Entertainment News: ଓଡ଼ିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ସହିତ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହା ସହିତ ଦର୍ଶକେ କେମିତି ଉପକୃତ ହୋଇପାରିବେ ତା ବିଷୟରେ ମଧ୍ୟ ଧ୍ୟାନ ରଖଯାଉଛି । ଏମିତି ଏକ ମନଛୁଆଁ ଧାରାବାହିକ ହେଉଛି ସୁନା ଝିଅ। ଯାହାକୁ ଓଡ଼ିଆ ଦର୍ଶକଙ୍କ ପାଖରୁ ମିଳିଆସୁଛି ଅଶେଷ ଭଲପାଇବା। ଏବେ ଏହି ଧାରାବାହିକରେ ଦର୍ଶକେ ଦେଖିବାକୁ ପାଇବେ ଏକ ରୋଚକ କାହାଣୀ। କାହାଣୀର ମୋଡ଼ ହେବ ପରିବର୍ତନ। 


COMMERCIAL BREAK
SCROLL TO CONTINUE READING

ଏକ ଦୁଘାଟଣାରେ ପ୍ରିୟା ନିଜର ସ୍ମରଣ ଶକ୍ତି ହରେଇବସି ଏବେ ନିଜ ମା ସହିତ ସମୟ ଅତିବାହିତ କରୁଛନ୍ତି। ଅତୀତରେ ଘଟିଥିବା କୌଣସି ଘଟଣା ତାଙ୍କର ମନେ ନାହିଁ। ଏହା ମଧ୍ୟରେ ବିଷ୍ଣୁଙ୍କ ପୁଅ ଝିଅ, ଅଂଶୁ ଓ ବଂଶୁର ଶିକ୍ଷକ ହୋଇଛନ୍ତି ପ୍ରିୟା। ପ୍ରିୟା ମନରେ ବିଷ୍ଣୁ ପ୍ରତି ଭାବନା ଥାଇ ମଧ୍ୟ ସେ ଚୁପ ଏହା ପଛରେ ରହିଛି ଭବାନୀକୁ କରିଥିବା ପ୍ରତିଜ୍ଞା ଯେ ବିଷ୍ଣୁ ଓ ସୁଶ୍ମୀତାକୁ ଏକାଠି କରିବା। ଏହା ମଧ୍ୟରେ DM ମୃତ୍ୟୁଞ୍ଜୟ ପାଲଟିଛନ୍ତି ପ୍ରିୟାର ଖୁବ ଭଲ ସାଥି। ସେ ପ୍ରିୟାକୁ ସବୁବେଳେ ନିଜ ହୃଦୟକୁ ଚି଼ହ୍ନ ଓ କାମ କର ଓ ନିଜ ଅତୀତ କଥା ମନେ ପକେଇବାକୁ ଚେଷ୍ଟା କର ବୋଲି ଆଶ୍ୱାସନା ଦେଇଥାନ୍ତି। 


ତେବେ ପ୍ରିୟା କଣ ସବୁ କଥା ମନେ ପକେଇପାରିବେ ଅତୀତରେ ଘଟିଥିବା ସବୁ ରହସ୍ୟ ପଛରୁ କଣ ପରଦା ଉଠିପାରିବ। ନିଜ ପ୍ରେମକୁ ଫେରିପାଇବା ପରେ ଅଂଶୁ ଓ ବଂଶୁର କଣ ହବ? ଏହିଭଳି ରୋଚକ କାହାଣୀର ଯାତ୍ରାରେ ଓଡି଼ଶାର ଦର୍ଶକଙ୍କୁ ସାମିଲ ହେବା ସହିତ ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।


Also Read- ବନ୍ୟା ସ୍ଥିତିକୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ରିଲିଫ ଓ ଉଦ୍ଧାର ଉପରେ ଗୁରୁତ୍ୱ


Also Read- ରାଜ୍ୟରେ ଗଢ଼ା ହେବ ୭୫ ନୂଆ ଏନ୍‍ଏସି, ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ସରକାର