Urfi Javed: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ ।  ଅଜବ ଡ୍ରେସିଂ ସେନ୍ସ ପାଇଁ ସେ ସବୁବେଳେ ଲାଇମ ଲାଇଟରେ ରୁହନ୍ତି ।  ନିଜର ହଟକେ ପୋଷାକ ପରିଧାନ ରୁଚି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କେତେବେଳେ  ଅଖା, ଘଣ୍ଟା, ପ୍ଲାଷ୍ଟିକ୍ ତାର ଏବଂ ଫୁଲର ପୋଷାକ ପିନ୍ଧି କ୍ୟାମେରା ଆଗକୁ ଆସନ୍ତି । ଆଜି ବଡ ଦିନ ବା ଖ୍ରୀଷ୍ଟମାସ । ଏ ଅବସରରେ ଉର୍ଫି  ନିଜ ଇନଷ୍ଟାରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ରେଡ କର୍ଲର ଡ୍ରେସ ପିନ୍ଧିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଯେଉଁଥିରେ ସେ ଖୁବ୍ ହଟ୍ ଲାଗୁଛନ୍ତି । ଫ୍ରଣ୍ଟ୍ କଟ୍ ପୋଷାକରେ ଉର୍ଫି ଜାଭେଡ୍ ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି ।  ଭିଡିଓ ସେୟାର କରିବାବେଳେ ଉର୍ଫି ଜାଭେଦ୍ ଲେଖିଛନ୍ତି - 'ତୁମର ସାନ୍ତା ଏଠାରେ ଅଛି ,ତୁମର ଇଚ୍ଛା ମୋତେ କୁହ' । ଇଣ୍ଟରନେଟରେ ଏହି ଭିଡିଓକୁ ଉର୍ଫିଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରଛନ୍ତି ।  ଉର୍ଫି ଜାଭେଦ୍ ରେଡ କର୍ଲର ଡ୍ରେସ ପିନ୍ଧିବା ସହ ହାଲୁକା ମେକଅପ୍ ନେଇଛନ୍ତି । ଉର୍ଫି ଜାଭେଦ୍ ହାଲୁକା ମେକଅପ୍ ଏବଂ ଖୋଲା କେଶରେ ବହୁତ କ୍ଲାସି ଦେଖାଯାଉଛନ୍ତି । ଭିଡିଓରେ ଉର୍ଫି ଜାଭେଦଙ୍କ ଚାଲିବା ଷ୍ଟାଇଲ୍ କୌଣସି ହଲିଉଡ୍ ଷ୍ଟାରଠାରୁ କମ୍ ନୁହେଁ। 


 




ନିକଟରେ ଉର୍ଫି ଦୁବାଇ ଯାଇଥିଲେ। ଶୁଣିବାକୁ ମିଳିଥିଲା ଯେ, ଉର୍ଫି ଖୋଲାସ୍ଥାନରେ ଅଶ୍ଲୀଳ ପୋଷାକ ପିନ୍ଧି ସୁଟ କରୁଥିବାରୁ ପୋଲିସ ସେହି ସେଟକୁ ଆସିଥିଲା । ହେଲେ ପୋଲିସ୍ ହେପାଜତକୁ ଯିବା ଘଟଣାକୁ ଭିତ୍ତିହୀନ ବୋଲି ଉର୍ଫି ଜାଭେଦ୍ କହିଛନ୍ତି। ଉର୍ଫି ଜାଭେଦ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ, ଦୁବାଇ ପୋଲିସ ତାଙ୍କ ସେଟକୁ ଆସିଛି କିନ୍ତୁ ଏହାର କାରଣ ଭିନ୍ନ ଥିଲା। ବାସ୍ତବରେ, ଯେଉଁଠାରେ ଉର୍ଫି ଜାଭେଦ୍ ସୁଟିଂ କରୁଥିଲେ ସେହି ସ୍ଥାନରେ କୌଣସି ଏକ ସମସ୍ୟା ସୃଷ୍ଟି ହୋଇଥିଲା। ଉର୍ଫି ଜାଭେଦ୍ କହିଛନ୍ତି ଯେ ସୁଟିଂ ପାଇଁ ଏହି ସମୟ ସୀମା ସ୍ଥିର କରାଯାଇଛି। ସୁଟିଂ ଏକ ସର୍ବସାଧାରଣ ସ୍ଥାନରେ ଥିଲା ଏବଂ ପ୍ରଡକ୍ସନ ଟିମ୍ ସୁଟିଂର ସମୟ ସୀମାକୁ ବଢାଉ ନ ଥିଲା। ଯେଉଁଥିପାଇଁ ପୋଲିସକୁ ଏଠାକୁ ଆସିବାକୁ ପଡ଼ିଲା । ଏହା ପରେ ଅବଶିଷ୍ଟ ସୁଟିଂ ଶେଷ ହୋଇଥିଲା । ମୋର ପୋଷାକ ହେତୁ ଦୁବାଇ ପୋଲିସ ସେଠାକୁ ଆସି ନଥିଲା।


 


ତେବେ ଏହା ପୂର୍ବରୁ ଉର୍ଫି  ମୁମ୍ବାଇରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉ ଥିବାର କିଛି ଫଟୋ ମଧ୍ୟ ସେୟାର କରିଥିଲେ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ହସ୍ପିଟାଲ୍‌ ବେଡ୍‌ରେ ନିଜର ଏକ ଭିଡିଓ ବନାଇ ‌ପୋଷ୍ଟ୍‌ ମଧ୍ୟ କରିଥିଲେ। ଭିଡିଓରେ ସେ ବେମାର ଥିବା କଥା କହୁଥିଲେ । ସେ ନିଜର ବେମାରୀ ସଂପର୍କରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଛନ୍ତି ଓ ସେହି ସମୟରେ ଡାକ୍ତର ତାଙ୍କୁ କଥା ହେବାକୁ ମନା କରୁଛନ୍ତି। ଉର୍ଫିଙ୍କୁ ଲାରିନ୍‌ଜିଟିସ୍‌ ହୋଇଥିବା ସେ କହୁଛନ୍ତି। ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଗ୍ଲାମରସ୍‌ ମନାଯାଏ। ତାଙ୍କୁ ସବୁବେଳେ କିଛି ନା କିଛି ନୂଆ ଲୁକ୍‌ରେ ଦେଖିବାକୁ ମିଳେ। ତାଙ୍କ ପୋଷାକ ପରିଧାନ ଶୈଳୀ ଅନ୍ୟମାନଙ୍କଠାରୁ ଖୁବ୍‌ ଭିନ୍ନ ହୋଇଥାଏ।