Sunny Deol: ବଲିଉଡର ଜଣେ ଭେଟେରାନ୍ ଅଭିନେତା ସନ୍ନି ଦେଓଲ୍ । ସେ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।  ନିଜର ଦମଦାର ଅଭିନୟ ପାଇଁ ସେ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିକଟରେ ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।


COMMERCIAL BREAK
SCROLL TO CONTINUE READING

ସନ୍ନି ଦେଓଲ ଧୋକା ଦେଇଥିବା ଅଭିଯୋଗ :


ନିର୍ମାତା ସୁନୀଲ ଦର୍ଶନ ତାଙ୍କର ସାକ୍ଷାତକାରରେ କହିଛନ୍ତି ଯେ, ସନ୍ନି ଦେଓଲ ତାଙ୍କୁ ଠକିଛନ୍ତି । ଏପରିକି ସନ୍ନି ଦେଓଲଙ୍କର ବହୁତ ଗର୍ବ ବୋଲି ସେ ସାକ୍ଷାତକାରରେ କହିଥିଲ । ନିର୍ମାତା ଆହୁରୀ କହିଛନ୍ତି ଯେ ସନ୍ନି ଦେଓଲଙ୍କର ବହୁତ ଗର୍ବ, ସେହି କାରଣରୁ ୨୬ ବର୍ଷ ପରେ ମଧ୍ୟ ଆମର ମତଭେଦ ଜାରି ରହିଛି। ପୂର୍ବରୁ ମୋର ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲେ। ତା’ପରେ କହିଥିଲେ ଯେ ଟଙ୍କା ନାହିଁ ଏବଂ ମୋତେ ଏକାଠି ଫିଲ୍ମ କରିବାକୁ ଅଫର କରିଥିଲେ। 


ଏହାବି ପଢନ୍ତୁ : Actor Sonu Sood: ପୁଣି ହୃଦୟ ଜିତିଲେ ସୋନୁସୁଦ୍, ୬ ମାସର ଶିଶୁକୁ ମରଣ ମୁହଁରୁ ବଞ୍ଚାଇଲେ


ଏହାବି ପଢନ୍ତୁ : Naga Chaitanya: ନାଗା-ସାମନ୍ଥାଙ୍କ ସମ୍ପର୍କ ଭାଙ୍ଗିବାର କାରଣ କ'ଣ ? ପୁଣି ହୋଇପାରନ୍ତି ଏକାଠି


ଏହାବି ପଢନ୍ତୁ : Govinda: ଗୋବିନ୍ଦାଙ୍କ ପାଦ ଛୁଇଁ ବିବାଦରେ ଫସିଲେ ପାକ୍ ର ଏହି ଅଭିନେତା, କଟ୍ଟରପନ୍ଥୀ ଦେଲେ କଡା ମନ୍ତବ୍ୟ, ଧର୍ମକୁ ନେଇ ଉଠାଇଲେ ପ୍ରଶ୍ନ


ଏହି ମାମଲା ବିଚାରପତିଙ୍କ ନିକଟରେ ପହଞ୍ଚିଛି :
ସୁନୀଲ ଦର୍ଶନ ଭାରତର ଅବସରପ୍ରାପ୍ତ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଏହି ମାମଲା ରଖିଥିଲେ। ସନ୍ନି ଦେଓଲ ସେତେବେଳେ ସୁନୀଲଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଟଙ୍କା ନାହିଁ, ତେଣୁ ସେ ଏକାଠି ଫିଲ୍ମ କରିବାକୁ ପ୍ରସ୍ତୁତ ଥିଲେ। ସୁନୀଲ ବବି ଦେଓଲଙ୍କ ସହ ମଧ୍ୟ କାମ କରୁଥିଲେ। 'ମୁଁ ବବିଙ୍କ ସହିତ ୩ ଟି ଫିଲ୍ମ କରିଥିଲି । ବବିଙ୍କ ସହ କୌଣସି ମତଭେଦ ନଥିଲା, ଯେତେବେଳେ ଭାବିଥିଲେ ସନ୍ନି ଦେଓଲ୍ ସମୟ ସହ ନିଜକୁ ପରିବର୍ତ୍ତନ କରିବେ, କିନ୍ତୁ ସେଭଳି କିଛି ଲକ୍ଷଣ ତାଙ୍କ ନିକଟରେ ଏବେବି ମଧ୍ୟ ମୁଁ ଦେଖିବାକୁ ପାଉନି।'


୧୯୯୬ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂଗ୍ରାମ ଚାଲିଛି । ସନ୍ନି ଦେଓଲ ସୁନୀଲ ଦର୍ଶନଙ୍କ ଫିଲ୍ମ ମଝିରେ ଛାଡି ଦେଇଥିଲେ। ନିର୍ମାତାଙ୍କ ଅଭିଯୋଗ ଅନୁସାରେ, ସନ୍ନି ପ୍ରଥମେ ଫିଲ୍ମ କରିବା ବିଷୟରେ କହିଥିଲେ ଏବଂ ପରେ ତାରିଖ ସ୍ଥଗିତ ରଖିଥିଲେ ଏବଂ ଏହିପରି ଚୁକ୍ତିନାମା ମଧ୍ୟ ଶେଷ ହୋଇଥିଲା । ଯେତେବେଳେ ଲିଗାଲ୍ ଟିମ୍ ତାଙ୍କୁ ଏକ ନୋଟିସ୍ ପଠାଇଲେ, ସେତେବେଳେ ଉତ୍ତର ଆସିଥିଲା ​​ଯେ ଅଭିନେତା ଫିଲ୍ମର ଡାଇଲଗକୁ ପସନ୍ଦ କରୁ ନାହାଁନ୍ତି କି ଡାଇଲଗକୁ ଅନୁମୋଦନ କରି ନାହାଁନ୍ତି । ଏଭଳି ପରିସ୍ଥିତିରେ ସୁନୀଲ ଏହା ମଧ୍ୟ କହିଛନ୍ତି ଯେ କୌଣସି ଅଭିନେତା କେବେ ଡାଇଲଗକୁ ଅନୁମୋଦନ କରିଛନ୍ତି କି ? ତାଙ୍କର ଉଦ୍ଦେଶ୍ୟ ଭୁଲ ଥିଲା ।