Urfi Javed New Dress: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ । ଉର୍ଫି 'ମେରୀ ଦୁର୍ଗା' ଏବଂ 'ବେପନ୍ନା' ଭଳି ସିରିଏଲରେ କାମ କରି ଯେତିକି ଲୋକପ୍ରିୟତା ହାସଲ କରି ନାହାଁନ୍ତି । ତାଙ୍କ ଅତରଙ୍ଗୀ ପୋଷାକ ତାଙ୍କୁ ଦେଇଛି ନୂଆ ପରିଚୟ ।  ଉର୍ଫିଙ୍କ ଏହି ଅଡ ଫ୍ୟାସନକୁ ତାଙ୍କ ପ୍ରଶଂସକମାନେ  ପସନ୍ଦ କରୁଥିବା ବେଳେ ଆଉ ଟ୍ରୋଲର୍ସ ମଧ୍ୟ ତାଙ୍କୁ ଟ୍ରୋଲ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ୨୦୨୨ ଶେଷ ହେବକୁ ବସିଲାଣୀ , ବର୍ଷର ଶେଷ ଦିନରେ ମଧ୍ୟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଉର୍ଫିଙ୍କ ଆଉଟଫିଟ ।  


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଉର୍ଫି ବ୍ଲେଡ,ଛୁଞ୍ଚି,କାଚ ଖଣ୍ଡ, ମୋବାଇଲ୍, ସିମ୍ କାର୍ଡ ଏବଂ କୋଲ୍ଡ ଡ୍ରିଙ୍ଗସ ବୋତଲ ଠିଫିରୁ ପ୍ରସ୍ତୁତ ହୋଇଥିବା ଆଉଟଫିଟରେ ନଜର ଆସିଛନ୍ତି। କିନ୍ତୁ ଆଜି ଉର୍ଫିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି  ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ବର୍ତ୍ତମାନ ନଖରେ ତିଆରି ହୋଇଥିବା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ଆପଣଙ୍କୁ ଏହି ଖବରଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ ।


 


 



ଉର୍ଫି ଜାଭେଦ ନଖରେ ତିଆରି ପୋଷାକ ପିନ୍ଧିଲେ:


ଉର୍ଫି ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏଭଳି ଏକ ଭିଡିଓ ସେୟାର କରିଛନ୍ତି ।  ପ୍ରଥମେ ଭିଡିଓରେ ଦେଖିବାକୁ ମିଳିଛି ଯେ,ଉର୍ଫି ତାଙ୍କ ବନ୍ଧୁଙ୍କ ସହ ବସି ପଇଡ ପାଣି ପିଉଛନ୍ତି । ପରେ ଉର୍ଫିଙ୍କ ହାତ ନଖ ଉପୁଡି ଯାଉଛି। ଏବଂ ପରେ ତାହା ଦେଖି ଉର୍ଫି ମନ ଦୁଃଖ କରୁନ୍ତି, ଏହାପରେ ଉର୍ଫିଙ୍କ ବନ୍ଧୁ,ତାଙ୍କୁ କହୁଛନ୍ତି, ତୋର କଣ ଅଛି, ତୁ ଏଥିରୁ ମଧ୍ୟ ନିଜ ପୋଷାତ ପ୍ରସ୍ତୁତ କରିପାରିବୁ । ପରେ ଅଭିନେତ୍ରୀ ସେଥିରୁ ନିଜର ଆଉଟଫିଟ୍ ପ୍ରସ୍ତୁତ କରୁଛନ୍ତି । 


ଏହାବି ପଢନ୍ତୁ : Virat And Anushka : New Year ପୂର୍ବରୁ କାହିଁକି ଦେଶ ଛାଡିଲେ ବିରାଟଙ୍କ ପରିବାର ?


ଏହାବି ପଢନ୍ତୁ : Anubhav Reaction : ରାଣୀଙ୍କ ବିବାହ ପ୍ରସ୍ତାବରେ ଏଭଳି ଜବାବ ଦେଲେ ଅନୁଭବ


ବାଇଗଣୀ ରଙ୍ଗ ନଖରେ ତିଆରି ଟପ୍ ଓ ସ୍କର୍ଟ ପିନ୍ଧିଥିବା ଉର୍ଫିଙ୍କୁ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ସେ ନଖରୁ ପ୍ରସ୍ତୁତ ହୋଇଥିବା ନେକଲେସ୍ ମଧ୍ୟ ପିନ୍ଧିଛନ୍ତି । ତେବେ,ବାଇଗଣୀ ରଙ୍ଗ ନଖରେ ତାଙ୍କର ଏହି ପୋଷାକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ସେୟାର କରି ଏକ ଉର୍ଫି ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଏହି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି,୨୦୨୨ର ସବୁଠାରୁ ଖରାପ ପୋଷାକ, ସବୁଠାରୁ ଅଶ୍ଳୀଳ, ସବୁଠାରୁ ଲଜ୍ଜାଜନକ,ସବୁଠାରୁ ନାପସନ୍ଦ ବ୍ୟକ୍ତି ହେଉଛନ୍ତି ଉର୍ଫି ଜାଭେଦ୍। ଉର୍ଫି ଜାଭେଦର ଏହି ଅତରଙ୍ଗୀ ପୋଷାକ ଦେଖି ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି।