Urfi Javed: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ । କେତେବେଳେ ଫୁଲପତ୍ର ତ କେତେବେଳେ ବ୍ଲେଡ୍ ଓ ସେଫ୍ଟି ପିନ୍ । ଅଜବ ଡ୍ରେସିଂ ସେନ୍ସ ପାଇଁ ସେ ସବୁବେଳେ ଲାଇମ ଲାଇଟରେ ରୁହନ୍ତି ।  ନିଜର ହଟକେ ପୋଷାକ ପରିଧାନ ରୁଚି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଏବେ ଚର୍ଚ୍ଚାରେ । ଦିର୍ଘ ଦିନ ପରେ ଉର୍ଫି ସୋସିଆଲ ମିଡିଆରେ ନିଜର ଏକ ବୋଲ୍ଡ ଭିଡିଓ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଛି। 


COMMERCIAL BREAK
SCROLL TO CONTINUE READING

 



ପ୍ରତ୍ୟକ ଥର ପରି ଏଥର ମଧ୍ୟ ଉର୍ଫି ଏକ ବୋଲ୍ଡ ଅନ୍ଦାଜରେ ଏକ ଭିଡିଓ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ହାତରେ ଏକ କୋଲ୍ଡ ଡ୍ରିଙ୍ଗସ୍ ବୋତଲରୁ ଠିପି ଖୋଲୁଛନ୍ତି । ପରେ ସେହି ଠିପିକୁ ଧରି କିଛି କ୍ଷଣ କଣ ଭାବୁଛନ୍ତି । ପରେ ସେଥିରୁ ପ୍ରସ୍ତୁତ ହୋଇଥିବା ଡ୍ରେସ ପିନ୍ଧି କ୍ୟାମେରା ଆଗରେ ପୋଜ ଦେଉଛନ୍ତି ଯ କୋଲ୍ଡ ଡ୍ରିଙ୍ଗସ୍ ବୋତଲ ଠିପିରୁ ତିଆରି ଟପ୍ସ ପିନ୍ଧିବା ସହ ଏକ ବ୍ଲାକ କର୍ଲର ଜିନ୍ସ ନଧ୍ୟ ପିନ୍ଧିଛନ୍ତି । ହେଲେ ଜିନ୍ସର ବୋଟମ ଖୋଲାଥିବା ଦେଖିବାକୁ ମିଳିଛି । ଉର୍ଫିଙ୍କର ଏହି ବୋଲ୍ଡ ଲୁକ୍ ପୁଣି ଥରେ ଲୋକଙ୍କୁ ଚକିତ କରିଛି ।



ନିକଟରେ ଉର୍ଫି ଦୁବାଇ ଯାଇଥିଲେ। ଶୁଣିବାକୁ ମିଳିଥିଲା ଯେ, ଉର୍ଫି ଖୋଲାସ୍ଥାନରେ ଅଶ୍ଲୀଳ ପୋଷାକ ପିନ୍ଧି ସୁଟ କରୁଥିବାରୁ ପୋଲିସ ସେହି ସେଟକୁ ଆସିଥିଲା । ହେଲେ ପୋଲିସ୍ ହେପାଜତକୁ ଯିବା ଘଟଣାକୁ ଭିତ୍ତିହୀନ ବୋଲି ଉର୍ଫି ଜାଭେଦ୍ କହିଛନ୍ତି। ଉର୍ଫି ଜାଭେଦ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ, ଦୁବାଇ ପୋଲିସ ତାଙ୍କ ସେଟକୁ ଆସିଛି କିନ୍ତୁ ଏହାର କାରଣ ଭିନ୍ନ ଥିଲା। ବାସ୍ତବରେ, ଯେଉଁଠାରେ ଉର୍ଫି ଜାଭେଦ୍ ସୁଟିଂ କରୁଥିଲେ ସେହି ସ୍ଥାନରେ କୌଣସି ଏକ ସମସ୍ୟା ସୃଷ୍ଟି ହୋଇଥିଲା। ଉର୍ଫି ଜାଭେଦ୍ କହିଛନ୍ତି ଯେ ସୁଟିଂ ପାଇଁ ଏହି ସମୟ ସୀମା ସ୍ଥିର କରାଯାଇଛି। ସୁଟିଂ ଏକ ସର୍ବସାଧାରଣ ସ୍ଥାନରେ ଥିଲା ଏବଂ ପ୍ରଡକ୍ସନ ଟିମ୍ ସୁଟିଂର ସମୟ ସୀମାକୁ ବଢାଉ ନ ଥିଲା। ଯେଉଁଥିପାଇଁ ପୋଲିସକୁ ଏଠାକୁ ଆସିବାକୁ ପଡ଼ିଲା । ଏହା ପରେ ଅବଶିଷ୍ଟ ସୁଟିଂ ଶେଷ ହୋଇଥିଲା । ମୋର ପୋଷାକ ହେତୁ ଦୁବାଇ ପୋଲିସ ସେଠାକୁ ଆସି ନଥିଲା।



ତାଙ୍କ ଅଶ୍ଲିଳ ପୋଷାକ ପରିଧାନ ପାଇଁ ନିକଟରେ  ଉର୍ଫିଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଇଥିଲା । ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି ।ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ହ୍ୱାଟସଆପ କଲ କରି ଉର୍ଫିଙ୍କୁ ଦୁଷ୍କର୍ମ ସହ ହତ୍ୟା ଧମକ ଦେଇଛନ୍ତି । କେବଳ ସେତିକି ନୁହେଁ ସେ ଉର୍ଫିଙ୍କୁ ବହୁତ ଗାଳି ବି କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଉର୍ଫିଙ୍କୁ ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ଧମକ ଦେଇଥିବା ଜଣାପଡିଛି । ଏହାର କଲ ରେକର୍ଡିଂ ରହିଛି । ତେବେ ଉର୍ଫିଙ୍କୁ ଯିଏ ଧମକ ଦେଇଛନ୍ତି ସେ ହେଉଛନ୍ତି ନବୀନ ଗିରି । ତାଙ୍କ ନାଁରେ ମୁମ୍ବାଇର ଗୋରୋଗାଁଓ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ଅବଶ୍ୟ ଉର୍ଫିଙ୍କ ପାଇଁ ଏଭଳି ଧମକ କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଉର୍ଫିଙ୍କୁ ଏଭଳି ଧମକ ମିଳିସାରିଛି ।