Thank God Controversy: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ୍'(Thank God) । ଏହି ଫିଲ୍ମ ଖୁବଶିଘ୍ର ପରଦାକୁ ଆସୁଛି । ଫିଲ୍ମଟିକୁ ବେଶ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । କିନ୍ତୁ ଏହି ଫିଲ୍ମକୁ ନେଇ କିଛି ସମୟ ପାଇଁ ବିବାଦ ଲାଗି ରହିଥିଲା। ଯାହାକୁ ନେଇ ନିର୍ମାତାଙ୍କ ଠାରୁ ଫିଲ୍ମର ଷ୍ଟାରକାଷ୍ଟ ପର୍ଯ୍ୟନ୍ତ ସମସ୍ତେ ଟେନସନରେ ରହିଥିଲେ। ଟ୍ରେଲର ବାହାରିବା ପରଠାରୁ ହିନ୍ଦୁ ସଂଗଠନ ଅଜୟ ଦେବଗନଙ୍କ ଚରିତ୍ର ଚିତ୍ରଗୁପ୍ତଙ୍କୁ ବିରୋଧ କରିଥିଲେ। ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ବଏକଟ ଦାବି କରାଯାଇଥିଲା। ବିବାଦ ଆରମ୍ଭ ହେବା ପରେ ନିର୍ମାତା ଚଳଚ୍ଚିତ୍ରରେ ଚିତ୍ରଗୁପ୍ତ ଏବଂ ଯମରାଜଙ୍କ ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ମାତା ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ରେ ଆହୁରି ୩ଟି ପରିବର୍ତ୍ତନ ସହିତ ଫିଲ୍ମ ଦାଖଲ କରିଥିଲେ ।ସୂଚନାନୁସାରେ,ଅଜୟଙ୍କ ଚରିତ୍ରର ନାମ 'ସିଜି' ହେବ ଏବଂ ଯମରାଜଙ୍କ ନାମ ଓ୍ବାଇଡି ହେବ। ଅନ୍ୟ ତିନୋଟି ସଂଶୋଧନ ମଧ୍ୟ କରାଯାଇଛି । ଏକ ଦୃଶ୍ୟରେ ଏକ ମଦ ବ୍ରାଣ୍ଡର ଲୋଗୋ ଅସ୍ପଷ୍ଟ ହୋଇଛି । ଦ୍ୱିତୀୟ ପରିବର୍ତ୍ତନ ହେଉଛି ମନ୍ଦିରର ଦୃଶ୍ୟକୁ ଭିନ୍ନ ଦୃଷ୍ଟିରୁ ଦେଖାଇବେ। ତୃତୀୟ ପରିବର୍ତ୍ତନ ପ୍ରତ୍ୟାଖ୍ୟାନରେ କରାଯାଇଥିଲା ଏବଂ ଏହାର ଅବଧି ବଢାଯାଇଛି। ଯାହାଦ୍ୱାରା ଦର୍ଶକମାନେ ଏହାକୁ ସହଜରେ ପରଦାରେ ପଢିପାରିବେ । 


COMMERCIAL BREAK
SCROLL TO CONTINUE READING

କହିବାକୁ ଗଲେ ଶୁକ୍ରବାର ଦିନ ଫିଲ୍ମକୁ ସିବିଏଫସି (Central Board of Film Certification) (CBFC)ରୁ U / A ସାର୍ଟିଫିକେଟ୍ ମିଳିଛି। ପ୍ରଥମ ଟିଜର ପରେ ୟୁଜର୍ସମାନେ ଚିତ୍ରଗୁପ୍ତଙ୍କ ନାମ ଉପରେ ଆପତ୍ତି କରିବା ଆରମ୍ଭ କଲେ। ଟ୍ରେଲର ବାହାରକୁ ଆସିବା ପରେ ବିବାଦ ବଢିଯାଇଥିଲା। ପରିବର୍ତ୍ତନ ପାଇଁ ଫିଲ୍ମକୁ ସେନ୍ସର ବୋର୍ଡକୁ ପଠାଇଥିଲେ । ଉଲ୍ଲେଖନୀୟ କଥା ହେଉଛି, ‘ଥାଙ୍କ ଗଡ୍‌’ ରିଲିଜ୍ ରୋକିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ମଧ୍ୟ କରାଯାଇଥିଲା। ତୁରନ୍ତ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧ରେ ହେବ। 


ଏହାବି ପଢନ୍ତୁ : Bigg Boss Season 16: ବିଗବସରେ ନଜର ଆସିବେନି ସଲୁମିଆଁ ! ତାଙ୍କ ସ୍ଥାନ ନେଲେ ଏହି ଫିଲ୍ମ ମେକର


ଫିଲ୍ମର ଲିଡ ରୋଲର ନଜର ଆସିବେ ଅଜୟ ଦେବଗନ୍ , ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ। ଇନ୍ଦ୍ର କୁମାର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଦୀପାବଳୀ ଅବସରରେ ଫିଲ୍ମଟି ପରଦାକୁ ଆସିବ , ଅର୍ଥାତ ୨୫ ଅକ୍ଟୋବରରେ ଥ୍ୟାଙ୍କଗଡ ମୁକ୍ତିଲାଭ କରିବ। ଯଦି ଆମେ ଅଜୟ ଦେବଗନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ,ତେବେ ତାଙ୍କ ହାତରେ ମଧ୍ୟ ଅନେକ ଗୁଡିଏ ବଡ ପ୍ରୋଜେକ୍ଟ ରହିଛି । ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦୃଶ୍ୟମ ୨'(Drishyam 2 ) ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । 
ଫିଲ୍ମଟି  ୧୮ ନଭେମ୍ବରରେ ସିନେମା ହଲକୁ ଆସିବ । ଯାହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ସେହିପରି ଫିଲ୍ମ ମଇଦାନ, ଭୋଲା, ରେଡ ୨, ସିଙ୍ଗମ୍ ୩, ଗୋଲମାଲ ୫ ଭଳି ମୁଭିରେ ଲିଡ୍ ରୋଲରେ ନଜର ଆସିବେ।