Disha Salian Death Case Update: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ମାମଲା ସାମ୍ନାକୁ ଆସିଥିଲା।  କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁକୁ ବାରମ୍ବାର ହତ୍ୟା ବୋଲି କୁହାଯାଉଥିଲା। କିନ୍ତୁ ଦିଶାଙ୍କ ମୃତ୍ୟୁ ୧୪ ମହଲାରୁ ଖସି ଯିବାରୁ ହୋଇଥିଲା ,  ଯାହା ସିବିଆଇ ରିପୋର୍ଟରେ ସ୍ପଷ୍ଟ କରିଛି ।  ଏହି ରିପୋର୍ଟ ଏବେ ସାମ୍ନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ଅଧିକ ଅପଡେଟ୍ :
୨୦୨୦, ଜୁନ୍ ୮ ଦିଶା ନିଜ ବିଲ୍ଡିଂରୁ ଖସି ଯିବା ଯୋଗୁଁ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା । ହେଲେ ଏହାର କିଛି ଦିନ ପରେ ଅର୍ଥାତ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିଲା। ଉଭୟଙ୍କ ମୃତ୍ୟୁକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ଏବଂ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି ଉଠିଥିଲା। ସେହି ସମୟରେ ବିଜେପି ନେତା ନୀତେଶ ରାଣେ (BJP leader Nitesh Rane)  ଦାବି କରିଥିଲେ ଯେ ଉଭୟଙ୍କ ହତ୍ୟା କେବଳ ଏକ ସାଧାରଣ କଥା ନୁହେଁ, ଉଭୟଙ୍କ ମଧ୍ୟରେ କିଛି ଅନ୍ୟ ଷଡ଼ଯନ୍ତ୍ର ଥିଲା ।


ଅଢେଇ ବର୍ଷ ପରେ ସିବିଆଇ ରିପୋର୍ଟ ସାମ୍ନାକୁ ଆସିଲା : 
ତେବେ, ଏହି ଘଟଣାରେ କୋର୍ଟରେ  ସିବିଆଇ ରିପୋର୍ଟ କେବେ ଦାଖଲ ହେବ ତାହା ଜଣା ନାହିଁ, କିନ୍ତୁ ଦୁଇ ଜଣଙ୍କ ମୃତ୍ୟୁରେ କୌଣସି ସମ୍ପର୍କ ନ ଥିବା ସ୍ପଷ୍ଟ କରିଛି ସିବିଆଇ ।  ସିବିଆଇ ଅଧିକାରୀ ଏକ ବିବୃତ୍ତିରେ କହିଛନ୍ତି ଯେ ଜୁନ୍  ୮ ତାରିଖ ରାତିରେ ଦିଶା ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ସେ ପାର୍ଟିରେ ମଧ୍ୟ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ଫଳରେ ଭାରସାମ୍ୟ ହରାଇ ସେ ନିଜ ଫ୍ଲାଟରୁ ତଳକୁ ଖସି ପଡିଥିଲେ । ଫଳର ତାଙ୍କର ମୃତ୍ୟୁ ଘଟିଥିଲା


ଦିଶାଙ୍କ ମୃତ୍ୟୁ ପରେ, ଅନେକ ଗୁଜବ ମଧ୍ୟ ଉଠିଥିଲା ଯେ, ଏହି ଘଟଣା ପୂର୍ବରୁ ସେ ତାଙ୍କ ପ୍ରେମିକ ରୋହନ ରାୟ ଏବଂ କିଛି ସାଙ୍ଗମାନଙ୍କ ସହିତ ଥିଲେ । କେବଳ ସେତିକି ନୁହେଁ, ବଲିଉଡ ଅଭିନେତା ସୋରାଜ ପଞ୍ଚୋଲିଙ୍କ ସହ ତାଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ସୋରାଜ ପଞ୍ଚୋଲି ଦିଶାଙ୍କୁ ମଧ୍ୟ ଜାଣି ନାହାଁନ୍ତି ବୋଲି କହିଥିଲେ।


ସୂଚନା ଅନୁସାରେ, ୨୦୨୦ ଜୁନ୍ ୧୪ ରେ ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିଲେ । ପରେ ବଲିଉଡରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଥିଲା ।  । ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏନସିବି । ଏହି ଘଟଣାରେ ସୁଶାନ୍ତ ସିଂହଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ଥିଲା । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା । ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶୀ ଏହି ମାମଲାର ଶୁଣାଣି କରିଥିଲେ। ୨୦୨୦ ମସିହା, ସେପ୍ଟେମ୍ବରରେ ରିୟାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।