Sonu Sood Apologises To Northern Railway: ବଲିଉଡ୍ ଅଭିନେତା ସୋନୁ ସୁଦ (Sonu Sood) କେବଳ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଦୟାଳୁ ଭାବ ପାଇଁ ସେ ସବୁାଆଡେ ଜଣାଶୁଣା । କିଛି ଦିନ ପୂର୍ବରୁ ସେ ନିଜେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଟ୍ରେନର ଫାଟକରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୋନୁ ସୁଦଙ୍କ ଭିଡିଓ ଉପରେ ଉତ୍ତର ରେଳବାଇ (Northern Railway) ଏହାର ପ୍ରତିକ୍ରିୟା ଦେଇଛି । ଏହା ପରେ ସୋନୁ ସୋଦ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ହାତଯୋଡି କ୍ଷମା ମାଗିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଉତ୍ତର ରେଳବାଇର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୋନୁ ସୁଦଙ୍କ ଭିଡିଓ ରିଟ୍ୱିଟ କରି ଏଥିରେ ଲେଖାଥିଲା, 'ପ୍ରିୟ ସୋନୁ ସୁଦ, ଆପଣ ଦେଶ ତଥା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଦର୍ଶ । ଟ୍ରେନର ଫୁଟବୋର୍ଡରେ ବସି ଯାତ୍ରା କରିବା ବିପଜ୍ଜନକ ଅଟେ । ଏହି ପ୍ରକାର ଭିଡିଓ ଆପଣଙ୍କ ପ୍ରଶଂସକଙ୍କୁ ଭୁଲ ବାର୍ତ୍ତା ଦେଇପାରେ । ଦୟାକରି ଏହା କରନ୍ତୁ ନାହିଁ । ଏକ ସୁଗମ ଓ ନିରାପଦ ଯାତ୍ରାର ଉପଭୋଗ କରନ୍ତୁ ।



ରେଳବାଇର ଏହି ଟ୍ୱିଟକୁ ଜବାବ ଦେବାବେଳେ ସୋନୁ ସୁଦ କ୍ଷମା ମାଗିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'କ୍ଷମା ପ୍ରାର୍ଥା । ମୁଁ ବାସ ଏମିତି ବସି ଦେଖିବାକୁ ଚାହୁଁଥିଲି ଯେ, ସେହି ଲକ୍ଷ ଲକ୍ଷ ଗରିବ ଲୋକ କିପରି ଅନୁଭବ କରୁଥିବେ, ଯାହାର ଜୀବନ ଏବେବି ଟ୍ରେନର ଫାଟକରେ କଟୁଛି । ଧନ୍ଯବାଦ ଏହି ବାର୍ତ୍ତା ପାଇଁ ଓ ଦେଶର ରେଳ ବ୍ୟବସ୍ଥାରେ ଉନ୍ନତି ପାଇଁ ।'



ଏହା ଜଣା ଯେ ସୋନୁ ସୁଦ କୋରୋନା ଅବଧି ସମୟରେ ଅସହାୟ ଲୋକଙ୍କୁ ଅନେକ ସାହାଯ୍ୟ କରିଥିଲେ । ସେ ଲକଡାଉନ୍ ସମୟରେ ମୁମ୍ବାଇରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିରାପଦରେ ସେମାନଙ୍କ ଘରକୁ ପଠାଇଥିଲେ, ଯେଉଁଥିପାଇଁ ସେ ଲୋକଙ୍କ ଜୀବନରେ ଅସଲି ହିରୋ ପାଲଟି ଯାଇଥିଲେ । ନୂଆ ବର୍ଷ ଅବସରରେ ସୋନୁ ସୁଦ ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ଗତ ଏକ ବର୍ଷ ମଧ୍ୟରେ ୧୦,୧୧୭ ଲୋକଙ୍କୁ ବଞ୍ଚାଇବାକୁ ଓ ସୁସ୍ଥ କରିବାକୁ ସକ୍ଷମ । ଯେଉଁମାନଙ୍କ ପାଖରେ ମୁଁ ପହଞ୍ଚି ପାରିଲି ନାହିଁ ସେମାନଙ୍କୁ କ୍ଷମା ମାଗୁଛି । ୨୦୨୩ ବର୍ଷ ଭଗବାନ ଆମକୁ ଆହୁରି ଭଲ କରିବାକୁ ଶକ୍ତି ଦିଅନ୍ତୁ । ନୂତନ ବର୍ଷ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ।'


ଏହା ବି ପଢ଼ନ୍ତୁ: Aryan Khan And Nora Fathei: ଧରାପଡ଼ିଗଲା ଲୁଚାଛପା ପ୍ରେମ !ନୋରାଙ୍କୁ ଡେଟ୍ କରୁଛନ୍ତି ଆର୍ୟନ