The kapil sharma show: ଘରେ ଘରେ ବେଶ ପରିଚତ କମିଡ଼ି କିଙ୍ଗ କପିଲ ଶର୍ମା (kapil Sharma) । 'ଦି କପିଲ ଶର୍ମା ଶୋ' ଦେଖିବା ଲାଗି ପ୍ରାୟତଃ ସବୁ ବୟସ ବର୍ଗର ଲୋକେ ପସନ୍ଦ କରିଥାଆନ୍ତି । ନିଜର ଏହି କମେଡ଼ି ଶୋରେ (Comedy nights with kapil) ଲୋକଙ୍କୁ ହସାଇ ହସାଇ ବେଦମ କରିଥାଆନ୍ତି କପିଲ। ଏହି ଶୋ ଦେଖିବା ଲାଗି ବିଦେଶରୁ ମଧ୍ଯ ଛୁଟି ଆସନ୍ତି କମେଡ଼ି କିଙ୍ଗଙ୍କ ପ୍ରସଂଶକ। ତେବେ ନିକଟରେ କପିଲଙ୍କ ଫ୍ୟାନ୍ସଙ୍କ ଲାଗି ଆସିଛି ଏକ ଖରାପ ଖବର । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୀର୍ଘ ଦିନ ଧରି ହାସ୍ୟ ଅଭିନେତା ନିଜ ପରିବାର ସହିତ କିଛି ସମୟ ବିତାଇବାକୁ ବିରତି ନେବାକୁ ଚାହୁଁଥିଲେ। ଏହି ବିରତି ସମୟରେ ଶୋର ନିର୍ମାତା ମାନେ ଶୋ ଓ ଏହାର ଚରିତ୍ରରେ କିଛି ପରିବର୍ତ୍ତନ କରିବାର ସୁଯୋଗ ମଧ୍ୟ ପାଇବେ। ତେବେ କପିଲ କିମ୍ବା ତାଙ୍କ ଟିମ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । କପିଲଙ୍କ ଶୋ’ ୨୩ ଏପ୍ରିଲ ୨୦୨୬ ମସିହାରେ ଆରମ୍ଭ ହୋଇଥିଲା । ସେବେଠାରୁ କପିଲ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪ଟି ସିଜନରେ ଦର୍ଶକଙ୍କୁ ହସାଉଛନ୍ତି । ତେବେ ଏହି ସମୟ ମଧ୍ୟରେ ତାଙ୍କ ଶୋ ଅନେକ ବିବାଦରେ ମଧ୍ଯ ଛନ୍ଦି ହୋଇଥିଲା।  ଆସନ୍ତୁ ସେ ସବୁ ବିବାଦ ଉପରେ ନଜର ପକାଇବା । 


COMMERCIAL BREAK
SCROLL TO CONTINUE READING

ନିକଟରେ ରଣବୀର କପୁର ଓ ଶ୍ରଦ୍ଧା କପୁର 'ତୁ ଝୋଟି ମେନ୍ ମକ୍କାର'ର ପ୍ରମୋସନ ପାଇଁ ' ଦି କପିଲ ଶର୍ମା ଶୋ'ରେ ପହଞ୍ଚିଥିଲେ। ଏହି ସମୟରେ ଅଭିନେତା ତଥା WWE ତାରକା ସୌରଭ ଗୁଜର ନକଲି କଣ୍ଟେଟ ସାହାଯ୍ୟରେ କପିଲ ଦର୍ଶକଙ୍କୁ ହସାଇଥିବା ନେଇ ଅଭିଯୋଗ କରିଥିଲେ। କପିଲଙ୍କୁ ନିଜ ଟ୍ୱିଟରରେ ଟ୍ୟାଗ କରି ସେ ଲେଖିଥିଲେ ଯେ, 'କପିଲ ଶର୍ମା ଆପଣ ଜଣେ ଭଲ ଲୋକ ଅଟନ୍ତି, ଲୋକଙ୍କୁ ହସାନ୍ତି କିନ୍ତୁ ଆପଣ ଓ ଆପଣଙ୍କ ଟିମ୍ କାହାର ସୋସିଆଲ ମିଡିଆରେ ମିଥ୍ୟା କମେଣ୍ଟ କିପରି ଦେଖାଇ ପାରିବେ? ଏହାକୁ ବରଦାସ୍ତ କରାଯିବ ନାହିଁ। ଜୟ ହିନ୍ଦ ।


ଏହା ପୂର୍ବରୁ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ କପିଲ ଶର୍ମାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। 'କାଶ୍ମୀର ଫାଇଲ'ର ରିଲିଜ୍ ସମୟରେ ବିବେକ ଅଗ୍ନିହୋତ୍ରୀ ଏକ ଟ୍ୱିଟ୍‌ରେ କରି କରିଥିଲେ ଯେ, 'କାଶ୍ମୀର ଫାଇଲ'ର ପ୍ରମୋସନ୍ ଲାଗି କପିଲ ମନା କରିଦେଇଛନ୍ତି । 'କାଶ୍ମୀର ଫାଇଲ'ରେ କୌଣସି ଲୋକପ୍ରିୟ ଷ୍ଟାର ନଥିବାରୁ ସେ ଏହି ଶୋ’ରେ ଏହା ପାଇଁ ସ୍ଥାନ ନାହିଁ ବୋଲି କପିଲ କହିଥିବା ବିବେକ ଅଗ୍ନିହୋତ୍ରୀ  ଅଭିଯୋଗ କରିଥିଲେ । ତେବେ ପରେ କପିଲ ଏନେଇ ମୁହଁ ଖୋଲିବା ସହ ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ ।  


କପିଲ କେତେବେଳେ ମୋଟାପଣ ତ ଆଉ କେତେବେଳେ ଓଠକୁ ପରିହାସ କରିଥାଆନ୍ତି । ଏଥିଲାଗି ଅନେକ ସମୟରେ ସେ ଟାର୍ଗେଟକୁ ମଧ୍ଯ ଆସିଥାଆନ୍ତି । ଥରେ ହାସ୍ୟ ଅଭିନେତା ଗର୍ଭବତୀ ମହିଳାଙ୍କ ବିଷୟରେ ମନ୍ତବ୍ୟ ଦେଇ ବିବାଦରେ ଫସିଯାଇଥିଲେ । ବାସ୍ତବରେ କପିଲ ଶର୍ମା, ଥଟ୍ଟା କରି କହିଥିଲେ, 'ଯଦି ଜଣେ ଗରିବ ଗର୍ଭବତୀ ମହିଳା ପ୍ରସବ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେ ଖାଲଖମାକୁ ଯାଇପାରନ୍ତି। ସେଠାରେ ସେ ଆରାମରେ ନିଜ ସନ୍ତାନକୁ ଜନ୍ମ ଦେଇପାରିବେ”। କମେଡ଼ି କିଙ୍ଗ ଏହି ମନ୍ତବ୍ୟ ପରେ ଏକ ଏନଜିଓ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲା ।


ପ୍ରକାଶଥାଉ କି, ୨୦୨୦ ମସିହାରେ କାୟାଷ୍ଟ ସମ୍ପ୍ରଦାୟ ପକ୍ଷରୁ ହାସ୍ୟ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଏମିତି କି ଏହି ଶୋ ବନ୍ଦ କରିବା ଲାଗି ଧମକ ମଧ୍ୟ ଦିଆଯାଇଥିଲା । କାୟାଷ୍ଟ ସମାଜ ପକ୍ଷରୁ କୁହାଯାଇଥିଲା ଯେ, କପିଲ ତାଙ୍କ ଶୋ’ରେ ପ୍ରଭୁ ଚିତ୍ରଗୁପ୍ତଙ୍କୁ ଥଟ୍ଟା ପରିହାସ କରିଥିଲେ। ଏହି ବିବାଦ ଏତେ ବଢିଯାଇଥିଲା ଯେ ଶେଷରେ କପିଲଙ୍କୁ କ୍ଷମା ମାଗିବାକୁ ପଡି଼ଥିଲା ।


ଏସବୁ ବ୍ୟତୀତ ଶୋରେ କାମ କରୁଥିବା ବହୁ ଲୋକପ୍ରିୟ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ଶୋ ଛାଡ଼ିବାକୁ ନେଇ ମଧ୍ୟ କପିଲଙ୍କ ଏହି ଶୋ ବିବାଦରେ ରହିଥିଲା । ସୁନୀଲ ଗ୍ରୋଭରଙ୍କଠାରୁ ଆରମ୍ଭ କରି କୃଷ୍ଣ ଅଭିଷେକ, ଭାରତୀ ସିଂ, ଚନ୍ଦନ ପ୍ରଭାକର, ଅଲି ଅସଗର, ଉପସାନା ସିଂ ଓ ସିଦ୍ଧାର୍ଥ ସାଗର କପିଲଙ୍କ ଏହି ଶୋକୁ ଛାଡି଼ ଚାଲିଯାଇଛନ୍ତି।