Kabzaa Teaser Released,ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ Upendra
Kabzaa teaser: କର୍ଣ୍ଣଡ ଫିଲ୍ମ କବଜ୍ଜା(Kannada film Kabzaa)ର ଟିଜର ଶନିବାର ରିଲିଜ ହୋଇଛି। ତେବେ,ଫିଲ୍ମଟି ଖୁବଶିଘ୍ର ପରଦାକୁ ଆସିବ।
Kabzaa Teaser: କର୍ଣ୍ଣଡ ଫିଲ୍ମ କବଜ୍ଜା(Kannada film Kabzaa)ର ଟିଜର ଶନିବାର ରିଲିଜ ହୋଇଛି। ତେବେ,ଫିଲ୍ମଟି ଖୁବଶିଘ୍ର ପରଦାକୁ ଆସିବ। ଫିଲ୍ମର ଲିଡ ରୋଲରେ ନଜର ଆସିବେ କର୍ଣ୍ଣଡ ସୁପରଷ୍ଟାର ଉପେନ୍ଦ୍ର(Kannada stars Upendra) ଓ ସୁଦୀପା(Kichcha Sudeepa) । ଫିଲ୍ମର ଷ୍ଟାରକାଷ୍ଟରେ କର୍ଣ୍ଣଡ ଷ୍ଟାର ଉପେନ୍ଦ୍ର ,ସୁଦୀପା(Kichcha Sudeepa)ଙ୍କ ବ୍ୟତିତ ଶ୍ରୀୟା ସରନ, ମୂରଲି ଶରନ୍ ଓ ଲକ୍ଷ୍ମନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୨୫ ତାରିଖରେ ପରଦାକୁ ଆସିବ। ଫିଲ୍ମଟିର ନିର୍ଦ୍ଦେଶକ ରହିଛନ୍ତି ଆର.ଚନ୍ଦରୁ (Director R Chandru) । ତେବେ,ଏ ଫିଲ୍ମଟି ଏକାଧିକ ଭାଷାରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଫିଲ୍ମଟି ମୁଖ୍ୟତ କର୍ଣ୍ଣଡ, ତେଲୁଗୁ,ତାମିଲ, ମାଲାୟଲମ୍, ମରାଠି ଓ ବେଙ୍ଗଲି ଭାଷାରେ ରିଲିଜ୍ ହେବ । ଫିଲ୍ମଟିର ଟିଜରଟି ପୁନିତ ରାଜକୁମାର(Puneeth Rajkumar)ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସୂରୁପ ଉତ୍ସର୍ଗକୃତ କରଯାଇଛି।
୧୯୪୨ ମସିହାର ଏକ ସତ କାହାଣୀ ଉପରେ ଆଧାରିତ ହୋଇଛି ଫିଲ୍ମ। ଦରିଦ୍ର ସୀମାରେଖା ତଳେ ବଢିଥିବା ଜଣେ ପିଲା କିପରି ଆଗକୁ ଏକ ଗ୍ୟାଙ୍ଗଷ୍ଟାର(gangster)ର ଜୀବନ ବିତାଉଛି । ତାହା କାହାଣୀରେ ଚିତ୍ରିତ କରାଯାଇଛି । ଯେଉଁଥିରେ ଉପେନ୍ଦ୍ରଙ୍କୁ (Upendra’s character) ଏକ ଗ୍ୟାଙ୍ଗଷ୍ଟାର ଭୂମିକାରେ ଦେଖିବାକୁ ମିଳିବ। ରିଲିଜ ହୋଇଥିବା ଫିଲ୍ମ ଟିଜରରେ ଦେଖିବାକୁ ମିଳିଛି ଯେ, ଅଭିନେତା ଉପେନ୍ଦ୍ର ହାତରେ ଏକ ସିଗାରେଟ( cigar) ଧରି କାର ଭିତରୁ ବାହାରୁଛନ୍ତି । ଶନିବାର ରିଲିଜ ହୋଇଥିବା ଟିଜରଟିକୁ ୭,୩୯୪,୪୭୮ ଲୋକେ ଭିଉ ମଧ୍ୟ କରିସାରିଲେଣୀ । ସେହିପରି ଫିଲ୍ମର ଟିଜରରେ ମଧ୍ୟ ସୁଦିପାଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଯେଉଁଠାରେ ସେ ହାତରେ ଏକ ବନ୍ଧୁକ ଧରି ନିଶମୋଡି ଜଣେ ବ୍ୟକ୍ତିଙ୍କ ଉପରେ ବନ୍ଧୁକ ରଖିଥିବା ଦେଖିବାକୁ ମିଳିଛି । ଅଭିନେତା ଉପେନ୍ଦ୍ର ମଧ୍ୟ ଏ ଟିଜରକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟସ ଓ ଲାଇକ୍ ମଧ୍ୟ ଆସିଛି।
ଏହାବି ପଢନ୍ତୁ : Viratଙ୍କୁ ମିସ୍ କରୁଛନ୍ତି ଅନୁଷ୍କା,ସେୟାର କଲେ ହବିଙ୍କ ପାଇଁ ଏମିତି କିଛି ପୋଷ୍ଟ
କର୍ଣ୍ଣଡ ଷ୍ଟାର (Kannada stars Upendra) ଉପେନ୍ଦ୍ର କର୍ଣ୍ଣାଟକର ୧୯୬୭ ମସିହା ସେପଟେମ୍ବର ୧୮ ଅର୍ଥାତ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ଏ ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ। ଉପେନ୍ଦ୍ର କର୍ଣ୍ଣଡ ସମେତ ତେଲୁଗୁ ଭାଷାରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି। ସେ ଏକାଧାରରେ ଫିଲ୍ମ ମେକର, ପ୍ରଯୋଜକ, ସ୍କ୍ରିନ ରଇଟର ଭାବେ ଜଣାଶୁଣା। ସେ ପ୍ରଥମ ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ହେଉଛି କାଶିନାଥ । ସେ ପ୍ରଥମେ ରାଇଟର ଓ ଆସିଷ୍ଟାଣ୍ତ ଡିରେକ୍ଟର ଭାବରେ ଫିଲ୍ମ ଲାଇନରେ କାର୍ଯ୍ୟ ଆରମ୍ଭ କରିଥିଲେ । କେବେଳ ଫିଲ୍ମ ଜଗତରେ ନୁହେଁ ସେ ରାଜନୀତିରେ ମଧ୍ୟ ବେଶ ସକ୍ରିୟ । ୨୦୦୮ ମସିହାରେ ସେ କର୍ଣ୍ଣାଟକରେ ଉତ୍ତମ ପ୍ରାଜାକିୟା ପାର୍ଟି (Uttama Prajakeeya Party) ଆରମ୍ଭ କରିଥିଲେ। କିନ୍ତୁ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁ ନ ଥିଲେ। ସେ ନିର୍ବାଚନରୁ ଦୂରେଇ ରହୁଥିଲେ।