ମୁମ୍ବାଇ: ବଲିଉଡର (Bollywood) ବୋଲ୍ଡ ଓ ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଉର୍ବଶୀଙ୍କର ବହୁ ମାତ୍ରାରେ ପ୍ରଶଂସକ ଅଛନ୍ତି ଓ ସେ ପ୍ରାୟତଃ ନିଜ ପ୍ରଶଂସକମାନଙ୍କ ସହିତ ତାଙ୍କର ଭିଡିଓ ଓ ଫଟୋ ସେୟାର କରଥାନ୍ତି ।


COMMERCIAL BREAK
SCROLL TO CONTINUE READING

ଉର୍ବଶୀ ରୌତେଲା (Urvashi Rautela ) କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟ । ନିକଟରେ ଏହି ଅଭିନେତ୍ରୀଙ୍କୁ ସ୍ତ୍ରୀ ଶକ୍ତି ନେସନାଲ ଆୱାର୍ଡରେ (Stree Shakti National Award 2021) ସମ୍ମାନିତ କରାଯାଇଛି । ଅଭିନେତ୍ରୀ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ଖୁସି ଖବର ସେୟାର କରିଛନ୍ତି । ଏହାର ଅନେକ ଫଟୋ ଓ ଭିଡିଓ ଅଭିନେତ୍ରୀଙ୍କ ଦ୍ୱାରା ସେୟାର କରାଯାଇଛି ।



ଉର୍ବଶୀ ଆୱାର୍ଡ ଗ୍ରହଣ କରୁଥିବା ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ରାଜ ଭବନରେ ସ୍ତ୍ରୀ ଶକ୍ତି ଜାତୀୟ ପୁରସ୍କାର (Urvashi Rautela awarded by Stree Shakti Award National) ପାଇବା ମୋ ଦେଶରେ ... ମୋ ସହରରେ ... ଏକ ଗର୍ବର ମୁହୂର୍ତ୍ତ ।


ଏହି ସମୟରେ ଉର୍ବଶୀ ଏକ ଶାଢ଼ୀ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଉର୍ବଶୀ ଏକ ଧଳା ଓ ସୁବର୍ଣ୍ଣ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ପ୍ରଶଂସକମାନେ ଉର୍ବଶୀଙ୍କୁ ଜୋରଦାର ଅଭିନନ୍ଦନ ଜଣାଉଛନ୍ତି ।


ଉର୍ବଶୀ ରୌତେଲା ହେଉଛନ୍ତି ପ୍ରଥମ ବଲିଉଡ ସେଲିବ୍ରିଟି ଯାହାଙ୍କୁ କମ୍ ବୟସରେ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା ସହିତ ଅଭିନେତ୍ରୀ ଏହି ପୁରସ୍କାର ଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି ।