Entertainment News: ଆଜି ଡିସେମ୍ବର ୧(December1), ଆଉ କିଛି ଦିନ ପରେ ଶେଷ ହୋଇଯିବ ପୁରୁଣା ବର୍ଷ । ଆଉ ଆସିବ ନୂଆ ବର୍ଷ (new year)। ନୂଆ ବର୍ଷକୁ ଜୋରଦାର ସ୍ବାଗତ କରିବାକୁ ବିଭିନ୍ନ ସ୍ତରରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଆଉ ବର୍ଷ ଶେଷରେ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରିବାକୁ ଆଜି ରିଲିଜ୍ ହେଉଛି ଏକା ସାଙ୍ଗରେ ୧୯ଟି ଫିଲ୍ମ। ତେବେ, ଆସନ୍ତୁ ନଜର ପକାଇବା କେଉଁ ସବୁ ଫିଲ୍ମ ଆଜି ପରଦାକୁ ଆସୁଛି। 


COMMERCIAL BREAK
SCROLL TO CONTINUE READING

Also Read: Guru Gochar 2023: ଏହି ତିନି ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ନୂଆବର୍ଷରୁ ଆରମ୍ଭ ହେବାକୁ ଯାଉଛି ଶୁଭ ଦିନ



ରଣବୀର କାପୁର ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ 'ଆନିମଲ' (Animal) ଆଜି ପରଦାକୁ ପରଦାକୁ ଆସିବ।  ଏହି ଫିଲ୍ମରେ ଅନୀଲ କାପୁର ଓ ବବି ଦେଓଲ ବି ନଜର ଆସିବେ। । ରିପୋର୍ଟ ମୁତାବକ ଏହାର ଆଡଭାନ୍ସ ବୁକିଂ ବେଶ ପ୍ରଶଂସନୀୟ ରହିଛି । ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଟିକେଟ ବୁକ ହୋଇ ସାରିଛି ।ରଣବୀର, ବବି ଓ ଅନୀଲଙ୍କ ବଳିଷ୍ଠ ଅଭିନୟ ଏହି ଫିଲ୍ମକୁ ବଡ ହିଟ୍ କରିବ ବୋଲି ଆଶା କରାଯାଉଛି । ବାପା -ପୁଅଙ୍କ ସମ୍ପର୍କକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି । ଏହାର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା ଦେଇଛନ୍ତି ।  ସେହିପରି ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ( Sam Bahadur) 'ସାମ୍ ବାହାଦୁର୍' ମଧ୍ୟ ଆଜି ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ଫାତିମା ସନା ଶେଖ୍  ଓ ସନୟା ମଲହୋତ୍ରା ମଧ୍ୟ ନଜର ଆସିବେ। ଏହି ଫିଲ୍ମଟି ୫୫ କୋଟି ବଜେଟରେ ପ୍ରସ୍ତୁତ ହୋଇଛି। 



ସେହିପରି ତେଲୁଗୁ ଫିଲ୍ମ, 'ଉପେନ୍ଦ୍ର ଗାଡି ଅଡ୍ଡା' (Upendra Gadi Adda) ମଧ୍ୟ ରିଲିଜ୍ ହେବ।  ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ଆର୍ଯ୍ୟନ୍ ଶୁଭନ୍ ସୈନିକ୍।  ସେହିପରି ଆଉ ଏକ ବିଗ୍ ବଜେଟ୍ ଫିଲ୍ମ 'ଅଥର୍ବ' (Atharva) ମଧ୍ୟ ଆଜି ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ସାଉଥ୍ ଷ୍ଟାର୍ କାର୍ତ୍ତିକ୍ ରାଜୁ, ସିମରନ୍ ଚୌଧୁରୀ ଓ ଅରବିନ୍ଦ କ୍ରିଷ୍ଣା ନଜର ଆସିବେ। ସେହିପରି ଆଉ ଏକ ତେଲୁଗୁ ମୁଭି (Calling Sahasra) 'କଲିଙ୍ଗ୍ ସହସ୍ର' ମଧ୍ୟ ଆଜି ରିଲିଜ୍ ହେବାକୁ ଯାଉଛି। ଆଉ ଏକ ତେଲୁଗୁ ଫିଲ୍ମ ' ପାଲେ ଗୋଟିକି ପାଣ୍ତାଗୋଚିନ୍ଦି' (Palle Gootiki Pandagochindhi ) ବି ପରଦାକୁ ଆସିବ । 



ଅନ୍ୟପଟେ ବକ୍ସ ଅଫିସରେ ତାମିଲ୍ ଫିଲ୍ମ ମଧ୍ୟ ଆଜି ଧୁମ୍ ମଚେଇଭ। ତାମିଲ୍ ଫିଲ୍ମ  ' ଅନ୍ନପୋରନି ଦି ଗଡେସ୍ ଅଫ୍ ଫୁଡ୍ (Annapoorani - The Goddess Of Food), ଭା ଭାରାଲମ୍ବା (Va - Varalam Va), ପାର୍କିଙ୍ଗ୍ (Parking ), ନାଡ୍ଡୁ(Naadu), ସାରାଗନ୍( Sooragan) ଭଳି ଫିଲ୍ମ ଆଜି ରିଲିଜ୍ ହେବାକୁ ଯାଉଛି।  ସେହିପରି, କନ୍ନଡ୍ ଫିଲ୍ମ ବି ଆଜି ବକ୍ସ ଅଫିସରେ ଜଲଓ୍ବା ଦେଖାଇବ। ଶଶିକାନ୍ତଙ୍କ ନିର୍ଦ୍ଦେଶିତ ରାଞ୍ଚି, ଅରବିନ୍ଦ କୌଶିକଙ୍କ ନିର୍ଦ୍ଦେଶିତ ଅରାଧାମର୍ଦ୍ଦା ପ୍ରେମ୍ କଥେ,  ଶଷିଧର ରେଡ୍ଡିଙ୍କ ନିର୍ଦ୍ଦେଶିତ  ଫିଲ୍ମ 'ସ୍ବସ୍ତି', ବିଧି ରାଘବଙ୍କ ନିର୍ଦ୍ଦେଶିତ 'ଗା ରୁଧିଆ ' ଫିଲ୍ମ ଆଜି ପରଦାକୁ ଆସିବ। ଅନ୍ୟପଟେ ମାଲାୟଲମ୍ ଫିଲ୍ମ, 'ଫିଲ୍ମପ୍ସ' ( Philips),'ଆଣ୍ଟୋନି', 'ଡାନ୍ସ ପାର୍ଟି'  ରିଲିଜ୍ ହେବାକୁ ଥିବା ବେଳେ ଗୁଜୁରାତି ଫିଲ୍ମ (Kanubhai The Great) 'କନୁ ଭି ଦି ଗ୍ରେଟ୍' ଫିଲ୍ମ ରିଲିଜ୍ ହେବ।