Urfi Javed: ବଲିଉଡର ଚର୍ଚ୍ଚିତ ନାଁ ଉର୍ଫି ଜାଭେଦ । ଅଭିନୟ ପାଇଁ ନୁହେଁ ବୋଲ୍ଡନେସ ପାଇଁ ସେ ଅଧିକ ପରିଚିତ । ସୋସିଆଲ୍‌ ମିଡିଆରେ ଉର୍ଫି ଜାଭେଦ୍‌ ବେଶ୍‌  ଆକ୍ଟିଭ । ଲଗାତାର ନୂଆ ନୂଆ ଫ୍ୟାଶନରେ ଦର୍ଶକଙ୍କ ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ତାଙ୍କ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଆସିବା ମାତ୍ରେ ତତକ୍ଷଣାତ୍‌ ଭାଇରାଲ୍‌ ହୋଇଥାଏ । ଆଉ କିଛି ଲୋକେ ତାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରିଥାନ୍ତି । ସେହିପରି ଆଜି ମଧ୍ୟ ଉର୍ଫିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉର୍ଫି ଜାଭେଦ ଜଣେ ଆମେରିକା ମଡେଲ (Bella Hadid) ବେଲା ହାଡିଡଙ୍କର ଫ୍ୟାସନଙ୍କୁ କପି କରିଛନ୍ତି । ନିକଟରେ ବେଲା ଏକ ନିଆରା କୀଡନି ଆକୃତୀର ଡିଜାଇନ ହୋଇଥିବା ନେକଲେସ ବ୍ରା ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଉର୍ଫି ଜାଭେଦ ସମ୍ପୁର୍ଣ୍ଣ ଭାବେ କପି କରିଛନ୍ତି । ଉର୍ଫି ସେହିପରି ଅବିକଳ ଡିଜାଇନର ଏକ ନେକଲେସ ବ୍ରା ପିନ୍ଧିଛନ୍ତି । ଯାହା ସିଲଭର କର୍ଲର । ଏହାସହ ସେ ଏକ ବ୍ରାଉନ କର୍ଲରର କୋର୍ଗୋ ପ୍ୟାଣ୍ଟ ମଧ୍ୟ ପିନ୍ଧିଛନ୍ତି । ଏକ୍ ନଜର ମେଁ ଭି ପ୍ୟାର ହୋତା ହେ ଗୀତରେ ସେ ପୋଜ୍ ମଧ୍ୟ ଦେଉଛନ୍ତି । ଏହି ଭିଡିଓ ସେ ଇନଷ୍ଟାରେ ସେୟାର କରିବା ସହ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି ,ଧୂମ୍ରପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ (Smoking is injurious to health) । 


COMMERCIAL BREAK
SCROLL TO CONTINUE READING


ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଉର୍ଫି ଅସାଧାରଣ ଜିନିଷରେ ତିଆରି ହୋଇଥିବା ପୋଷାକ ପିନ୍ଧିଛନ୍ତି।  ପୂର୍ବରୁ ଘଣ୍ଟାରେ ତିଆରି ସ୍କର୍ଟ, ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି। ତେବେ ଗତ କିଛି ଦିନ ତଳେ ,ଉର୍ଫି ନିଜର ଏକ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ଡିସକୋ ବଲରେ ନିଜ ମୁହଁ ଘୋଡାଇବା ସହ ଛାତିକୁ ଡିସକୋ ବଲରେ ସଜେଇ ଥିଲେ । ତେବେ ସେ ଏଭଳି କିଛି ଫ୍ୟାସନ ଆପଣେଇ ସବୁବେଳେ ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ କିଛି ଅଭିନେତ୍ରୀ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲ କରନ୍ତି , ତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ଉର୍ଫିଙ୍କ ଡ୍ରେସିଙ୍ଗ ଷ୍ଟାଇଲକୁ ଖୁବ୍ ପସନ୍ଦ କରିନ୍ତି। ଗତ କିଛି ଦିନ ତଳେ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର। 


ଏହାବି ପଢନ୍ତୁ : Urfi Javed : ଉର୍ଫି ଜାଭେଦଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସଙ୍କ ଉଡିଲା ହୋସ୍ , ୟୁଜର୍ସ କହିଲେ କିଛି ଏମିତି


 



ଯଦି ଆମେ ଉର୍ଫିଙ୍କ ୱାର୍କଫ୍ରଣ୍ଟ କଥା କହିବା, ତେବେ ଗତ କିଛି ଦିନ ତେଳ ଉର୍ଫି ଜାଭେଦଙ୍କୁ ‘ହାଏ ହାଏ ୟେ ମଜବୁରୀ’ ଗୀତରେ ଦେଖିବାକୁ ମିଳିଥିଲା। ଏହି ଗୀତଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।  ନିକଟରେ ଫିଲ୍ମ ନିର୍ଦ୍ଦେଶକ  ସାଜିଦ୍ ଖାନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି। ସାଜିଦ୍ ଖାନ୍ ବିଗବସରେ ଏଣ୍ଟ୍ରି କରିବା ପରେ ସଲମାନ ଖାନଙ୍କୁ ସାଜିଦଙ୍କୁ ଶୋରୁ ବାହାର କରିବା ପାଇଁ ଦାବି କରିଥିଲେ । ସେ ନିଜ  ଇନଷ୍ଟାରେ ଲେଖିଥିଲେ ଯେ, ବିଗବସ ତମେ ଏସବୁ କାହିଁକି କରୁଛ , ଜଣେ ଯୌନ ଶୋଷଣକାରୀଙ୍କୁ ବିଗବସରେ ଏଣ୍ଟ୍ରି କରିବା ଉଚିତ କି   ?  ଏହା ପ୍ରମାଣିତ କରୁଛି, ଏହି ପୁରୁଷମାନେ ଯାହା କରୁଛନ୍ତି ,ତାହାକୁ ଆପଣ ସମର୍ଥନ କରୁଛନ୍ତି '।