Urfi Javed: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ୍ (Urfi Javed) ।  ତାଙ୍କୁ କିଏ ବା ନ ଜାଣେ। ନିଜର ବିଚିତ୍ର ପୋଷାକ ଓ ବୋଲ୍ଡନେସକୁ ନେଇ ସେ ଏବେ ଚର୍ଚ୍ଚିତ। କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା ବେଳେ, କିଛି ଲୋକ ତାଙ୍କୁ କଟାକ୍ଷ କରିବାକୁ ପଛାନ୍ତି ନାହିଁ।  ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ତାଙ୍କ ଅଡ ଫ୍ୟାଶନ ପାଇଁ ନୁହେଁ ବରଂ ତାଙ୍କ ପୂର୍ବତନ ପ୍ରେମିକ ପାରାସ କଲନାଓ୍ବାତ( paras kalnawat)ଙ୍କୁ ନେଇ । ଗତ କିଛି ଦିନ ତଳେ, ଉର୍ଫି ଜାଭେଦ୍ ଏବଂ ପାରାସ୍ ପରସ୍ପରକୁ ଡେଟ୍ କରୁଥିଲେ । ପରେ ଉଭୟଙ୍କର ବ୍ରେକଅପ୍ ହୋଇ ଯାଇଥିଲା। କିଛି ଦିନ ପୂର୍ବରୁ ଉର୍ଫି ଜାଭେଦ୍ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଅକ୍ଟୋବର ୧୫ରେ, ସେ ଗୋଆରେ ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ କରିଥିଲେ । ପାରାସ ମଧ୍ୟ ଉର୍ଫିଙ୍କ ଏହି ପାର୍ଟୀରେ ପହଞ୍ଚିଥିଲେ। ପାରାସ ସୋସିଆଲ ମିଡିଆରେ ଉର୍ଫିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ପାର୍ଟିରେ ଉର୍ଫି ଏବଂ ପାରାସ୍ ପରସ୍ପର ସହ ବହୁତ ମଜା କରିଥିଲେ, ଯାହା ପରେ ସେମାନେ ପୁନର୍ବାର ସମ୍ପର୍କରେ ଅଛନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଉର୍ଫି ଏହାର ଉତ୍ତର ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING


ଉର୍ଫିଙ୍କ ବାର୍ଥଡେ' ପାର୍ଟିର ଫଟୋ ଭାଇରାଲ : 


ପାରାସଙ୍କ ସହ ଥିବା ପ୍ରେମ ସମ୍ପର୍କ ନ ଥିବା ନେଇ ଉର୍ଫି ମୁହଁ ଖୋଲିଛନ୍ତି । ସେ କହିଛନ୍ତି , ଯେ ସେମାନଙ୍କ ମଧ୍ୟରେ ପୂର୍ବପରି ସମ୍ପର୍କ ନାହିଁ , କି ଆଗକୁ ମଧ୍ୟ ସେଭଳି କିଛି ଘଟିବ ନାହିଁ । ଜନ୍ମଦିନରେ ତାଙ୍କୁ ଡାକିଥିଲି କିନ୍ତୁ ଆମେ କପୁଲ ନୁହେଁ । ଉଭୟଙ୍କ ମଧ୍ୟରେ ବନ୍ଧୁତା ଅଛି ବୋଲି ଉର୍ଫି କହିଛନ୍ତି। ପୂର୍ବର କଥାକୁ ସେ ସବୁ ଭୁଲି ଯାଇଛନ୍ତି । 


ଉର୍ଫି ଓ ପାରାସଙ୍କ ବ୍ରେକଅପ୍  : 


ଏହାପୂର୍ବରୁ ଉର୍ଫି ତାଙ୍କ ବ୍ରେକଅପ୍ ବିଷୟରେ କହିଥିଲେ, 'ମୁଁ ତାଙ୍କ ସହ ବ୍ରେକଅପ୍ କରିବାକୁ ଚାହୁଁଥିଲି।  ସେ ଏକ ପିଲାଳିଆମି ପ୍ରକୃତିର ଥିଲା , ସେ ମୋତ ନେଇ ବହୁତ ପଜେସିଭ ମଧ୍ୟ ଥିଲା । ସେ ମୋ ନାଁରେ ୩ଟି ଟାଟୁ ତିଆରି କରି ମୋତେ ପୁଣି ଥରେ ରିଲେସନସିପକୁ ଆସିବାକୁ ପ୍ରଭାବିତ କରିଥିଲା । କିନ୍ତୁ ଥରେ ଅଲଗା ହୋଇଗଲେ କିଏ ଏପରି କରେ ବୋଲି ଉର୍ଫି ପ୍ରଶ୍ନ କରିଥିଲେ ? ଅବଶ୍ୟ ମୁଁ କେବଳ ଟାଟୁ ପାଇଁ ତାଙ୍କ ପାଖକୁ ଫେରିବାକୁ ଚାହୁଁ ନ ଥିଲି । ଯଦିଓ ସେ ମୋର ନାଁରେ ପୁରା ଶରୀରରେ ଟାଟୁ  କରିବେ, ତଥାପି ମୁ ତାଙ୍କ ପାଖକୁ ଯିବି ନାହିଁ '।


'ଅନୁପମା' ସିରିଏଲକୁ ନେଇ କଲେ ବଡ ଖୁଲାସା : 


ଉର୍ଫିଙ୍କ ପୂର୍ବତନ ପ୍ରେମିକ ପାରାସ  ସିରିଏଲ 'ଅନୁପମା'ରେ କାମ କରିଛନ୍ତି । ଉର୍ଫି କହିଛନ୍ତି ଯେ, ସେ 'ଅନୁପମା'ରେ ମୁଁ କାମ କରିବା ପାଇଁ ଚାହୁଁ ଥିଲି । ହେଲେ ପାରାସ ମୋ ସହ କାମ ନ କରିବା ପାଇଁ ଚାହୁଁଥିଲେ । ମୋତେ କାଷ୍ଟ ନ କରିବାକୁ ସେ ତାଙ୍କ ଟିମ୍ କୁ କହିଥିଲେ ' ।