Sukesh Chandrashekhar Letter To Jacqueline Fernandez: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ (jacqueline fernandez) ପ୍ରେମରେ ପାଗଳ ଠକ ସୁକେଶ (sukesh chandrashekhar)। ବର୍ତ୍ତମାନ ଦିଲ୍ଲୀର ମାଣ୍ତୋଲି ଜେଲରେ(mandoli jail)  ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଦୀ ଥିବା ସୁକେଶ ଚନ୍ଦ୍ରଶେଖର ନିଜ ପ୍ରେମିକା ତଥା ଅଭିନେତ୍ରୀ ଜ୍ୟାକଲିନଙ୍କ ପାଖକୁ ଏକ ଚିଠି ଲେଖିଛି।  ଏହି ଚିଠିରେ (letter) ସେ ଅଭିନେତ୍ରୀଙ୍କ ଉପରେ ପ୍ରେମର ବର୍ଷା କରିଛି । ଚିଠିରେ ସେ ଅଭିନେତ୍ରୀଙ୍କୁ ହୋଲିର ଶୁଭେଚ୍ଛା (wishing holi) ଜଣାଇଛି । ଜ୍ୟାକଲିନଙ୍କୁ ଲେଖିଥିବା ଚିଠିରେ ସୁକେଶ ଲେଖିଛନ୍ତି ଯେ, ‘ସବୁଠାରୁ ଚମତ୍କାର ମଣିଷ, ଆଶ୍ଚର୍ୟ୍ୟମୟୀ ମୋର ସବୁଠାରୁ ସୁନ୍ଦର ଜ୍ୟାକଲିନଙ୍କୁ ହୋଲିର ଶୁଭେଚ୍ଛା। ‘ଆଇ ଲଭ୍ ୟୁ’ , ତୁମେ ସବୁବେଳେ ହସୁଥାଅ । ତୁମେ ଜାଣ ଯେ, ତୁମେ ମୋ ପାଇଁ କେତେ ତୁରୁତ୍ୱପୂର୍ଣ୍ଣ’ ,ତୁମେ ମୋର ରାଜକୁମାରୀ - ଏମିତି ସବୁବେଳେ ହସୁଥାଅ ତମେ। ତେବେ, ଜେଲ ଭିତରେ ରହି ସୁକେଶ ଏହି ଚିଠି ନିଜ ପ୍ରେମିକା ପାଇଁ ଲେଖିଛି । ତେବେ, ସୁକେଶର ଏହି ଚିଠିଟି ସୋସିଆଲ ମିଡିଆରେ ଭାଉରାଲ ହେବାରେ ଲାଗିଛି । 


COMMERCIAL BREAK
SCROLL TO CONTINUE READING

ମହାଠକ ସୁକେଶ ଚନ୍ଦ୍ରଶେଖରକୁ  ସହ ସମ୍ପର୍କ ରଖିଥିବା ନେଇ ଇଓଡବ୍ଲୁରର ସ୍କାନରରେ ଆସିଥିଲେ ଅଭିନେତ୍ରୀ ଜ୍ୟୋକଲିନ ଫର୍ଣ୍ଣାଡିଜ୍ ଓ ନୋରା ଫତେଇ । ଏପରିକି ଉଭୟଙ୍କୁ ମଧ୍ୟ ପୋଲିସ ଓ ଇଓଡବ୍ଲୁର ବହୁବାର ଜେରା କରିସାରିଛି ।  ଜେରାବେଳେ ଅଭିନେତ୍ରୀ ନୋରା ଫତେହି କହିଥିଲେ, କନ୍ ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ତାଙ୍କୁ କୋଟି କୋଟି ଟଙ୍କାର ଅଫର ଦେଇଥିଲେ । ସୁକେଶ ନୋରାଙ୍କୁ କହିଥିଲେ, ମୋ ଗର୍ଲଫ୍ରେଣ୍ଡ ହେଲେ, ତମର ସବୁ ଖର୍ଚ୍ଚ ମୁଁ ଉଠାଇବି । ୨୦୦ କୋଟି ଠକେଇ ମାମଲାରେ ଜେଲରେ ଅଛନ୍ତି ସୁକେଶ ଚନ୍ଦ୍ରଶେଖର । ଆଉ ଏହି ମାମଲାରେ ବାରମ୍ବାର ଜେରାର ପରିଷରଭୁକ୍ତ ହୋଇଛନ୍ତି ଜ୍ୟାକଲିନ୍ ଓ ନୋରା ଫତେହି ।  


Also Read : Road Accident: ଶ୍ରମିକଙ୍କ ଉପରେ ଚଢିଗଲା ଇନୋଭା, ଘଟଣାସ୍ଥଳରେ ଆଖି ବୁଝିଲେ ୫


Also Read : Dola Purnima 2023: ଆଜିଠାରୁ ବଦଳିବ ଏହି ୪ ରାଶିର ଲୋକଙ୍କ ଭାଗ୍ୟ ,ରହିଛି ଧନରାଜ ଯୋଗ


ଚନ୍ଦ୍ରଶେଖର ଏବେ ତିନୋଟି ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି । ପ୍ରଥମ ମାମଲାରେ ଚନ୍ଦ୍ରଶେଖର ଜଣେ ସରକାରୀ ଅଧିକାରୀ ଭାବେ ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ ପାଖାପାଖି ୨୦୦ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବା ବାହାନାରେ ଅଭିଯୁକ୍ତ ଠକ ଅଦିତି ସିଂହଙ୍କୁ ଠକିଥିଲା। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ କରାଯାଇନାହିଁ । ମନି ଲଣ୍ଡରିଂ ତଦନ୍ତ ରେ ସେ ଏହି ମାମଲାରେ ଅଭିଯୁକ୍ତ।


Also Read : Holi 2023: ହୋଲିରେ ରାଶି ଅନୁସାରେ ଦାନ କରନ୍ତୁ ଏସବୁ ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ


Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ