଟିଙ୍କ ସହିତ ଫ୍ୟାନ୍ସଙ୍କର ମଧ୍ୟ କାଫି କମେଣ୍ଟ ଆସିଛି। ୨୦୧୪ ମସିହାରେ ବିଜନେସ ମ୍ୟାନ ଆନନ୍ଦ ଆହୁଜାଙ୍କ ସହ ସୋନମ(Sonam and Anand )ଙ୍କ ସାକ୍ଷାତ ହୋଉଥିଲା । ସାକ୍ଷାତର କିଛି ଦିନ ପରେ ଆନନ୍ଦ ସୋନମଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ। ପରେ ୨୦୧୮ ମସିହା ମେ ୮ରେ ସୋନମଙ୍କୁ ବିବାହଙ୍କୁ ବିବାହ କରିଥିଲେ ଆନନ୍ଦ। ୨୦୨୦ ରେ ଉଭୟେ ବେବେ ପ୍ଲାନିଂ କରିଥିଲେ ।


ହେଲେ କୋଭିଡ୍ ମହାମାରୀ ଦେଶକୁ ଗ୍ରାସ କରିବାକୁ ତାଙ୍କର ଏ ଯୋଜନା ବିଳମ୍ବ ହୋଇଥିଲା । ଚଳିତ ବର୍ଷ ଅଗଷ୍ଟ ୨୦ ରେ ସୋନମ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସୋନମ୍ ବଲିଉଡ ଅଭିନେତା ଅନୀଲ କପୁରଙ୍କ ଝିଅ । ୨୦୦୫ରେ ସେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲୀଙ୍କ ସ‌ହ ଜଣେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସୋନମ ୨୦୦୭ରେ ସଞ୍ଜୟ ଲୀଳା ବଂଶାଳୀଙ୍କ ଚଳଚ୍ଚିତ୍ର ‌ସାୱରିୟା‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା । ଅଭିନୟ କରିବାର ୩ବର୍ଷ ପରେ ୨୦୧୦ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଆଇ ହେଟ୍ ଲଭ୍ ଷ୍ଟୋରୀଜ୍‌ (I Hate Luv Storys) ବକ୍ସ ଅଫିସରେ ହିଟ ହୋଇଥିଲା।